BJD ଉପରେ ବର୍ଷିଲେ BJP ସାଂସଦ ଅପରାଜିତା ଷଡଙ୍ଗୀ
Advertisement
Article Detail0/zeeodisha/odisha1742677

BJD ଉପରେ ବର୍ଷିଲେ BJP ସାଂସଦ ଅପରାଜିତା ଷଡଙ୍ଗୀ

ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଓଡ଼ିଶାରେ ନିର୍ଦ୍ଧିଷ୍ଟ ନିମ୍ନ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରାଜନୈତିକ ଜନମତକୁ ଚଞ୍ଚକତା ସହ ହରଣ କରିବାର ପ୍ରୟାସ । ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ସଂସଦୀୟ କ୍ଷେତ୍ରରେ ବୁଲିଲା ବେଳେ ଜନସାଧାରଣ (public)ଙ୍କ ଗୋଟିଏ ପ

BJD ଉପରେ ବର୍ଷିଲେ BJP ସାଂସଦ ଅପରାଜିତା ଷଡଙ୍ଗୀ
Aparajita Sarangi Reaction: ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଓଡ଼ିଶାରେ ନିର୍ଦ୍ଧିଷ୍ଟ ନିମ୍ନ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରାଜନୈତିକ ଜନମତକୁ ଚଞ୍ଚକତା ସହ ହରଣ କରିବାର ପ୍ରୟାସ । ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ସଂସଦୀୟ କ୍ଷେତ୍ରରେ ବୁଲିଲା ବେଳେ ଜନସାଧାରଣ (public)ଙ୍କ ଗୋଟିଏ ପ୍ରଶ୍ନ ଯେ, ଓଡ଼ିଶାରେ ଆମେ ବାଛିଥିବା ଏବଂ ଆମ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସନ କରୁଛନ୍ତି ନା ଏହା ନିର୍ଦ୍ଧିଷ୍ଟ ସରକାରୀ ବାବୁ ମାନଙ୍କ ଚଞ୍ଚକତାର ଶିକାର ହୋଇ ସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟ ନେଇ ମୁଁ କୌଣସି ଆଲୋଚନା ବା ମନ୍ତବ୍ୟ ପ୍ରଦାନ କରିନଥିଲି କାରଣ  ଜଣେ ନିର୍ଦ୍ଧିଷ୍ଟ  ସରକାରୀ କର୍ମଚାରୀଙ୍କ ବିଷୟରେ ମୁଁ ଲୋକ ପ୍ରତିନିଧି ଭାବେ ଉଲ୍ଲେଖ କରିବା ଉଚିତ ମନେ କରୁନଥିଲି କିନ୍ତୁ ବର୍ତ୍ତମାନ ଏହି ନିର୍ଦ୍ଧିଷ୍ଟ ସମସ୍ୟା ରାଜ୍ୟରେ ଏତେ ବ୍ୟାପକ ଭାବେ କାୟା ବିସ୍ତାର କରିଛି ଯେ, ରାଜ୍ୟ ବାହାରେ ମଧ୍ୟ ଏହାର ଆଲୋଚନା ଆରମ୍ଭ ହେଲାଣି ଏବଂ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟରେ ପରିଣତ ହେଲାଣି । ଏହା ଓଡ଼ିଆ ମାନଙ୍କ ଆତ୍ମସମ୍ମାନ ଉପରେ କୁଠାରଘାତ ।
 
