ନିଷିଦ୍ଧାଞ୍ଚଳରେ ଦିଦି; କାର୍ଯ୍ୟାନୁଷ୍ଠାନ ନେଇପାରେ ସେନା
Advertisement

ନିଷିଦ୍ଧାଞ୍ଚଳରେ ଦିଦି; କାର୍ଯ୍ୟାନୁଷ୍ଠାନ ନେଇପାରେ ସେନା

ଏପରି ଦଳୀୟ କାର୍ଯ୍ୟକ୍ରମ କରିବା ଲାଗି ଟିଏମସକୁ କୌଣସି ଅନୁମତି ମିଳିନାହିଁ।

ନିଷିଦ୍ଧାଞ୍ଚଳରେ ଦିଦି; କାର୍ଯ୍ୟାନୁଷ୍ଠାନ ନେଇପାରେ ସେନା

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର କରିବାକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଲଗାଯାଇଥିବା ୨୪ ଘଣ୍ଟିଆ କଟକଣାକୁ ବିରୋଧ କରି ରାଜଧାନୀ କୋଲକାତା ସହରରେ ରହିଥିବା ଗାନ୍ଧୀ ମୂର୍ତ୍ତି ଠାରେ ଧାରଣା ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଗତ ସୋମବାର ରାତି ୮ଟାରୁ ଲଗାଯାଇଥିବା ଏହି କଟକଣା ମଙ୍ଗଳବାର ରାତି ସମାନ ସମୟ ପର୍ଯ୍ୟନ୍ତ ବଳବତ୍ତର ରହିଛି।   

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଦଳୀୟ ପ୍ରଚାର କରୁଥିବା ସମୟରେ ଆହତ ହୋଇଥିବା ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ହ୍ୱିଲଚେୟାରରେ (Wheelchair) ବସି କୋଲାକାତାରେ (Kolkatta) ରହିଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି। ମଙ୍ଗଳବାର ରାତି ୮ଟା ପରେ ପଶ୍ଚିମବଙ୍ଗର ବାରାସାତ ଏବଂ ବିଧାନନଗର ଠାରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।       

Also Read: 'EC ନାମ ପରିବର୍ତ୍ତନ କରି କରି Modi Code of Conduct ରଖାଯାଉ'

ଚଳିତ ନିର୍ବାଚନରେ ଟିଏମସି ସୁପ୍ରିମୋ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦଳ ଲାଗି ପ୍ରଚାର କରୁଥିବା ସମୟରେ ଆହତ ହୋଇଥିଲେ। ଏ ଘଟଣା ପର ଠାରୁ ସେ ହ୍ୱିଲଚେୟାରରେ ବସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟ କରୁଛନ୍ତି। ଦଳର କୌଣସି କର୍ମକର୍ତ୍ତାଙ୍କ ବିନା ଉପସ୍ଥିତିରେ ଧାରଣା ଦେଇଛନ୍ତି ମମତା ବାନାର୍ଜୀ। ନିର୍ବାଚନ କମିଶନଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ କହିଥିଲ ଏପରି ନିଷ୍ପତ୍ତି ଅସାମ୍ବିଧାନିକ ଏବଂ ଅଗଣତାନ୍ତ୍ରିକ। ଏହାର ପ୍ରତିବାଦରେ ମୁଁ ଧାରଣା ଦେବି। 

Also Read: Mamata Banerjee: ଭୋଟ ମାଗିବା ପଡିଲା ମହଙ୍ଗା; EC ମାଗିଲେ ଜବାବ

ଏହି ଧାରଣା ଉପରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ମମତା ବାନାର୍ଜୀ ଯେଉଁସ୍ଥାନରେ ଧାରଣା ଦେଇଛନ୍ତି ତାହା ଭାରତୀୟ ସେନା ନିୟନ୍ତ୍ରିତ ଅଞ୍ଚଳ। ଏପରି ଦଳୀୟ କାର୍ଯ୍ୟକ୍ରମ କରିବା ଲାଗି ଟିଏମସକୁ କୌଣସି ଅନୁମତି ମିଳିନାହିଁ। ମଙ୍ଗଳବାର ସକାଳ ୯ଟା ୪୦ ମିନିଟ ସମୟରେ ଧାରଣା ଟିଏମସି ପକ୍ଷରୁ ଏକ ଆବେଦନ ପତ୍ର ଆମକୁ ମିଳିଥିଲା। ଦଳୀୟ କାର୍ଯ୍ୟକ୍ରମ କରିବା ଲାଗି ଟିଏମସିକୁ ଅନୁମତି ଦେବା ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି।