ଦୁର୍ବଳ ହେଉଛି ଦିଦିଙ୍କ ଦଳ, TMC ଛାଡିଲେ ଉପାଧ୍ୟକ୍ଷ ପବନ ବର୍ମା
Advertisement
Article Detail0/zeeodisha/odisha1299867

ଦୁର୍ବଳ ହେଉଛି ଦିଦିଙ୍କ ଦଳ, TMC ଛାଡିଲେ ଉପାଧ୍ୟକ୍ଷ ପବନ ବର୍ମା

TMC in Troubled: ଟିଏମସି(TMC)କୁ ଆଉ ଏକ ବଡ଼ ଝଟକା। ଦଳର ରାଜନୀତି କେବଳ ବଙ୍ଗଳା ମଧ୍ୟରେ ସୀମିତ କହି ଦିଦିଙ୍କୁ ବାଏବାଏ କଲେ ଉପାଧ୍ୟକ୍ଷ ପବନ ବର୍ମା(Pavan Verma)।

ପବନ ବର୍ମା(ଫାଇଲ ଫଟୋ)

TMC in Troubled: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଛ ଛାଡୁନାହିଁ ଦୁର୍ନୀତି ମାମାଲା। ଗୋଟିଏ ପରେ ପରେ ମାମଲାରେ ଫଶୁଛନ୍ତି ତୃଣମୂଳ କଂଗ୍ରେସର ନେତା-ମନ୍ତ୍ରୀ। ପ୍ରଥମେ ପାର୍ଥ ବାନାର୍ଜୀ(Patha Banarjee) ଏସଏସସି(SSC) ସ୍କାମରେ ଫଶିଥିବା ବେଳେ ବର୍ତ୍ତମାନ ବିରଭୂମ ନେତା ଅନୁବ୍ରତ ମଣ୍ଡଳ ଅସୁବିଧାରେ ପଡ଼ିଛନ୍ତି। ଅନ୍ୟପଟେ ଶୁକ୍ରବାର ଦିନ ଟିଏମସି ଆଉ ଏକ ବଡ଼ ଧରଣ ଝଟକା ଲାଗିଛି। ଦଳର ରାଜନୀତି କେବଳ ବଙ୍ଗଳା ମଧ୍ୟରେ ସୀମିତ ବୋଲି କହି ଦିଦିଙ୍କୁ ବାଏବାଏ କରିଦେଲେ ଉପାଧ୍ୟକ୍ଷ ପବନ ବର୍ମା(Pavan Verma)। ବାସ୍ତବରେ ପବନ ଗତ ନଭେମ୍ବରରେ ଟିଏମସିରେ ଯୋଗ ଦେଇଥିଲେ, ଯେତେବେଳେ ମମତା ଦିଲ୍ଲୀ ଯାତ୍ରା କରିଥିଲେ। ପବନ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, ''ଏପରି ସ୍ବାଗତ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛି। ମୁଁ ଆଗକୁ ମଧ୍ୟ ଯୋଗାଯୋଗରେ ରହିବି।''