ଆମେ ସମସ୍ତେ ଜାଣିଛେ ଭାରତରେ ସମ୍ବିଧାନ ଅନୁଯାୟୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ମାନେ ଜନସାଧାରଣଙ୍କ ଆବଶ୍ୟକତା ଏବଂ କଲ୍ୟାଣ ପାଇଁ ନିୟମ ପ୍ରଣୟନ କରିବା ଏବଂ ଏହାର ସଫଳ ରୂପାୟନ ପାଇଁ ପ୍ରୟାସ କରିଥାନ୍ତି ।  ସାମାଜିକ ଏବଂ ଅର୍ଥନୈତିକ ବିକାଶ ସୁନିଶ୍ଚିତ କରିବା ଆଇନ ଶୃଙ୍ଖଳା ପରି ବିଭିନ୍ନ ବିଷୟକୁ ପରିଚାଳନା କରିବା ନିର୍ବାଚିତ ପ୍ରତିନିଧି ମାନଙ୍କର ଦାଇତ୍ୱ ଅଟେ । ମୋର ହ୍ୱାଟସଆପ Whatsapp ନମ୍ୱରରେ ମୁଁ ବହୁ ଫୋଟ ଏବଂ ଭିଡିଓ ଜନସାଧାରଣଙ୍କ ଠାରୁ ପାଉଛି ଯେଉଁଥିରେ ନିର୍ଦ୍ଧିଷ୍ଟ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀ ରାଜ୍ୟ ସାରା ସରକାରୀ ଉଡ଼ାଜାହାଜରେ ବୁଲୁଛନ୍ତି, ପ୍ରାୟୋଜିତ ଭାବେ ପ୍ରସ୍ତୁତ ହୋଇଥିବା ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି, ଜନସଭାକୁ ସମ୍ବୋଧନ ଦେଉଛନ୍ତି , ସରକାରଙ୍କ ନୂତନ ଯୋଜନା ଘୋଷଣା କରୁଛନ୍ତି ଏବଂ ନିଜେ ଏହାର ଯଥାର୍ଥତା ଦର୍ଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି ଯୁକ୍ତି ବାଢ଼ୁଛନ୍ତି ।
 
 ଓଡ଼ିଶାର ଗୌରବମୟ ଇତିହାସରେ କେବେ ଆଖି ଆଗକୁ ଆସି ନଥିବା ପରି ଘଟଣା ଘଟୁଛି  ଯାହା ସମ୍ପୂର୍ଣ୍ଣ ଭାବେ  ଅସ୍ୱାଭାବିକ  ଏବଂ ନିୟମ କାନୁନ ସମ୍ମତ ନୁହେଁ ।
 
୧- ସର୍ବପ୍ରଥମେ ବିଷୟ ହେଉଛି ଯେ ଏବେ ଆମ ଓଡ଼ିଶାରେ ନିର୍ବାଚିତ ଜନ ପ୍ରତିନିଧିମାନେ ନେତୃତ୍ୱ ନେଉଛନ୍ତି ନା ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ହରଣ ହୋଇ ସାରିଛି? ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି କି ? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କି ?  କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ତ ସରକାରୀ ସଚିବ ସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି? ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଫୋଟରେ ଆସ୍କା ବିଧାୟକ ନିର୍ଦ୍ଧିଷ୍ଟ ନିମ୍ନପଦସ୍ତ ସଚିବ ସ୍ତରୀୟ ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ହିଞ୍ଜିଳିକାଟୁରେ ଉପସ୍ଥିତ ଥିଲେ ଏବଂ କାରରୁ ବାହାରିବା ସମୟରେ ଫୁଲତୋଡ଼ା ଦେଇ ନିମ୍ନପଦସ୍ଥ ସରକାରୀ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ । ଶାସକ ଦଳର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ନିଜ ଠାରୁ ନିମ୍ନ ପଦସ୍ତ ଆଧିକାରୀଙ୍କୁ ସ୍ୱାଗତ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଏବଂ ସ୍ୱାଗତ କରିବା ଏକ ସାଧାରଣ କଥା କି ? ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବିଷୟ ନେଇ ଉକ୍ତ ନିମ୍ନପଦସ୍ତ ସଚିବଙ୍କୁ ସାମ୍ବିଧାନିକ ପ୍ରାଥମିକତା କ୍ରମ (Order of Precedence), ଏବଂ ସର୍ବଭାରତୀୟ ପ୍ରଶାସନିକ ସେବା ନିୟମାବଳୀ (All India Service Conduct Rules) କେଉଁ କାରଣ ପାଇଁ ଭଙ୍ଗ କରାଯାଇଛି ପଚାରିଲେ କି ? ଯଦି ନପଚାରିଛନ୍ତି, ଆଗାମୀ ଦିନରେ ପଚାରିବେ କି?
 
