ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାର ନିର୍ବାଚନୀ ରାଲି, ଜନସଭା କିମ୍ବା କୌଣସି ରାଜନୈତିକ ଦଳ ପକ୍ଷରୁ ଦଳୀୟ ସଭାସମିତି ଆୟୋଜନ କରାଯାଇ ପାରିବ ନାହିଁ।
Trending Photos
ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ମାମଲା ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ବିଭିନ୍ନ ଦଳ ପକ୍ଷରୁ ଚାଲିଥିବା ନିର୍ବାଚନୀ ପ୍ରଚାର ଉପରେ ଅନେକ ପ୍ରତିବନ୍ଧକ ଜାରି କରାଯାଇଛି। ଯେଉଁଥିରେ ନିର୍ବାଚନ ରାଲି ସମୟକୁ ହ୍ରାସ କରିଛନ୍ତି ନିର୍ବାଚନ କମିଶନ।
ଏଣିକି କୌଣସି ଦଳ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ। ହେଲେ ପୂର୍ବରୁ ଏହି ସମୟ ରାତି ୧୦ଟା ପର୍ଯ୍ୟନ୍ତ ରହିଥିଲା। ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାର ନିର୍ବାଚନୀ ରାଲି, ଜନସଭା କିମ୍ବା କୌଣସି ରାଜନୈତିକ ଦଳ ପକ୍ଷରୁ ଦଳୀୟ ସଭାସମିତି ଆୟୋଜନ କରାଯାଇ ପାରିବ ନାହିଁ।
Also Read: WB Election 2021: ଆହୁରି ୭୧ କମ୍ପାନୀ CAPF ପଠାଇବ କେନ୍ଦ୍ର ଗୃହମନ୍ତ୍ରଣାଳୟ
ଯେଉଁଦିନ ଭୋଟଗ୍ରହଣ ଅନୁଷ୍ଠିତ ହେବ ତାହାର ୭୨ ଘଣ୍ଟା ପୂର୍ବରୁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ଲାଗି ଭୋଟଗ୍ରହଣ ହୋଇସାରିଛି। ସେହିପରି ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୨୩, ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି।
ପ୍ରଥମ ପର୍ଯ୍ୟାୟରେ ୮୪.୬୩, ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩, ତୃତୀୟ ପର୍ଯ୍ୟାୟରେ ୭୭.୬୮, ଚତୁର୍ଥ ପର୍ଯ୍ୟାୟରେ ୭୫.୯୩, ପଞ୍ଚମ ପର୍ଯ୍ୟାୟରେ ୮୨.୪୯ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
Also Read: Cooch Behar Violence: CISF କୁ ମିଳିଲା EC ଙ୍କ Clean Chit
ଅନ୍ତିମ ୩ ପର୍ଯ୍ୟାୟ ମତଦାନ ଲାଗି ଏଣିକି ୭୨ ଘଣ୍ଟା ପୂର୍ବରୁ ସମସ୍ତ ନିର୍ବାଚନୀ ସମ୍ପର୍କିତ କାର୍ଯ୍ୟ ଶେଷ କରିବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜନୈତିକ ଦଳ। ସର୍ବାଧିକ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଜଣେ ଦଳୀୟ ପ୍ରାର୍ଥୀ ପ୍ରଚାର କରିପାରିବେ।
Also Read: WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ
ଅନ୍ୟପଟେ କୋରୋନା ମୁକାବିଲା ଲାଗି ଜାରି ହୋଇଥିବା ଗାଇଡଲାଇନ୍ସ (Corona Guidelines) ପାଳନ କରିବାକୁ ସବୁ ଦଳଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ କରିବା ବେଳେ ସାମାଜିକ ଦୂରତା (Social Distance) ବଜାୟ ରଖିବା, ଦଳୀୟ ସଭାସମିତିରେ ଯୋଗ ଦେଉଥିବା ବ୍ୟକ୍ତିବିଶେଷଙ୍କ ଲାଗି ମାସ୍କ (Mask) ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ
ନିର୍ବାଚନ ପାଇଁ ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ଏବଂ କୋରୋନା ଗାଇଡଲାଇନ୍ସ ପାଳନ କରିବାରେ ଅବହେଳା ପ୍ରଦର୍ଶନ କରନ୍ତି ତାହେଲେ କୌଣସି ଦଳ ଅଥବା ଏହାର ସମର୍ଥକ, କର୍ମକର୍ତ୍ତା, ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଗଦତ ସପ୍ତାହରେ କୋଲକାତା ଠାରେ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଜଣାଇ ଦିଆଯାଇଛି।