UP Election 2022: ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ନେତ୍ରୀ
Advertisement
Article Detail0/zeeodisha/odisha1076681

UP Election 2022: ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ନେତ୍ରୀ

"ଲଡ଼କି ହୁଁ ଲଡ଼୍ ସକତି ହୁଁ" ନାରା ଦେଇ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ।

UP Election 2022: ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ନେତ୍ରୀ

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସବୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରାର୍ଥୀ ଚୟନ। ଏହି ତାଲିକାରେ ସାମିଲ ହୋଇସାରିଛି ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ। ବିଧାନସଭା ନିର୍ବାଚନ ଲାଗି ଦଳୀୟ ଟିକେଟ ପାଇବା ପାଇଁ ବିଭିନ୍ନ କଳା କୌଶଳ ଅବଲମ୍ବନ କରୁଛନ୍ତି କଂଗ୍ରେସ ନେତା।
 
"ଲଡ଼କି ହୁଁ ଲଡ଼୍ ସକତି ହୁଁ" ନାରା ଦେଇ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ। ମାତ୍ର ଦଳର ଏହି ନାରା ରାଜ୍ୟର ମୁଜାଫରନଗର ଜିଲ୍ଲାରେ ବିଫଳ ହୋଇଥିବା ଦୃଶ୍ୟମାନ ହୋଇଛି। ଏଠାରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଆଶାୟୀ ରହିଥିବା କଂଗ୍ରେସ ନେତ୍ରୀ ମେହରାଜ ଜହାଁଙ୍କ ବଦଳରେ ସୁବୋଧ ଶର୍ମାଙ୍କୁ ଟିକେଟ ପ୍ରଦାନ କରିଛି।

Also Read: UP Poll 2022: ଟିକେଟ ପାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲେ କଂଗ୍ରେସ ନେତ୍ରୀ

ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ କଂଗ୍ରେସ ନେତ୍ରୀ ତଥା ମୁଜାଫରନଗର ଜିଲ୍ଲା କଂଗ୍ରେସ କମିଟି ସଚିବ ମେହରାଜ ଜହାଁ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି। ଗୁରୁବାର କଂଗ୍ରେସ ମୁଜାଫରନଗର ଜିଲ୍ଲାର ସମସ୍ତ ୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। ମାତ୍ର ଦଳୀୟ ପ୍ରାର୍ଥୀ ତାଲିକାରେ ନିଜ ନାଁ ସାମିଲ ରହିନଥିବା ଦେଖି ଏହି କଂଗ୍ରେସ ନେତ୍ରୀ ଚକିତ ହୋଇଯିବା କାନ୍ଦି ପକାଇଥିଲେ। 

Also Read: UP Election 2022: ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚାରେ କଂଗ୍ରେସ

ଏନେଇ ମେହରାଜ ଜହାଁ କହିଛନ୍ତି ଗତ ୧୩ ବର୍ଷ ଧରି ମୁଁ କଂଗ୍ରେସ ସଙ୍ଗଠନ ପାଇଁ କାମ କରିଛି। ନିଜେ ପ୍ରିୟଙ୍କା ଗାନ୍ଧୀ ସଂଘର୍ଷପୂର୍ଣ୍ଣ ଦଳର ମହିଳାଙ୍କୁ ଆଣି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ବାବଦରେ କହିଥିଲେ। ହେଲେ ଏହା ସତ୍ତ୍ୱେ ମୋ ଭଳି ଜଣେ ଦଳୀୟ କର୍ମକର୍ତ୍ତାଙ୍କୁ ଅଣଦେଖା କରାଯାଇଛି। ଦଳର ସକ୍ରିୟ କର୍ମୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି। ଏହା ସହିତ ଧମକ ଦେଇ ସେ ଯଦି ତାଙ୍କୁ ଦଳୀୟ ଟିକେଟ ପ୍ରଦାନ ନ କରାଯାଏ ତାହେଲେ ସେ ଆତ୍ମହତ୍ୟା କରିବେ। 

Also Read: ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ

ଦଳ ଟଙ୍କା ନେଇ ଟିକେଟ ପ୍ରଦାନ କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତ୍ରୀ ମେହରାଜ ଜହାଁ। ଟଙ୍କା ଥିବା ଲୋକଙ୍କୁ କଂଗ୍ରେସ ଟିକେଟ ମିଳୁଛି। ଯେଉଁମାନେ ଦୀର୍ଘ ସମୟ ଧରି ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ଦଳୀୟ ଟିକେଟ୍ ମିଳୁନାହିଁ। ପ୍ରିୟଙ୍କା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ମୁଁ "ଲଡ଼କି ହୁଁ ଲଡ଼୍ ସକତି ହୁଁ" ନାରାକୁ ସଫଳ କରିପାରିବି। ହେଲେ ଦଳ ଝିଅଙ୍କ ପ୍ରତି କୌଣସି ଗୁରୁତ୍ୱ ଦେଉନାହିଁ। ଯଦି ମୁଁ ନ୍ୟାୟ ପାଇବି ନାହିଁ ତାହେଲେ ମୁଁ ଆତ୍ମହତ୍ୟା କରିଦେବି।