୨- ମୁଁ ଆହୁରି ଏକ ଅସ୍ୱାଭାବିକ ବିଷୟ ବିଗତ ବର୍ଷେ ଦୁଇ ବର୍ଷ ହେବ ଦେଖିଆସୁଛି ଯାହା ସ୍ୱାଧୀନତା ପରଠାରୁ ଓଡ଼ିଶା ଇତିହାସରେ କେବେ ବି ହୋଇ ନଥିଲା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ମଧ୍ୟ୍ୟରେ ଜଣେ ହେଲେ ଓଡ଼ିଆ ଅଧିକାରୀ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ଉପଦେଶ ଦେବା ପାଇଁ କିମ୍ବା ରାଜ୍ୟର ସ୍ୱାର୍ଥକୁ ଆଗକୁ ବଢ଼ାଇନେବା ପାଇଁ କଣ କୌଣସି ଓଡ଼ିଆ ଅଧିକାରୀ ଆଜିର ସମୟରେ ଯୋଗ୍ୟ ନୁହନ୍ତି କି? ବିଶେଷତଃ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ୩ଜଣ ଅଧିକାରୀ ଦକ୍ଷିଣ ଭାରତୀୟ ଅଟନ୍ତି । ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତି ମାନଙ୍କ ବିଭିନ୍ନ କ୍ଷେତ୍ରରେ ମାତ୍ରାଧିକ ଦଖଲ କେବଳ ମାତ୍ର ଏକ ସଂଯୋଗ ନା ସୁଚିନ୍ତିତ ଏବଂ ସୁନିୟୋଜିତ ପ୍ରୟାସ ।
 
୩-ବହୁ ସଂଖ୍ୟାରେ ଦକ୍ଷିଣ ଭାରତୀୟ କମ୍ପାନୀ ଯେପରିକି ମେଘା ଇଞ୍ଜିନିୟରିଂ (Megha Engineering), L & T, Nagarjun Construction Corporation, ଇତ୍ୟାଦି ଅନୁଷ୍ଠାନ କିପରି ଭାବେ ସମସ୍ତ ଠିକ କାମ ପାଉଛନ୍ତି ।  ଏମାନଙ୍କୁ ସୁହାଇବା ପରି ବିଭିନ୍ନ କାମକୁ ଏକତ୍ରୀକରଣ କରି ବୃହତ୍ତ ରୂପ ଦିଆଯିବା ଦ୍ୱାରା ଓଡ଼ିଶାର କଣ୍ଟ୍ରାକ୍ଟର ମାନେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ ମଧ୍ୟ କରିପାରୁନାହାନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଦକ୍ଷିଣ ଭାରତୀୟ ଲବି (South Indian Lobby) ଆଡକୁ  ଅଙ୍ଗୁଳି ନିର୍ଦେଶ କରିବା ସହ ନିର୍ଦ୍ଧିଷ୍ଟ ବ୍ୟବସାୟୀଙ୍କୁ ସୁହାଇବା ଭଳି ପଦକ୍ଷପ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି । ସେହିପରି ଭାବରେ ଓଡ଼ିଶା, ଦକ୍ଷିଣ ଭାରତୀୟ ଖଣି ମାଲିକ ମାନଙ୍କ ସହ ଦେହସୁହା ହୋଇ ସାରିଲେଣି ।  ଖଣି ପରିଚାଳନା କ୍ଷେତ୍ରରେ ଯୋଡ଼ା ବଡ଼ବିଲ ଅଞ୍ଚଳରେ ସ୍ଥାନୀୟ ଘରୋଇ ଖଣି ମାଲିକ ମାନେ ଦକ୍ଷିଣ-ଭାରତୀୟ ନିର୍ଦ୍ଧିଷ୍ଟ ଖଣି ବ୍ୟବସାୟୀଙ୍କୁ Developer cum Operator (MDO) ଭାବେ ବ୍ୟବହାର କରିବା ପାଇଁ ଅଘୋଷିତ ନିର୍ଦ୍ଦେଶ  ଦିଆଯାଇଛି । ଏହା  ମାଧ୍ୟମରେ କାୟା ବିସ୍ତାର କରି ବ୍ୟାପକ ହରିଲୁଟ ଦ୍ୱାରା ଅନ୍ତର୍ଜାତୀୟ  ସ୍ତରରେ ପହଞ୍ଚିଲେଣି ଯେଉଁଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରମାନେ ସମ୍ପୂର୍ଣ ଭାବେ ଦାୟୀ ଏବଂ ଉତ୍ତରଦାୟୀ । ସମାନ ଭାବେ ଅନ୍ୟ ଏକ ଦକ୍ଷିଣ ଭାରତୀୟ କମ୍ପାନୀ Techmed Solutions Private limited ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ pathological ଏବଂ radiological ପରୀକ୍ଷା କରିବାପାଇଁ ଠିକା ନେଇଛନ୍ତି  ।  ରାଜ୍ୟ ସରକାରଙ୍କୁ ପଚରାଯାଉଛି ଯେ ଏହି ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅଵଲମ୍ବନ କରାଯାଇଛି ତ ? ଅଂଶ ଗ୍ରହଣ କରିଥିବା ଅନ୍ୟ ବିଡର ମାନଙ୍କ ନାମ କଣ ? ସେମାନେ ଏହି ପରୀକ୍ଷା କରାଇବା ପାଇଁ କଣ ମୂଲ୍ୟ ଧାର୍ଯ୍ୟ କରିଥିଲେ ? ବିଜେଡି ସରକାରଙ୍କ ୨୩ ବର୍ଷର ସ୍ୱର୍ଣ୍ଣିମ ସମୟରେ କାହିଁକି ଓଡ଼ିଆ କଣ୍ଟ୍ରାକଟର ଏବଂ ବ୍ୟବସାୟୀ ମାନଙ୍କୁ କାହିଁକି ଯୋଗ୍ୟ କରାଗଲା ନାହିଁ ବା ସୁଯୋଗ ଦିଆ  ଯାଇନାହିଁ ?
 