ଗତ ବର୍ଷ ନଭେମ୍ବରରେ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ବେଳେ ବର୍ମା ଟିଏମସିରେ ଯୋଗ ଦେଇଥିଲେ। ତାଙ୍କୁ ଦଳର ଉପପାଧ୍ୟକ୍ଷ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇଥିଲା। ସେତେବେଳେ କିର୍ତ୍ତୀ ଆଜାଦ ଏବଂ ଅଶୋକ ତନୱର ମଧ୍ୟ ଟିଏମସିରେ ଯୋଗ ଦେଇଥିଲେ। ଟିଏମସି(TMC)ରେ ରହିବା ସମୟରେ ପବନ ଦଳର ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ। ଚଳିତ ବର୍ଷ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ପବନ ବର୍ମା ମଧ୍ୟ ମୁମ୍ବାଇରେ ମମତା ବାନାର୍ଜୀଙ୍କ ଚର୍ଚ୍ଚିତ ବୈଠକରେ ଯୋଗ ଦେଇଥିଲେ। ବୁଦ୍ଧିଜୀବୀଙ୍କ ଗହଣରେ ହୋଇଥିବା ଏହି ବୈଠକରେ ମମତା, ବିଜେପି ବିରୋଧରେ ଲଢେଇ କରିବାକୁ ଆହ୍ବାନ କରିଥିଲେ। ଇସ୍ତଫା ଦେବା ପରେ ଏକ ୱେବସାଇଟ୍କୁ ଦେଇଥିବା ବାର୍ତ୍ତାରେ ପବନ୍ ବର୍ମା କହିଛନ୍ତି, ''ତୃଣମୂଳ କଂଗ୍ରେସ ଏକ ବଙ୍ଗୀୟ କେନ୍ଦ୍ରିକ ଦଳ ଓ ସେଥିରେ ମୋର କୌଣସି ଭୂମିକା ଦେଖୁନାହିଁ। ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଓ ମୁଁ ଏହା ବିଷୟରେ ମମତା ବାନାର୍ଜୀଙ୍କୁ ସୂଚନା ଦେଇଛି।''

ରାଜନୀତିକୁ ଆସିବା ପୂର୍ବରୁ ପବନ ଜଣେ ଭାରତୀୟ ବୈଦେଶିକ ସେବା ଅଧିକାରୀ ଥିଲେ। ସେ ଭୁଟାନ ଏବଂ ସାଇପ୍ରସ ଭଳି ଦେଶରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଛନ୍ତି। ସେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମଧ୍ୟ ରହିଛନ୍ତି। ନାଗପୁରରେ ଜନ୍ମ ହୋଇଥିବା ବର୍ମା ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଅଧ୍ୟୟନ କରିଥିଲେ। ୨୦୧୪ରେ ସେ ରାଜ୍ୟସଭା ମାଧ୍ୟମରେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୬ରେ ଜେଡିୟୁର ମହାସଚିବ କରିଥିଲେ। ସେ ନୀତୀଶ କୁମାରଙ୍କ ପରାମର୍ଶଦାତା ମଧ୍ୟ ଥିଲେ। NRC-CAA ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସହ ତାଙ୍କର ମତଭେଦ ହୋଇଥିଲା ​​ଏବଂ ତାଙ୍କୁ ୨୦୨୦ରେ ଦଳରୁ ବହାର କରିଦିଆଯାଇଥିଲା।

ଏହା ବି ପଢନ୍ତୁ: ତେଜସ୍ୱୀଙ୍କ ୧୦ ଲକ୍ଷ ସରକାରୀ ଚାକିରି ପ୍ରତିଶ୍ରୁତି ଉପରେ ପ୍ରଥମ ଥର ଜବାବ ରଖିଲେ ନୀତିଶ

ଏହା ପରେ ୨୦୨୧ ମସିହାରେ ପବନ୍ ବର୍ମା ଟିଏମସିରେ ଯୋଗ ଦେଇଥିଲେ। ବାସ୍ତବରେ ୨୦୨୧ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସିକୁ କେବଳ ପଶ୍ଚିମବଙ୍ଗରେ ସିମିତ ନରଖି ଅନ୍ୟ ରାଜ୍ୟକୁ ବିସ୍ତାର କରିବାକୁ ଉଦ୍ୟମ ଜୋରଦାର କରିଥିଲେ। ନିର୍ବାଚନରେ ​​ବିଜେପିକୁ ଅତି ଶୋଚନୀୟ ଭାବେ ପରାସ୍ତ କରିବା ପରେ ମମତା ବାନାର୍ଜୀ ଦଳ ପାଇଁ ଅନ୍ୟ ରାଜ୍ୟରେ ପ୍ରଚାର ଆରମ୍ଭ କରିଦେଇଥିଲେ। ଆଉ ସେତେବେଳେ ଅନ୍ୟ ଦଳର କେତେକ ନେତା ଟିଏମସିରେ ମିଶିଯାଇଥିଲେ।