ସହଯୋଗୀ ଏନସିପି-ଶିବସେନା ଉପରେ ବର୍ଷିଲା କଂଗ୍ରେସ
Advertisement

ସହଯୋଗୀ ଏନସିପି-ଶିବସେନା ଉପରେ ବର୍ଷିଲା କଂଗ୍ରେସ

ଯଶବନ୍ତରାଓ ଚୌହ୍ୱାନ ପ୍ରତିଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ନୂତନ ମୁମ୍ବାଇ ଅଧ୍ୟକ୍ଷ ଭାଇ ଜଗତାପ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ପଦାଧିକାରୀମାନେ ମହାବିକାଶ ଅଘାଡ଼ୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ସହଯୋଗୀ ଏନସିପି-ଶିବସେନା ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ନିଜର ସହଯୋଗୀ ଶିବସେନା (Shiv Sena)ଏନସିପି (NCP) ଉପରେ ବର୍ଷିଲା କଂଗ୍ରେସ (Congress) । ସୋମବାର କଂଗ୍ରେସର ପ୍ରତିଷ୍ଠା ଦିବସରେ ମହାରାଷ୍ଟ୍ରରେ ନିଜର ହିଁ ମହାବିକାଶ ଅଘାଡ଼ୀ ସରକାରର ସହଯୋଗୀ ଦଳ ଶିବସେନା ଓ ଏନସିପି ଉପରେ ପ୍ରହାର କରିଛି ଦଳ । ଦଳ ପ୍ରଶ୍ନ କରି କହିଛି ଯେ କଂଗ୍ରେସକୁ ଉପଦେଶ ଦେବା ପାଇଁ ଶିବସେନା  କିଏ? ତାଙ୍କ ଦଳକୁ ଏନସିପି ଭାଙ୍ଗୁଛି, ଏହାକୁ ବନ୍ଦ କରାଯିବା ଉଚିତ୍ । ସରକାର ଗଠନ କରିବା ସମୟରେ ବୁଝାମଣା ହୋଇଥିବା କମନ୍ ମିନିମ୍ ପ୍ରୋଗ୍ରାମକୁ କାର୍ଯ୍ୟକାରୀ କରାଯିବା ଉଚିତ୍ । କଂଗ୍ରେସ ବିଧାୟକ (Congress MLA) ଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରାୟିବା ଉଚିତ୍ ନୁହେଁ । ସେମାନଙ୍କୁ ପାଣ୍ଠି ଦିଆଯାଉ । ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଏଚକେ ପାଟିଲ ଶିବସେନାର ବୟାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

ଯଶବନ୍ତରାଓ ଚୌହ୍ୱାନ ପ୍ରତିଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ନୂତନ ମୁମ୍ବାଇ ଅଧ୍ୟକ୍ଷ ଭାଇ ଜଗତାପ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ପଦାଧିକାରୀମାନେ ମହାବିକାଶ ଅଘାଡ଼ୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏଥି ସହିତ ସରକାରରେ ସାମିଲ କଂଗ୍ରେସ ମନ୍ତ୍ରୀମାନେ ବିଜେପି (BJP) କୁ ଟାର୍ଗେଟ କରିଛନ୍ତି । ମୁମ୍ବାଇ କଂଗ୍ରେସ ନେତା ଅମରଜିତ ସିଂ ମନହାସ୍ ବିଏମସିରେ ତ୍ରିରଙ୍ଗା ଉଡ଼ାଇବା କଥା କହିଛନ୍ତି । ତାଙ୍କୁ ସମସ୍ତ ନେତା ସମର୍ଥନ କରିଥିଲେ । 

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

ସେପଟେ ନୂଆ ଅଧ୍ୟକ୍ଷ ଭାଇ ଜଗତାପ ଦଳ ଛାଡି ଅନ୍ୟ ଦଳକୁ ଯାଇଥିବା ଲୋକଙ୍କୁ ଘରକୁ ଫେରିବାକୁ ଅନୁରୋଧ କରିଛନ୍ତି । କଂଗ୍ରେସ ଏକଜୁଟ ହେବା ପାଇଁ ସେ ଦୃଢ ସମର୍ଥନ କରିଛନ୍ତି । ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟେ ବିଜେପି ଉପରେ ବର୍ଷିଛନ୍ତି । ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା, ପ୍ରିୟା ଦତ୍ତ ଏବଂ ସଞ୍ଜୟ ନିରୁପମଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ରହିଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ପରେ ଏବେ ସାରା ଦୁନିଆରେ ମାଡ଼ି ଆସୁଛି ଏହି ବିପଦ, ଚେତାବନୀ ଜାରି କଲା WHO

ମହାରାଷ୍ଟ୍ର କଂଗ୍ରେସ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନସିମ ​​ଖାନ କହିଛନ୍ତି ଯେ, "କଂଗ୍ରେସ କାହା ସହିତ ନିର୍ବାଚନ ଲଢ଼ିବ ତାହା ଶିବସେନା ସ୍ଥିର କରିପାରିବ ନାହିଁ । ୟୁପିଏ (UPA) ବିଷୟରେ ଶିବସେନାକୁ ଉପଦେଶ ଦେବାର ଅଧିକାର କିଏ ଦେଇଛି? ୟୁପିଏ ନେତା ସୋନିଆ ଗାନ୍ଧୀ ଅଛନ୍ତି ଏବଂ ରହିବେ ।"