ଗୁରୁଙ୍କ ଘରେ କିପରି ମୁକାବିଲା କରିବେ ଏକନାଥ? ସିନ୍ଦେଙ୍କ ଗଡ଼ରେ ଉଦ୍ଧବ ଠାକରେ ଖେଳିଲେ ଏହି ଚାଲ୍
Advertisement
Article Detail0/zeeodisha/odisha1284377

ଗୁରୁଙ୍କ ଘରେ କିପରି ମୁକାବିଲା କରିବେ ଏକନାଥ? ସିନ୍ଦେଙ୍କ ଗଡ଼ରେ ଉଦ୍ଧବ ଠାକରେ ଖେଳିଲେ ଏହି ଚାଲ୍

Maharashtra Politics: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚେକ୍-ମେଟ୍ ଖେଳ ଜାରି ରହିଛି । ଏକନାଥ ସିନ୍ଦଙ୍କ ବିଦ୍ରୋହ ପରେ ଶିବସେନାର ମଜଭୁତ ଗଡ଼ ଥାନେରେ ରାଜନୈତିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା, ଏହି କାରଣରୁ ଉଦ୍ଧବ ଠାକରେ ଆନନ୍ଦ ଦିଘେଙ୍କ ପୁତୁରା କେଦାର ଦିଘେଙ୍କୁ ଦଳର କମାଣ ଦେଇ ନିଜ ରାଜନୀତିକୁ ଆଗକୁ ବଢାଇବା ପାଇଁ ଏକ ଚାଲ୍ ଖେଳିଛନ୍ତି । ଏଭଳି ପରିସ୍ଥିତିରେ ଦେଖିବା ରହିଯାଇଛି କି ସିନ୍ଦେ କିପରି ତାଙ୍କ ଗୁରୁଙ୍କୁ ପୁତୁରାକୁ ମାତ୍ ଦେଉଛନ୍ତି?

ଗୁରୁଙ୍କ ଘରେ କିପରି ମୁକାବିଲା କରିବେ ଏକନାଥ? ସିନ୍ଦେଙ୍କ ଗଡ଼ରେ ଉଦ୍ଧବ ଠାକରେ ଖେଳିଲେ ଏହି ଚାଲ୍

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେଙ୍କ ରାଜନୈତିକ ସଙ୍କଟ ଶେଷ ହେବାର ନାମ ନେଉନାହିଁ । ସିନ୍ଦେ ଠାକରେ ପରିବାରରେ ମଧ୍ୟ ଫାଟ ସୃଷ୍ଟି କରିଛନ୍ତି ଓ ଉଦ୍ଧବ ଠାକରେଙ୍କ ବଡ଼ ଭାଇଙ୍କ ପୁଅ ନିହାର ଠାକରେଙ୍କୁ ନିଜ ଗୋଷ୍ଠୀରେ ସାମିଲ କରାଇଛନ୍ତି । ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ନା କେବଳ ଏକନାଥ ସିନ୍ଦେଙ୍କ ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କ ପୁତୁରା କେଦାର ଦିଘେଙ୍କୁ ଥାନେ ଜିଲ୍ଲାର କମାଣ ଦେଇ ଏକ ରାଜନୈତିକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି, ବରଂ ରାଜନୈତିକ ସ୍ଥିତିକୁ ଦୃଢ଼ ରଖିବାକୁ ଚେଷ୍ଟା କରିଛନ୍ତି । ଯାହା ଦ୍ୱାରା ପୁନର୍ବାର ସିନ୍ଦେଙ୍କ କ୍ଷତିପୂରଣ ହୋଇପାରିବ ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁଣି ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ଉଦ୍ଧବ ସ୍ୱର୍ଗତ ଶିବସେନା ନେତା ଆନନ୍ଦ ଦିଘେଙ୍କ ଭଣଜା କେଦାର ଦିଘେଙ୍କୁ ଦଳର ଥାନେ ଜିଲ୍ଲା ୟୁନିଟର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି । ଉଦ୍ଧବ ଏହି ନିଷ୍ପତ୍ତି ସେହି ସମୟରେ ନେଇଛନ୍ତି, ଯେତେବେଳେ ନରେଶ ମହାସ୍କେ ସିନ୍ଦେଙ୍କ ସମର୍ଥନରେ ନିଜ ପଦରୁ ଇସ୍ତଫା ଦେଇଥିଲେ, ଯେଉଁ କାରଣରୁ ଶିବସେନାର ଥାନେ ଜିଲ୍ଲା ୟୁନିଟ୍ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ଏଭଳି ପରିସ୍ଥିତିରେ ଆନନ୍ଦ ଦିଘେର ରାଜନୈତିକ ଉତ୍ତରାଧିକାରୀ ତଥା ସିନ୍ଦେଙ୍କ ରାଜନୀତିକୁ ପ୍ରତିହତ କରିବା ପାଇଁ ଉଦ୍ଧବ ଏକ ଚାଲ୍ ଖେଳିଛନ୍ତି ।

ଉଦ୍ଧବ ଆନନ୍ଦ ଦିଘେଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ଶିବସେନାର ମହିଳା ୱିଙ୍ଗର ମୁଖ୍ୟ ଥିବା ଅନୀତା ବିରଜେଙ୍କୁ ଥାନେଙ୍କ ଡେପୁଟି ନେତା ଭାବରେ ନାମିତ କରିଥିଲେ । ଶିବସେନା ସଚିବ ବିନାୟକ ରାଉତ ଏକ ବୟାନରେ କହିଛନ୍ତି ଯେ ଶିବସେନାର ଥାନେ ସିଟି ୟୁନିଟର ସଭାପତି ଭାବରେ ପ୍ରଦୀପ ସିନ୍ଦେଙ୍କୁ ନିଯୁକ୍ତ କରାଯାଇଛି । ଥାନେ ଜିଲ୍ଲାରେ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ ଯିବା ପରେ ଦେଖାଦେଇଥିବା ଅଭାବକୁ ପୂରଣ କରିବାର ପ୍ରୟାସ ଭାବରେ ଦେଖାଯାଉଛି ।

ଆପଣଙ୍କୁ କହି ରଖୁଛୁ ଯେ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ନିକଟରେ ଥିବା ଥାନେ ଜିଲ୍ଲାର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଏକନାଥ ସିନ୍ଦେ ଗଣିତ ହୋଇଥାଏ । କିନ୍ତୁ ରାଜନୀତିରେ ସେ ଆନନ୍ଦ ଦିଘେଙ୍କ ଛତ୍ରଛାଇରେ ବଢ଼ିଥିଲେ ଓ ତାଙ୍କ ଆଙ୍ଗୁଠି ଧରି ନିଜର ସ୍ଥାନ କରିଥିଲେ । ଥାନେ-କଲ୍ୟାଣ ଅଞ୍ଚଳର ଦିଘେଙ୍କୁ ଜଣେ ଶକ୍ତିଶାଳୀ ଶିବସେନା ନେତା ଭାବରେ ମନେ କରାଯାଉଥିଲା । ସେ ଶିବସେନାର ପ୍ରାରମ୍ଭିକ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ଥାନାରେ ଶିବସେନାକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆନନ୍ଦ ଦିଘେ ହିନ୍ଦୁତ୍ୱ ଓ ମରାଠୀ ପରିଚୟ ସହିତ ଆଗକୁ ବଢ଼ିଥିଲେ ।

