Maharashtra Politics: ଗୁରୁବାର ସନ୍ଧ୍ୟାରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ-ଏକନାଥ ସିନ୍ଦେ
Advertisement

Maharashtra Politics: ଗୁରୁବାର ସନ୍ଧ୍ୟାରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ-ଏକନାଥ ସିନ୍ଦେ

Maharashtra Politics: ରାଜ୍ୟରେ ସରକାର ଗଠନ କରିବା ପ୍ରସଙ୍ଗରେ ଦାବି ଉପସ୍ଥାପନ କରିବା ଲାଗି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିବା ଲାଗି ରାଜଭବନ ଠାରେ ପହଞ୍ଚି ସାରିଛନ୍ତି ଦେବେନ୍ଦ୍ର ଫଡନାଭିସ ଏବଂ ଏକନାଥ ସିନ୍ଦେ।

Maharashtra Politics: ଗୁରୁବାର ସନ୍ଧ୍ୟାରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ-ଏକନାଥ ସିନ୍ଦେ

Maharashtra Politics: ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହେବାପରେ ରାଜ୍ୟରେ ସରକାର ଗଠନ ଲାଗି ଆରମ୍ଭ ହୋଇଯାଇଛି ପ୍ରୟାସ। ଏବେ ରାଜ୍ୟରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଶିବସେନା ବାଲାସାହେବ ଗୋଷ୍ଠୀ ଏବଂ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। ନୂତନ ସରକାରରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଏବଂ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। 

ଏହି ଶପଥ ଗ୍ରହଣ କାର୍ଯ୍ୟାକ୍ରମ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାର ଥିଲା। ମାତ୍ର ସଦ୍ୟ ମିଳିଥିବା ଖବର ଅନୁସାରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ଜୁନ ୩୦ ତାରିଖ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ। ସେହିପରି ଏହି ସରକାରର ମନ୍ତ୍ରୀମଣ୍ଡଳ ଜୁଲାଇ ୩ ତାରିଖ ରବିବାର ଶପଥ ନେବ। ବିଜେପି କୋଟାରୁ ଗିରିଶ ମହାଜନ, ପ୍ରବୀଣ ଡାରେକର, ସୁଧୀର ମନଗଟିୱାର, ଚନ୍ଦ୍ରକାନ୍ତ ପାଟିଲ ମନ୍ତ୍ରୀ ହୋଇପାରିବେ। ଏହା ସହିତ ଭାରତ ଗୋଗାୱଲେ, ଉଦୟ ସାମନ୍ତ, ତାନାଜୀ ସାୱନ୍ତ, ସଞ୍ଜୟ ଶିରସାଟ, ସନ୍ଦିପନ୍ ଭୁମେର ସିନ୍ଦେ ଗୋଷ୍ଠୀରୁ ମନ୍ତ୍ରୀ ହେବ।

ରାଜ୍ୟରେ ସରକାର ଗଠନ କରିବା ପ୍ରସଙ୍ଗରେ ଦାବି ଉପସ୍ଥାପନ କରିବା ଲାଗି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିବା ଲାଗି ରାଜଭବନ ଠାରେ ପହଞ୍ଚି ସାରିଛନ୍ତି ଦେବେନ୍ଦ୍ର ଫଡନାଭିସ ଏବଂ ଏକନାଥ ସିନ୍ଦେ। ସରକାର ଗଠନ କରିବା ପୂର୍ବରୁ ବିଦ୍ରୋହୀ ଶିବସେନା ବିଧାୟଙ୍କ ନେତା ଏକନାଥ ସିନ୍ଦେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।

ରାଜ୍ୟରେ ସରକାର ଗଠନ କରିବା ଗୁରୁବାର ମହାରାଷ୍ଟ୍ର ବିଜେପି ପକ୍ଷରୁ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ଦଳୀୟ ବୈଠକ। ଅନ୍ୟପଟେ ଚଳିତ ଥରକୁ ମିଶାଇ ତୃତୀୟ ଥର ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡ଼ନାଭୀସ। ଏହା ପୂର୍ବରୁ ସେ ୨୦୧୪-୧୯ ପର୍ଯ୍ୟନ୍ତ ସେ ପ୍ରଥମ ଥର ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୧୯ ନଭେମ୍ବର ୨୩ ତାରିଖରେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡ଼ନାଭୀସ। ମାତ୍ର ଗରିଷ୍ଠତା ଅଭାବରୁ ତାଙ୍କୁ ଶପଥ ନେବାର ୩ ଦିନ ପରେ ପଦ ଛାଡିବାକୁ ପଡ଼ିଥିଲା।    

Also Read: Maharashtra Politics: ଗୁରୁବାର ରାଜ୍ୟପାଳଙ୍କୁ ଭେଟିବେ ଦେବେନ୍ଦ୍ର ଫଡନାଭୀସ-ଏକନାଥ ସିନ୍ଦେ