Cooch Behar ଗସ୍ତରେ Mamata Banerjee; କହିଲେ ମୁଁ 'Street Fighter'
Advertisement

Cooch Behar ଗସ୍ତରେ Mamata Banerjee; କହିଲେ ମୁଁ 'Street Fighter'

ପଶ୍ଚିମବଙ୍ଗକୁ ଗୁଜୁରାଟ ହେବାକୁ ଦେବି ନାହିଁ।

Cooch Behar ଗସ୍ତରେ Mamata Banerjee; କହିଲେ ମୁଁ  'Street Fighter'

କୋଲକାତା: ଭୋଟ ଗ୍ରହଣ ସମୟରେ ନିର୍ବାଚନୀ ହିଂସାକାଣ୍ଡ କାରଣରୁ ମତଦାନ ବନ୍ଦ ରହିଥିବା କୁଚବିହାର ଜିଲ୍ଲା ଗସ୍ତରେ ଯିବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଏପ୍ରିଲ ୧୪ ତାରିଖ ବୁଧବାର ସେ ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ଜିଲ୍ଲାର ସୀତାଲକୁଚି ବିଧାନସଭା ନିର୍ବାଚନମଣ୍ଡଳୀକୁ ଯାତ୍ରା କରିବେ।  

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Elelction 2021) ଲାଗି ଏପ୍ରିଲ ୧୦ ତାରିଖ ଶନିବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଆତ୍ମରକ୍ଷା କରିବାକୁ ଯାଇ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ସିଆଇଏସଏଫ (CISF) ଯବାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହି ଦିନ ସୀତାଲକୁଚି ବିଧାନସଭା ଆସନରେ (
Sitalkuchi Assembly Constituency) ଅନ୍ୟ ଜଣେ ଯୁବକକୁ ଗୁଳି କରି ହତ୍ୟା କରାଯାଇଥିଲା। 

Also Read: ନିଷିଦ୍ଧାଞ୍ଚଳରେ ଦିଦି; କାର୍ଯ୍ୟାନୁଷ୍ଠାନ ନେଇପାରେ ସେନା

ସିଆଇଏସଏଫ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ସଦସ୍ୟକୁ ଭେଟିବା ଲାଗି କୁଚବିହାର ଜିଲ୍ଲା ଗସ୍ତରେ ଯିବେ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ। (Mamata Banerjee) ସୀତାଲକୁଚି ନିର୍ବାଚନମଣ୍ଡଳୀରେ ଘଟିଥିବା ଏହି ଘଟଣା ପରେ ସେଠାରେ ତତ୍କାଳ ଭୋଟଗ୍ରହଣକୁ ବନ୍ଦ କରାଯାଇଥିଲା। ଏ ଘଟଣା ଘଟିବା ଦିନ ଠାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି ବିଧାନସଭା ଆସନକୁ ରାଜନେତାଙ୍କ ଆଗମନ ଉପରେ କଟକଣା ଲଗାଇଥିଲେ ନିର୍ବାଚନ ଆୟୋଗ। 

ଏହା ପୂର୍ବରୁ ଟିଏମସି ସୁପ୍ରିମୋଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକତା ଆଧାରରେ ଭୋଟ ମାଗିବା ଅଭିଯୋଗରେ ଗତ ଶୁକ୍ରବାର ତାଙ୍କୁ ନୋଟିସ ଜାରି କରିଥିଲେ ନିର୍ବାଚନ ଆୟୋଗ। ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ୪୮ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ କୌଣସି ଉତ୍ତର ନରଖିବା କାରଣରୁ ତାଙ୍କୁ ଗତକାଲି ରାତି ୮ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଥିଲା।  

Also Read: 'EC ନାମ ପରିବର୍ତ୍ତନ କରି କରି Modi Code of Conduct ରଖାଯାଉ'

ନିର୍ବାଚନ ଆୟୋଗ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକ ହଟିବା ପରେ ରାଜ୍ୟର ବାରସାତ ଠାରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ପ୍ରତିଦ୍ୱନ୍ଦ୍ୱୀ ବିଜେପି ବିରୁଦ୍ଧରେ ବର୍ଷିଥିଲେ ମମତା ବାନାର୍ଜୀ। ଏନେଇ ସେ କହିଥିଲେ ଏହି ନିର୍ବାଚନକୁ ବିଜେପି କେନ୍ଦ୍ରୀତ କରି ମୋତେ ରୋକିବାକୁ ଚେଷ୍ଟା କରାଯାଉଛି। ରାଜନୀତିରେ ମୁଁ ମୋ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଜବାବ ଦେବି। ମୁଁ ସେହି ଲୋକ ନୁହେଁ ଯିଏ ଘରେ ଚୁପଚାପ ବସିଯିବି। ପଶ୍ଚିମବଙ୍ଗକୁ ଗୁଜୁରାଟ ହେବାକୁ ଦେବି ନାହିଁ।      

Also Read: Mamata Banerjee: ଭୋଟ ମାଗିବା ପଡିଲା ମହଙ୍ଗା; EC ମାଗିଲେ ଜବାବ

ଏଥରର ବିଧାନସଭା ନିର୍ବାଚନ ପଶ୍ଚିମବଙ୍ଗ ଲାଗି ସମ୍ମାନର ବିଷୟ। ଏଥର ଯୁବପିଢି ଭୋଟ ଆମକୁ ମିଳିବ। ବିଜେପି ପାଖରେ ସବୁକିଛି ଥାଇ ସେମାନେ ମୋତେ ରୋକିପାରୁନାହାଁନ୍ତି। ଏହାର କାରଣ ହେଉଛି ମୁଁ ଜଣେ 'ଷ୍ଟ୍ରିଟ ଫାଇଟର' (Street Fighter)। ଗୃହମନ୍ତ୍ରୀ ଶାହ ଗୋଟିଏ ଘର ସାମ୍ନାକୁ ଯାଇ ଫଟୋ ଉଠାଉଛନ୍ତି। ହେଲେ ଏହାକୁ ଗଣମାଧ୍ୟମ କହୁଛି ସେ ବିଜେପି ଲାଗି ଦ୍ୱାର ଦ୍ୱାର ବୁଲି ପ୍ରଚାର କରୁଛନ୍ତି। ପିଏମ ମୋଦିଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି ଯଦି ମୁଁ କୌଣସି କାମକୁ ନୁହେଁ ତାହାଲେ ମୁଁ ରାଜନୀତି ଛାଡିଦେବି।