Congress President Election: ସୋନିଆ ଗାନ୍ଧୀଙ୍କ ପାଖକୁ ଇସ୍ତଫା ପଠାଇଲେ ମଲ୍ଲିକାର୍ଜୁନ ଖାର୍ଗେ
Advertisement
Article Detail0/zeeodisha/odisha1375858

Congress President Election: ସୋନିଆ ଗାନ୍ଧୀଙ୍କ ପାଖକୁ ଇସ୍ତଫା ପଠାଇଲେ ମଲ୍ଲିକାର୍ଜୁନ ଖାର୍ଗେ

Congress MP Mallikarjun Kharge: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଆଧାରରେ  ରାଜ୍ୟସଭା ବିରୋଧ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ।

Congress President Election: ସୋନିଆ ଗାନ୍ଧୀଙ୍କ ପାଖକୁ ଇସ୍ତଫା ପଠାଇଲେ ମଲ୍ଲିକାର୍ଜୁନ ଖାର୍ଗେ

Resignation of Mallikarjun Kharge: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ନିଜର ଇସ୍ତଫା ପଠାଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ। ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଆଧାରରେ ବିରୋଧ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ। ଦଳର ସଭାପତି ପଦ ନିର୍ବାଚନ ପାଇଁ ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେ। 

ଦଳର ସଭାପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି କଂଗ୍ରେସ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ (Congress Rajya Sabha MP Mallikarjun Kharge)। କର୍ଣ୍ଣାଟକରୁ ଆସିଥିବା ଖାର୍ଗେ ସ୍ପଷ୍ଟ ଭାବେ ସବୁଠାରୁ ପସନ୍ଦଯୋଗ୍ୟ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congress President Election) ତାଙ୍କର ବିଜୟ ପ୍ରାୟ ସୁନିଶ୍ଚିତ ବୋଲି କୁହାଯାଉଛି। କାରଣ ତାଙ୍କୁ ଗାନ୍ଧୀ ପରିବାରର (Gandhi Family) ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରାହୁଲ ଗାନ୍ଧୀ, ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ରହିଛି। ଏପରିକି ଦଳର ଅଧିକାଂଶ ନେତା ତାଙ୍କୁ ସମର୍ଥନ କରୁଛନ୍ତି।

ମଲ୍ଲିକାର୍ଜୁନ ଖାର୍ଗେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସୁଛନ୍ତି। ଯିଏ  ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ଯଦି ସେ ଦଳର ସଭାପତି ଭାବେ ନିର୍ବାଚିତ ହୁଅନ୍ତି ତାହେଲେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇବ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳର କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନାହାଁନ୍ତି।

Also Read: Congress President Election: ସୋନିଆ ଗାନ୍ଧୀଙ୍କ ପାଖକୁ ଇସ୍ତଫା ପଠାଇଲେ ମଲ୍ଲିକାର୍ଜୁନ ଖାର୍ଗେ 

ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ନାମାନଙ୍କନ ଦାଖଲ କରିବା ପରେ  ପ୍ରତିକ୍ରିୟା ରଖି କଂଗ୍ରେସ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ମୁଁ ସର୍ବଦା ବଞ୍ଚିତ ଲୋକଙ୍କ ଅଧିକାର ପାଇଁ ଲଢିଛି ଏବଂ କଂଗ୍ରେସ ଦଳର ନୀତିକୁ ସମର୍ଥନ କରିବା ପାଇଁ ମୁଁ ଅଧିକ ସଂଗ୍ରାମ କରିବାକୁ ପ୍ରସ୍ତୁତ ଅଛି ଯାହା ସହିତ ମୁଁ ପିଲାଦିନରୁ ଜଡିତ ରହିଛି। ମୁଁ  ଦଳର ସେହି ସମସ୍ତ ନେତା, କର୍ମକର୍ତ୍ତା, ପଦାଧିକାରୀଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ମୋ ନାମାଙ୍କନ ସମୟରେ ମୋ ସହିତ ଉପସ୍ଥିତ ରହିଛନ୍ତି। ଆସନ୍ତା ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ନିର୍ବାଚନର ଫଳାଫଳ ଆସିବ। ମୁଁ ଆଶା କରୁଛି ଯେ ମୁଁ ଏହି ନିର୍ବାଚନରେ ​​ଜିତିବି।

ଯଦି ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ବାଜିମାତ କରନ୍ତି ତାହେଲେ ସେ ନିଜଲିଙ୍ଗପ୍ପାଙ୍କ ପରେ କର୍ଣ୍ଣାଟକ କଂଗ୍ରେସ କମିଟିର ଦ୍ୱିତୀୟ ନେତା ହେବେ ଯିଏ ଅଖିଳ ଭାରତୀୟ କଂଗ୍ରେସ କମିଟିର ନେତୃତ୍ୱ ନେବେ। ଏପରିକି ସେ ଦେଶର ପୂର୍ବତନ ଉପ ପ୍ରଧାମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଏହି ପଦବୀରେ ଅବସ୍ଥାପିତ ହେବାରେ  ଦ୍ୱିତୀୟ ଦଳିତ କଂଗ୍ରେସ ନେତା ହେବେ। ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଅଛନ୍ତି ସେ।

Also Read: Congress President Post: ଆଗକୁ ବଢିଲେ ମଲ୍ଲିକାର୍ଜୁନ ଖାର୍ଗେ, ହଟିଲେ ଦିଗବିଜୟ ସିଂହ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ଗେହଲୋତ, ଦିଗବିଜୟ ସିଂହ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି ଏବଂ ମୁକୁଲ ୱାସନିକ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପ୍ରସ୍ତାବକ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟ ଠାରେ ନାମାଙ୍କନ ଦାଖଲ କରିବା ଅବସରରେ ତାଙ୍କ ସହିତ ଅନେକ ଦଳର ନେତାଙ୍କୁ ଦେଖିବାକୁ ମିଳିଥିଲା। ଏପରିକି ଦଳର ସଂସ୍କାର ଆଣିବାକୁ ଦାବି କରୁଥିବା ଅସନ୍ତୁଷ୍ଟ G23 ଗୋଷ୍ଠୀର ନେତାଙ୍କ ସମର୍ଥନ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପ୍ରତି ରହିଛି।