Maharashtra Politics: ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ, ଜାରି ହେଲା ମନ୍ତ୍ରୀଙ୍କ ତାଲିକା
Advertisement
Article Detail0/zeeodisha/odisha1236232

Maharashtra Politics: ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ, ଜାରି ହେଲା ମନ୍ତ୍ରୀଙ୍କ ତାଲିକା

Maharashtra Politics:  ବିଜେପି ସହ ମେଣ୍ଟର କରି ସରକାର ଗଠନ କରିବା ଲାଗି ପୂର୍ବରୁ ଘୋଷଣା କରିସାରିଛନ୍ତି  ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ସାମିଲ ହୋଇଥିବା ବିଧାୟକ। 

Maharashtra Politics: ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ, ଜାରି ହେଲା ମନ୍ତ୍ରୀଙ୍କ ତାଲିକା

Maharashtra Politics: ମହାରାଷ୍ଟର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ସରକାର ଗଠନ ଲାଗି ଅଣ୍ଟା ଭିଡ଼ିଛି ବିଜେପି। ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣରୁ ଅଧିକ ବିଧାୟକ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାରର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠିଛି। ଏବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ସମର୍ଥନ ନେଇ ବିଜେପି ସରକାର ଗଠନ କରିବାକୁ ପ୍ରୟାସ କରୁଛି। ବିଜେପି ସହ ମେଣ୍ଟର କରି ସରକାର ଗଠନ କରିବା ଲାଗି ପୂର୍ବରୁ ଘୋଷଣା କରିସାରିଛନ୍ତି  ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ସାମିଲ ହୋଇଥିବା ବିଧାୟକ। 

ଯଦି ମହାରାଷ୍ଟ୍ରରେ ବିଜେପି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମେଣ୍ଟ ସରକାର ଗଠନ କରନ୍ତି ତାହେଲେ ଦେବେନ୍ଦ୍ର ଫଡ଼ନାଭୀସ ମୁଖ୍ୟମନ୍ତ୍ରୀ ଏବଂ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସେହିପରି ୧୬ ବିଜେପି ବିଧାୟକ କ୍ୟାବିନେଟ ଏବଂ ଅନ୍ୟ ୧୩ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇପାରେ। ସେହିପରି ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୧୧ କ୍ୟାବିନେଟ ଏବଂ ଅନ୍ୟ ୩ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ। 
  
ସିନ୍ଦେ ଗୋଷ୍ଠୀ ସେହି ସମାନ ବିଭାଗ ନେବାକୁ ଚାହୁଁଛି ଯାହା ପୂର୍ବରୁ ସେମାନଙ୍କ ପାଖରେ ରହିଥିଲା। କାରଣ ବିଗତ ମାସେ ମଧ୍ୟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼଼ି ସରକାର ଅଟକାଇ ଦେଇଥିଲା। ଗତକାଲି ସେମାନଙ୍କ ବିଭାଗକୁ ସେମାନଙ୍କ ପାଖରୁ ଛଡ଼ାଇ ନିଆଯାଇ ଅନ୍ୟ ବିଧାୟକଙ୍କୁ ହସ୍ତାନ୍ତର କରାଯାଇଛି।

ବିଜେପି ପକ୍ଷରୁ ହେବାକୁ ଥିବା ମନ୍ତ୍ରୀ (କ୍ୟାବିନେଟ)

  • ଚନ୍ଦ୍ରକାନ୍ତ ପାଟିଲ 
  • ସୁଧୀର ମଙ୍ଗଟିୱାର
  • ଆଶିଷ ଶେଲାର
  • ଗଣେଶ ନାଇକ 
  • ରବିନ୍ଦ୍ର ଚହ୍ୱାଣ 
  • ପ୍ରବୀଣ ଡାରେକର
  • ସଞ୍ଜୟ କୁଟେ
  • ମଦନ ୟେରାୱାର 
  • ଚନ୍ଦ୍ରଶେଖର ବାବନକଲେ 
  • ସମ୍ଭାଜୀ ନୀଲେଙ୍ଗକର 
  • ସୁଭାଷ ଦେଶମୁଖ 
  • ବିଜୟ ଦେଶମୁଖ  
  • ଗିରୀଶ ମହାଜନ
  • ରାଧାକୃଷ୍ଣ ବିକେ ପାଟିଲ
  • ଜୟକୁମାର ରାୱଲ 
  • ରାମ ସିନ୍ଦେ

ବିଜେପି ପକ୍ଷରୁ ହେବାକୁ ଥିବା ରାଷ୍ଟ୍ରମନ୍ତ୍ରୀ 

  • ରାହୁଲ କୁଲ 
  • ଜୟକୁମାର ଗୋରେ 
  • ଶିବେନ୍ଦ୍ର ରାଜେ 
  • ରାମ ସାତପୁତେ
  • ରଣଜିତସିଂହ ମୋହିତ ପାଟିଲ 
  • ଗୋପୀଚାନ୍ଦ ପଡଲକର
  • ଅତୁଲ ସାବେ 
  • ଯୋଗେଶ ସାଗର 
  • ନୀତେଶ ରାଣେ 
  • ସନ୍ଦୀପ ଧୁର୍ବେ
  • ରଣଜିତ୍ ସାବରକର 
  • ଦେବୟାନି ଫାରନ୍ଦେ 
  • ରାଣା ଜଗଜିତ ସିଂହ
  • ମେଘନା ବୋର୍ଡିକର 

ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନେତା ଯିଏ ହେବେ ମନ୍ତ୍ରୀ (କ୍ୟାବିନେଟ)

  • ଭାରତ ଗୋଗାୱଲେ 
  • ଦୀପକ କେସରକର 
  • ଗୁଲାବରାଓ ପାଟିଲ 
  • ଉଦୟ ସାମନ୍ତ 
  • ଦାଦା ଭୁସେ 
  • ଅବଦୁଲ ସତ୍ତାର 
  • ସଞ୍ଜୟ ରାଠୋଡ 
  • ଶମ୍ଭୁରଜ ଦେଶାଇ 
  • ବଚ୍ଚୁ କଡୁ 
  • ତାନାଜୀ ସାୱନ୍ତ

ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ରାଷ୍ଟ୍ରମନ୍ତ୍ରୀ 

  • ସନ୍ଦୀପନ ଭୁମରେ
  • ସଞ୍ଜୟ ଶିରସାଟ
    ମହାରାଷ୍ଟ୍ର ସରକାରଙ୍କ ୫ ବିଭାଗ କାହା ପାଖରେ ରହିବ ତାହାକୁ ନେଇ କୌଣସି ନିଷ୍ପତ୍ତି ହୋଇ ପାରୁନାହିଁ। ବର୍ତ୍ତମାନ ନଗର ଉନ୍ନୟନ ବିଭାଗ ଏକନାଥ ସିନ୍ଦେଙ୍କ ପାଖରେ ରହିଥିଲା। ହେଲେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ରହିଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଏହି ବିଭାଗକୁ ନିଜ ପାଖରେ ରଖିଥିଲେ। ମଙ୍ଗଳବାର ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ରହିଥିବା ସ୍ୱାଧିନ ବିଧାୟକ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶାୟାରୀଙ୍କୁ ଭେଟିବେ। ହେଲେ ବିଧାୟକ ରାଜ୍ୟପାଳଙ୍କୁ କେବେ ଭେଟିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ସହିତ ଗୌହାଟି ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମଙ୍ଗଳବାର ମହାରାଷ୍ଟ୍ର ଫେରିବେ। ସେ ରାଜ୍ୟପାଳଙ୍କୁ ଭେଟି ଉଦ୍ଧବ ଠାକେର ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିବାକୁ ଏକ ଚିଠି ଦାଖଲ କରିବେ।
  • Also Read: Maharashtra Politics: ଯେବେ ଫଡ଼ନାଭୀସଙ୍କ ଲାଗି ଶିବ ସେନାଙ୍କୁ ଧମକ ଦେଇଥିଲା ସିନ୍ଦେ ଗୋଷ୍ଠୀ
  • Also Read: Maharashtra Political Crisis: ନୀରବ ଦର୍ଶକ ପାଲଟି ନାଟକ ଦେଖୁଛି ବିଜେପି