୪-ଅନ୍ୟତମ ବିଷୟ ହେଉଛି କିଭଳି ଭାବେ ନିମ୍ନପଦସ୍ଥ ସଚିବ ସ୍ତରୀୟ ଅଧିକାରୀ ରାଜ୍ୟବ୍ୟାପୀ ରାଜନୈତିକ ଗସ୍ତ କରୁଛନ୍ତି ? କିପରି ରାଜ୍ୟ ସରକାରଙ୍କ ବିମାନ ବ୍ୟବହାର କରୁଛନ୍ତି ? କେମିତି ଜନସାଧାରଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ଜଣ ସାଧାରଣ ଫୁଲ ପକାଇବା ସହ ପାଦ ଧୋଇବା ଭଳି ଦୃଶ୍ୟ ସାମ୍ନାକୁ ଆସିଅଛି ଏବଂ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନେ ନିରବଦ୍ରଷ୍ଟା ସାଜିଛନ୍ତି ଏହା ଓଡ଼ିଶାର ରାଜନୈତିକ ବ୍ୟବସ୍ତା ପାଇଁ ଏକ ଚିନ୍ତା ଜଣକ ବିଷୟ ।
 
ସମସ୍ତ IAS -ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ All India Services Conduct Rules (ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ) ମାନିବାପାଇଁ ବାଧ୍ୟ ଅଟନ୍ତି । ଏଭଳି ଅଭାବନୀୟ ଘଟଣା ଆମ ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଦେଖାଯାଉନାହିଁ । ଉକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟ ସମ୍ଭବତଃ ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି କିମ୍ବା ଜାଣି ଶୁଣି ନିଜର ବିଧାୟକ, ସାଂସଦ, ମନ୍ତ୍ରୀମାନଙ୍କୁ ଉକ୍ତ ନିମ୍ନପଦସ୍ତ ଅଧିକାରୀଙ୍କ ସେବା ଏବଂ ଦାସତ୍ୱରେ ନିଜକୁ ସମର୍ପିତ ହେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
 
Rule 5 (1). The All India Services Conduct Rules 
 “Taking part in politics and elections— No member of the Service shall be a member of, or be otherwise associated with, any political party or any organization which takes part in politics, nor shall he take part in, or subscribe in aid of, or assist in any other manner, any political movement or political activity.”
 
