Rift in ShivSena: ଗତ ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପି ସହ ମେଣ୍ଟ ସରକାର ଗଠନ କରିବାକୁ ନେଇ ଶିବସେନାରେ ତେଜିବାରେ ଲାଗିଥିଲା ବିଦ୍ରୋହର ସ୍ୱର।
Trending Photos
Rift in ShivSena: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଆସିଛି ଏକ ଚମକାଇବା ଭଳି ଖବର। ବର୍ତ୍ତମାନ ଶିବସେନାରେ ସୃଷ୍ଟି ହୋଇଥିବା ବିଭାଜନ ଲାଗି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସଙ୍କ ମଧ୍ୟରେ ରହିଥିବା ବର୍ଷ ବର୍ଷର ପୁରୁଣା ସମ୍ପର୍କକୁ ଦାୟୀ କରାଯାଉଛି। ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଜାରି ରାଜନୈତିକ ସଂକଟର ସମାଧାନ କରିବା ଲାଗି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀ ପକ୍ଷରୁ ଦଳ ସାମ୍ନାରେ ଏକ ପ୍ରସ୍ତାବ ରଖାଯାଇଛି। ତାହା ହେଉଛି ଶିବ ସେନା ମହାବିକାଶ ଅଘାଡ଼ି ମେଣ୍ଟରୁ ଅଲଗା ହୋଇ ବିଜେପି ସହ ମିଶି ପୁଣି ଥରେ ମେଣ୍ଟ ସରକାର ଗଠନ କରୁ।
ଗତ ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପି ସହ ମେଣ୍ଟ ସରକାର ଗଠନ କରିବାକୁ ନେଇ ଶିବସେନାରେ ତେଜିବାରେ ଲାଗିଥିଲା ବିଦ୍ରୋହର ସ୍ୱର। ସେତେବେଳେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରଙ୍କୁ ଦଳର ବିଦ୍ରୋହୀ ନେତାଙ୍କ ଦାବି ମାନିବାକୁ ପଡ଼ି଼ଥିଲା। ଗତ ୨୦୧୪ ବିଧାନସଭା ନିର୍ବାଚନରେ ଶିବସେନା-ବିଜେପି ପୃଥକ ପୃଥକ ଭାବେ ନିର୍ବାଚନ ଲଢିଥିଲେ।
ଏହି ନିର୍ବାଚନରେ ଶିବସେନା ୬୩ ଏବଂ ବିଜେପି ୧୨୨ ସିଟ୍ ପାଇଥିଲେ। ନିର୍ବାଚନ ପରେ ଶିବସେନା ସହିତ ବିଜେପି ପୁନର୍ବାର କ୍ଷମତାକୁ ଆସିବାକୁ ଚାହୁଁଥିଲା ହେଲେ ଅଢେଇ ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଆହୁରି ମଧ୍ୟ ବିଜେପି-ଶିବସେନା ମେଣ୍ଟ ସରକାରରେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତ ହୋଇନଥିଲେ ଉଦ୍ଧବ ଠାକରେ।
ଯଦିଓ ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡନାଭୀସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନଥିଲେ ମାତ୍ର ସେତେବେଳେ ପ୍ରାୟ ୨୫ ଶିବସେନା ବିଧାୟକ ବିଜେପି ସହ ମିଶି ମେଣ୍ଟ ସରକାର ଗଠନ ନିଷ୍ପତ୍ତିରେ ଅଟଳ ରହିଥିଲେ। ଏହି ସମସ୍ତ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଥିଲେ। ଏପରିକି ସେହି ସମୟରେ କିଛି ଶିବସେନା ବିଧାୟକ ଏହା ମଧ୍ୟ କହିବାକୁ ପଛାଇନଥିଲେ ଯଦି ବିଜେପି ସହ ମେଣ୍ଟ ସରକାର ଗଠନ କରାନଯାଏ ତାହେଲେ ସେମାନେ ଦଳରୁ ଅଲଗା ହୋଇଯିବେ।