ଶିବସେନା କର୍ମୀ ଭାବରେ ଦିଘେ ରାଜନୈତିକ ଇନିଂସ ଆରମ୍ଭ କରିଥିଲେ, ଯେଉଁଥିରୁ  ବାଲ ଠାକରେ ପ୍ରଭାବିତ ହୋଇ ତାଙ୍କୁ ଥାନାରେ ଦଳ ଗଠନ ଛିଡ଼ା କରିବାର ଦାୟିତ୍ୱ ପ୍ରଦାନ କରିଥିଲେ । ଥାନେ ଜିଲ୍ଲାରେ ଶିବସେନା ସଭାପତିଙ୍କ ଦାୟିତ୍ୱ ପାଇବା ପରେ ଦିଘେ ଅଫିସରେ ରହିବାକୁ ଲାଗିଲେ । ସ୍ଥାନୀୟ ୟୁନିଟ୍ ଉପରେ ଦିଘେ ଶିବସେନାର ଦୃଢ଼ ନିୟନ୍ତ୍ରଣ ଥିଲା । ସେ ଏହି ଅଞ୍ଚଳରେ ଶିବସେନାର ମାନ୍ୟତା ବଢ଼ାଇଥିଲେ । ଅଗଷ୍ଟ ୨୦୦୧ରେ ଆନନ୍ଦ ଦିଘେ ଏକ କାର ଦୁର୍ଘଟଣାରେ ଆହତ ହୋଇଥିଲେ, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ:-ଆମେରିକାର ଅପରେସନରେ ଅଲ-କାଏଦା ମୁଖ୍ୟ ଅଲ-ଜୱାହିରି ନିହତ, ଆଫଗାନିସ୍ତାନ ରାଗି ପାଚି ହେଲା ଲାଲ; ଜାଣନ୍ତୁ କ'ଣ କହିଲା ତାଲିବାନ

ଏହା ବି ପଢ଼ନ୍ତୁ:-ଏଠାରେ ହଠାତ୍ ବଢ଼ି ଯାଇଛି କଣ୍ଡୋମର ଚାହିଦା, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍!

ଏହା ବି ପଢ଼ନ୍ତୁ:-ମାଗଣା ରାସନ ହିତାଧିକାରୀଙ୍କୁ ଝଟକା, ସରକାର ବନ୍ଦ କରିବାକୁ ଯାଉଛନ୍ତି ମାଗଣା ଖାଦ୍ୟ ଶସ୍ୟ ଯୋଜନା!

 

ଆନନ୍ଦ ଦିଘେଙ୍କ ପରେ ଥାନାରେ ଏକନାଥ ସିନ୍ଦେଙ୍କୁ ଶିବସେନାର କମାଣ ମିଳିଥିଲା । ସିନ୍ଦେ ନିଜେ ଏହି ପଦବୀରେ ଦୀର୍ଘ ସମୟ ଧରି ରହିଥିଲେ ଓ ପରେ ସେ ସଂଗଠନର ଦାୟିତ୍ୱ ତାଙ୍କ ନିକଟବର୍ତ୍ତୀ ନେତାମାନଙ୍କୁ ପ୍ରଦାନ କରିଥିଲେ । ଏହାର କାରଣ ଥିଲା ଯେ ଯେତେବେଳେ ସିନ୍ଦେ ବିଦ୍ରୋହର ଝଣ୍ଡା ଉତ୍ତୋଳନ କରିଥିଲେ, ଥାନାର ଶିବସେନା ଜିଲ୍ଲା ସଭାପତି ନରେଶ ମହସ୍କେ ମଧ୍ୟ ବିଦ୍ରୋହ କରି ଏହି ପଦ ଛାଡିଥିଲେ । ଏଭଳି ପରିସ୍ଥିତିରେ ଯେତେବେଳେ ସିନ୍ଦେ ଆନନ୍ଦ ଦିଘେଙ୍କ ବିଷୟରେ କହୁଛନ୍ତି ଓ ତାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ଦାବି କରୁଛନ୍ତି, ସେତେବେଳେ ଉଦ୍ଧବ ଠାକରେ ଥାନେ ଜିଲ୍ଲାର ଦଳର କମାଣକୁ ଆନନ୍ଦ ଦିଘେଙ୍କ ପୁତୁରା କେଦାର ଦିଘେଙ୍କୁ ପ୍ରଦାନେ କରିଛନ୍ତି । ଉଦ୍ଧବ ଏହିପରି ଭାବେ ଦିଘେଙ୍କ ରାଜନୈତିକ ଉତ୍ତରାଧିକାରୀ ଉପରେ ସିନ୍ଦେଙ୍କ ଦଖଲ ପୂର୍ବରୁ ବଡ଼ ଚାଲ୍ ଖେଳିଛନ୍ତି ।