Maharashtra MLA Prakash Surve: 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'
Advertisement
Article Detail0/zeeodisha/odisha1305507

Maharashtra MLA Prakash Surve: 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'

Rebel Shiv Sena MLAs Controversial Statement:  ଯଦି କେହି ଆପଣଙ୍କୁ ଚ୍ୟାଲେଞ୍ଜ କରନ୍ତି  ତାହଲେ ଆପଣ ତାଙ୍କୁ ପାଲଟା ଚ୍ୟାଲେଞ୍ଜ ଦିଅନ୍ତୁ। 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'।

Maharashtra MLA Prakash Surve: 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'

Prakash Surves Controversial Statement: ଉଦ୍ଧବ ଠାକରେଙ୍କ ଛାଡିବାର ଏକ ମାସ ପରେ ବିଦ୍ରୋହୀ ଶିବସେନା ବିଧାୟକ ପ୍ରକାଶ ସୁର୍ବେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ କହିଛନ୍ତି। ସେ ହେଉଛନ୍ତି ସେହି ବିଦ୍ରୋହୀ ଶିବସେନା ବିଧାୟକ ଯିଏ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗତ ଜୁନ ମାସରେ ଉଦ୍ଧବ ଠାକେରଙ୍କ ବିରୋଧରେ ବିଦ୍ରୋହ କରିଥିଲେ।

ମହାରାଷ୍ଟ୍ରର (Maharashtra) ମାଗାଠାଣେ ବିଧାନସଭା ଆସନର (Magathane Assembly Constituency) ବିଦ୍ରୋହୀ ଶିବସେନା ବିଧାୟକ (Rebel Shiv Sena MLA) ପ୍ରକାଶ ସୁର୍ବେ (Prakash Surve) ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଆମେ ସେ ଯେପର୍ଯ୍ୟନ୍ତ ଆରାମ କରିବା ନାହିଁ ଯେ ପର୍ଯ୍ୟନ୍ତ  ଆମେ ସେମାନଙ୍କୁ ସେମାନଙ୍କ ସ୍ଥାନ ନ ଦେଖାଇଛେ। କାହାର ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଚ୍ୟାଲେଞ୍ଜ କରନ୍ତି  ତାହଲେ ଆପଣ ତାଙ୍କୁ ପାଲଟା ଚ୍ୟାଲେଞ୍ଜ ଦିଅନ୍ତୁ। 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'। ପ୍ରକାଶ ସୁର୍ବେ ଏଠାରେ ବସିଛି। 

ଯଦି ଆପଣ ଆପଣଙ୍କୁ ଚ୍ୟାଲେଞ୍ଜ ଦେଉଥିବା ଲୋକଙ୍କ ହାତ ଭାଙ୍ଗି ପାରୁ ନାହାଁନ୍ତି ତାହେଲେ ତାଙ୍କ ଗୋଡ ଭାଙ୍ଗି ଦିଅନ୍ତୁ। ଏହା ପରେ ମୁଁ ଆପଣଙ୍କୁ ଜାମିନ ଦେବି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଶିବ ସୈନିକଙ୍କ ଧମକ ଦେବାକୁ ଯାଇ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଏ କଥା କହିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ ପ୍ରକାଶ ସୁର୍ବେ। ଦଳର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶିବସେନା ମୁମ୍ବାଇ ପୋଲିସ ନିକଟରେ ପହଞ୍ଚିଛି। ଏନେଇ ଦହିସର ଥାନା ସହ ଯୋଗାଯୋଗ କରିଥିବା ପୂର୍ବତନ ଶିବସେନା କର୍ପୋରେଟର ଉଦେଶ ପାଟେକର କହିଛନ୍ତି ଯେ ଏଭଳି ଲୋକଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆତ୍ମବିଶ୍ୱାସ ଉଠିଯାଇଛି।  

କେବଳ ପ୍ରକାଶ ସୁର୍ବେ ନୁହଁନ୍ତି ଅନ୍ୟତମ ବିଦ୍ରୋହୀ ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର (Santosh Bangar) ବିବାଦ ଘେରକୁ ଟଣା ହୋଇଛନ୍ତି। ରାଜ୍ୟର ହିଙ୍ଗୋଲି ଜିଲ୍ଲାରେ ଅସଙ୍ଗଠିତ ଶ୍ରମିକଙ୍କୁ କଥିତ ରୂପେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଅଭିଯୋଗରେ କଲାମନୁରୀ (Kalamnuri Assembly Constituency) ସନ୍ତୋଷ ବାଙ୍ଗର ଏକ କ୍ୟାଟରିଂ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିଲେ। ଏପରିକି ବିଧାୟକ ତାଙ୍କୁ ମାଡ଼ ମାରିଥିଲେ। ଶ୍ରମିକଙ୍କୁ ପୋଡ଼ି ଯାଇଥିବା ରୁଟି, ଶୁଖିଲା ଭାତ, ତରକାରୀ ବଦଳରେ କଞ୍ଚା ପନିପରିବା ପରିବେଷଣ କରିବାକୁ କ୍ୟାଟରିଂ ମ୍ୟାନେଜରଙ୍କ ଉପରେ ତାତି ଉଠିଥିଲେ ବିଧାୟକ। ଶ୍ରମିକଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ତାଙ୍କୁ ଅଭିଯୋଗ ମିଳିଥିଲା ବୋଲି କହିଛନ୍ତି ବିଧାୟକ ସନ୍ତୋଷ ବାଙ୍ଗର।  

Also Read: MDMରେ ନିମ୍ନମାନର ଖାଦ୍ୟ ଅଭିଯୋଗ, କ୍ୟାଟେରିଂ ମ୍ୟାନେଜରଙ୍କୁ ପିଟିଲେ ବିଧାୟକ

ପରେ ବିଧାୟକ ଜଣେ ଅଜ୍ଞାତ ଅଧିକାରୀଙ୍କୁ ଫୋନ କରି ସେ ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ଏହି ମାମଲାରେ ଚେତାବନୀ ଦେଇ ବିଧାୟକ ସନ୍ତୋଷ ବାଙ୍ଗର ମୁଁ କିଏ ତାହା ଆପଣଙ୍କୁ ଜଣାଇଦେବି ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଶିବସେନା ଡେପୁଟି ନେତା ଡକ୍ଟର ରଘୁନାଥ କୁଚିକ୍ ଏହି ଘଟଣାକୁ ସମାଲୋଚନା କରି କହିଛନ୍ତି ଯେ ଏହା ସିନ୍ଦେ ସେନା ନୁହେଁ ବରଂ ରାଜନୈତିକ ବିରୋଧୀ ତଥା ଗରିବ ଲୋକଙ୍କୁ ଟାର୍ଗେଟ କରିବା କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡା ସେନା।