କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୨୩, ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ହେବାକୁ ଯାଉଛି ମତଦାନ। ଅନ୍ୟପଟେ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ଲାଗି ଭୋଟଗ୍ରହଣ ହୋଇସାରିଛି।


COMMERCIAL BREAK
SCROLL TO CONTINUE READING

ଗୋଟିଏ ପଟେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଭୋଟ ଗ୍ରହଣ ଜାରି ରହିଥିବା ବେଳେ ବାକି ରହିଥିବା ମତଦାନ ଲାଗି ବିଭିନ୍ନ ଦଳ ପକ୍ଷରୁ ପର୍ଯ୍ୟାୟକ୍ରମେ ଚାଲିଛି ନିର୍ବାଚନୀ ପ୍ରଚାର। ଅନ୍ୟପଟେ ରାଜ୍ୟରେ କୋରୋନା ସଂକ୍ରମଣ ଏବେ ବୃଦ୍ଧି ପାଇବାରେ ଲାଗିଛି। ବଢୁଥିବା କୋଭିଡ୧୯ ମାମଲାକୁ ଦୃଷ୍ଟିରେ ରଖି ବାକି ରହିଥିବା ୩ ପର୍ଯ୍ୟାୟ ଭୋଟ ଗ୍ରହଣକୁ ଗୋଟିଏ ଥରରେ କରାଇବା ଲାଗି ଦାବି ଜଣାଇଛନ୍ତି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)।  


Also Read: Corona Alert: ନିର୍ବାଚନୀ ରାଲି ସମୟ ହ୍ରାସ କଲେ EC, ନୂଆ Guidelines ଜାରି


 


ପଶ୍ଚିମବଙ୍ଗରେ ବଢୁଥିବା କୋରୋନା ସଂକ୍ରମଣ ଲାଗି କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ ବିରୁଦ୍ଧରେ ଦୋଷାରୋପ କରିଛନ୍ତି ଟିଏମସି ସୁପ୍ରିମୋ। ରାଜ୍ୟକୁ କୋରୋନା ଟିକା ଯୋଗାଇଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। ଟିକା ଖର୍ଚ୍ଚ ବହନ କରିବାକୁ ପଶ୍ଚିମବଙ୍ଗ ସରକାର ପ୍ରସ୍ତୁତ ଅଛନ୍ତି ହେଲେ ଆମକୁ କେନ୍ଦ୍ର କିଣିବାକୁ ଦେଉନାହିଁ। ରାଜ୍ୟରେ କୋରୋନା ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବା ଆବଶ୍ୟକୀୟ ଟିକା ମହଜୁଦ ନାହିଁ। କୋଭିଡ୧୯ ଟିକା ନେବା ପରେ କୋରୋନା ଆକ୍ରାନ୍ତ ହେଉଥିବା ଲୋକଙ୍କୁ ନେଇ ଚିନ୍ତିତ ହୋଇଉଠିଛନ୍ତି ମମତା ବାନାର୍ଜୀ। 


Also Read: 'EC ନାମ ପରିବର୍ତ୍ତନ କରି କରି Modi Code of Conduct ରଖାଯାଉ'


ବଢୁଥିବା କୋଭିଡ୧୯ ମାମଲାକୁ ଦୃଷ୍ଟିରେ ରଖି ବାକି ରହିଥିବା ୩ ପର୍ଯ୍ୟାୟ ଭୋଟ ଗ୍ରହଣକୁ ଗୋଟିଏ ଥରରେ କରାଇବା ଲାଗି ମୁଁ ନିର୍ବାଚନ ଆୟୋଗ (Election Commssion) ନିକଟରେ ଦାବି ଜଣାଇଛି। କାରଣ ମୋ ଲାଗି ଲୋକଙ୍କ ଜୀବନ ହେଉଛି ମୂଲ୍ୟବାନ। ହେଲେ ମୋ ଦାବି ଉପରେ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଗୀତାଞ୍ଜଳି ଷ୍ଟାଡିୟମ ଠାରେ ଆମେ "ସେଫ ହୋମ୍ସ" (Safe Homes) ନିର୍ମାଣ କରିଥିଲୁ ହେଲେ ଏହାକୁ ନିର୍ବାଚନ ଆୟୋଗ କବଜା କରି ନେଇଛନ୍ତି।  


Also Read: WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee


 


ରାଜ୍ୟରେ କୋରୋନା ମୁକାବିଲା ପାଇଁ  ୧୧ ହଜାର ବେଡ ସଂଯୁକ୍ତ ୨୦୦ ସେଫ ହୋମ ଆମ ସରକାର ନିର୍ମାଣ କରିଥିଲା। ଏପରିକି ଗୋଟିଏ ଟାସ୍କଫୋର୍ସ ମଧ୍ୟ ଗଠିତ ହୋଇଥିଲା। ସରକାରୀ ଚିକିତ୍ସାଳୟରେ ୪୫୦୦ ବେଡ ବୃଦ୍ଧି କରାଯିବା ସହ ଆହୁରି ଅଧିକ ୪୦୦ ଆମ୍ବୁଲାନ୍ସକୁ ସେବାରେ ଲଗାଇବାକୁ ଯୋଜନା କରାଯାଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ  ସରକାରୀ କାର୍ଯ୍ୟାଳୟ ଖୋଲାଯାଉଛି। "ୱାର୍କ ଫ୍ରମ ହୋମ" (Work From Home) ଉପରେ ଗୁରୁତ୍ୱ ଦିଆଯାଉଛି।