ଘୋଡାରେ ଆସି ବିଧାନସଭାରେ ପହଞ୍ଚିଥିଲେ ବିଧାୟିକା ଅମ୍ବା ପ୍ରସାଦ
Advertisement
Article Detail0/zeeodisha/odisha1118737

ଘୋଡାରେ ଆସି ବିଧାନସଭାରେ ପହଞ୍ଚିଥିଲେ ବିଧାୟିକା ଅମ୍ବା ପ୍ରସାଦ

ଘୋଡାରେ ଆସି ଝାଡ଼ଖଣ୍ଡ ବିଧାନସଭାରେ ପହଞ୍ଚିଛନ୍ତି ବିଧାୟିକା ଅମ୍ବା ପ୍ରସାଦ।

ଘୋଡାରେ ଆସି ବିଧାନସଭାରେ ପହଞ୍ଚିଥିଲେ ବିଧାୟିକା ଅମ୍ବା ପ୍ରସାଦ

ରାଞ୍ଚି: ଘୋଡାରେ ଆସି ଝାଡ଼ଖଣ୍ଡ ବିଧାନସଭାରେ ପହଞ୍ଚିଛନ୍ତି ରାଜ୍ୟର ବଡକାଗାଓଁ ଆସନର ବିଧାୟିକା ଅମ୍ବା ପ୍ରସାଦ। ମହିଳା ସଶକ୍ତିକରଣ ବାର୍ତ୍ତା ଦେବା ପାଇଁ ସେ ଘୋଡାରେ ଆସି ବିଧାନସଭାରେ ପହଞ୍ଚିଥିଲେ। 

ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ମଣିଷ ସମାଜରେ ମହିଳାଙ୍କୁ ସଶକ୍ତ କରିବା ଏବଂ ଅର୍ଥନୈତିକ, ରାଜନୈତିକ, ସାମାଜିକ ସମେତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ସେମାନଙ୍କୁ ସେମାନଙ୍କ ଅଧିକାର ବାବଦରେ ଅବଗତ କରାଇବା। ଚଳିତ ବର୍ଷ ମହିଳା ଦିବସର ବିଷୟବସ୍ତୁ ହେଉଛି "ଏକ ସ୍ଥାୟୀ ଆସନ୍ତାକାଲି ପାଇଁ ଆଜି ଲିଙ୍ଗଗତ ସମାନତା"। 

Also Read: UP Election 2022: ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ନେତ୍ରୀ

ଏହି ଦିନକୁ ସ୍ମରଣୀୟ କରିବା ସହିତ ଦେଶର ମହିଳାଙ୍କୁ ସଶକ୍ତିକରଣ ବାର୍ତ୍ତା ଦେବା ପାଇଁ ଝାଡ଼ଖଣ୍ଡର ବଡକାଗାଓଁ ଆସନର ବିଧାୟିକା ଅମ୍ବା ପ୍ରସାଦ ଘୋଡାରେ ଆସି ବିଧାନସଭାରେ ପହଞ୍ଚିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଦେଶର ପ୍ରତ୍ୟେକ ମହିଳାଙ୍କ ଠାରେ ଦୁର୍ଗା ଏବଂ ଝାନ୍ସି ରାଣୀ ଅଛନ୍ତି। ବର୍ତ୍ତମାନ ସମୟ ବଦଳିଛି। କେବଳ ଗୋଟିଏ ଦିନ ନୁହେଁ ପ୍ରତ୍ୟେକ ଦିନ ମହିଳାଙ୍କ ପାଇଁ ଉତ୍ସର୍ଗୀକୃତ।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜେ ଦେଇଥିବା ବାର୍ତ୍ତାରେ ବିଧାୟିକା ଅମ୍ବା ପ୍ରସାଦ କହିଛନ୍ତି ପ୍ରତ୍ୟେକ ପିତାମାତା ସେମାନଙ୍କ ଝିଅଙ୍କୁ ଶିକ୍ଷା ଦେବା ଆବଶ୍ୟକ। କାରଣ ବର୍ତ୍ତମାନ ଝିଅ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କଲେଣୀ।