ଏହା ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ବାହ୍ୟ ସମର୍ଥନ ଦେବାକୁ ଘୋଷଣା କରିଥିଲା ଏନସିପି। ମାତ୍ର ଶିବସେନା ବିଧାୟକଙ୍କ ଚାପ ଏବଂ ଦଳକୁ ବିଭାଜନରୁ ରକ୍ଷା କରିବା ପାଇଁ ଉଦ୍ଧବ ଠାକରେ ବିଜେପିକୁ ସମର୍ଥନ କରିବାକୁ ରାଜି ହୋଇଥିଲେ। ଯଦିଓ ୨୦୧୪ ବର୍ଷରେ ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟ ସରକାର ଗଠିତ ହୋଇଥିଲା ମାତ୍ର ପାରସ୍ପରିକ କଳହ ହେତୁ ଉଭୟ ଦଳ ସର୍ବଦା ଚର୍ଚ୍ଚାରେ ରହୁଥିଲେ। ଫଭୟ ବିଜେପି-ଶିବସେନା ୨୦୧୪ ବିଧାନସଭା ନିର୍ବାଚନରେ ଅଧିକ ଆସନ ଚାହୁଁଥିଲେ। କାରଣ ଉଭୟ ଦଳ ଏହି ନିର୍ବାଚନରେ ନିଜର ବିଜୟକୁ ନେଇ ଆତ୍ମବିଶ୍ୱାସୀ ଥିଲେ। ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ବିଜେପି ଉତ୍ସାହିତ ଥିବାବେଳେ ଶିବସେନା କହିଥିଲା ବର୍ତ୍ତମାନ ମୋଦି ଲହର ଶେଷ ହୋଇଛି ଏବଂ ବର୍ତ୍ତମାନ ରାଜ୍ୟରେ ଦଳର ପ୍ରଭାବ ଅଧିକ ରହିଛି।
ଏକନାଥ ସିନ୍ଦେଙ୍କ ଜଣେ ଘନିଷ୍ଠ ସହଯୋଗୀ ସିନ୍ଦେଙ୍କ ଜଣେ ଘନିଷ୍ଠ ସହଯୋଗ କହିଥିଲେ ଯେତେବେଳେ ଶିବସେନା ପ୍ରଥମେ ବିରୋଧି ପକ୍ଷରେ ଥିଲେ ସେତେବେଳେ ସିନ୍ଦେଙ୍କୁ ବିରୋଧି ଦଳ ନେତା କରାଯାଇଥିଲା। ହେଲେ ଯେତେବେଳେ ଶିବସେନା ସରକାରରେ ଯୋଗ ଦେଇଥିଲେ ସେତେବେଳେ ସିନ୍ଦେଙ୍କୁ ଲୋକ ନର୍ମାଣ ବିଭାଗ ମନ୍ତ୍ରୀ କରାଯାଇଥିଲା। କାରଣ ସେ ଏକ ଉନ୍ନତ ବିଭାଗ ପାଇବାକୁ ଯୋଗ୍ୟ ଥିଲେ। ଯାହା ଉପରେ ଉଦ୍ଧବ ଠାକରେ ବିଚାର କରିନଥିଲେ। ଗତ ୨୦୧୪, ୨୦୧୯ ନିର୍ବାଚନ ବେଳେ ବିଜେପି ଜାଣିବାକୁ ପାଇଥିଲା ଯେ ଏକନାଥ ସିନ୍ଦେ ଦଳରେ ଅବହେଳାର ଶୀକାର ହେଉଛନ୍ତି। ଯେତେବେଳେ ୨୦୧୫ ବର୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ୧୨ ହଜାର କୋଟି ଟଙ୍କାର ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେ ଘୋଷଣା କରିଥିଲେ, ସେତେବେଳେ ସେ ତାଙ୍କର ପ୍ରିୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ତାଙ୍କର ପୁରୁଣା ସହଯୋଗୀ ଏକନାଥ ସିନ୍ଦେଙ୍କୁ ବାଛିଥିଲେ।
Also Read: Maharashtra Political Crisis: ନୀରବ ଦର୍ଶକ ପାଲଟି ନାଟକ ଦେଖୁଛି ବିଜେପି