ଅଧିକାଂଶ କ୍ଷେତ୍ରରେ ଏହି ନିମ୍ନପଦସ୍ତ ସଚିବ ସ୍ତରର ଅଧିକାରୀ ରାଜନୈତିକ ପ୍ରଣୋଦିତ ଉଚ୍ଚସ୍ୱରରେ ବକ୍ତୃତା ଦେଉଛନ୍ତି । ବିଜୁ ଜନତା ଦଳର ରାଜନୈତିକ ସଭା ସମିତି ପରି ଆଡମ୍ବରରେ ଏହି କାର୍ଯ୍ୟକମ ଆୟୋଜନ କରାଯାଉଛି କାର୍ଯ୍ୟକ୍ରମର ଆୟୋଜକ ଭାବେ ସ୍ଥାନୀୟ ଦଳୀୟ ନେତୃତ୍ୱ ଉପସ୍ଥିତ ରହୁଛନ୍ତି ।  ଏହା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା  All India Services Conduct Rules ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ ର ସ୍ପଷ୍ଟ ଅବମାନନା ଅଟେ I ମୁଁ ଏହି ପରିପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ଆଗ୍ରହ କରୁଛି ଯେ ଏହି ନିୟମ ଅବମାନନା ଏବଂ ନିୟମ ଭଙ୍ଗ ପାଇଁ ନିମ୍ନପଦସ୍ଥ ସରକାରୀ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ (Disciplinary Proceedings )  ନିଅନ୍ତୁ ।
 
ଆମେ ସମସ୍ତେ ଦେଖିଛେ ଯେ କିପରି ମୁଖ୍ୟମନ୍ତ୍ରୀ ତତ୍ପରତାର ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ମାନଙ୍କୁ ବହିଷ୍କାର କରିଛନ୍ତି । ଆମେ ନିଶ୍ଚତ ଭାବରେ ଆଶା କରିବୁ ଯେ, ଏହି କ୍ଷେତ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୂପ ତତ୍ପରତା ଦେଖେଇବେ ଏବଂ ଉକ୍ତ ସଚିବଙ୍କ ଉପରେ ଆବଶକୀୟ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ । ଉଲ୍ଲେଖନୀୟ ବିଷୟ ଏହିକିଯେ ଏହି ଅଧିକାରୀ ନିଜ ରାଜନୈତିକ ଅଭିଲାଷା ଚରିତାର୍ଥ କରିବା ପାଇଁ ଲାଳାୟିତ, ରାଜନୈତିକ ମଞ୍ଚ, ସଭା ସମିତିରେ ଯୋଗଦେବା ପାଇଁ ବ୍ୟାକୁଳ କିନ୍ତୁ ସରକାରୀ ଚାକିରୀ ଛାଡି ବିଧିବଦ୍ଧ ଭାବେ ରାଜନୀତିରେ ଯୋଗଦେବାର ଆବଶକୀୟ ସାହସ ନାହିଁ ।
 
5. Rule 12  of the said Rules: 
“Public demonstrations in honour of Government Servants— 12 No member of the Service shall receive any complimentary or valedictory address or accept any testimonial or attend any meeting or entertainment held in his honour .
 
ଯେଉଁଭଳି ଢଙ୍ଗରେ ଏହି ସାଧାରଣ ସଭା ଗୁଡିକ ଆୟୋଜନ କରାଯାଉଛି  ଆମେ ଜାଣିବାକୁ ଚାହୁଁଚୁ ଯେ ଏହି ସଭାରେ ହେଉଥିବା ଖର୍ଚ୍ଚ କିଏ କରୁଛି ? ଏହା ସରକାରୀ କାର୍ଯ୍ୟକ୍ରମ କି ? ମୁଖ୍ୟ ଶାସନ ସଚିବ କିମ୍ୱା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗସ୍ତରେ ଯେପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ (S.P.) ଏଭଳି କାର୍ଯ୍ୟକ୍ରମ କରାଯାଉଛି କି ? ମିଶନ ଶକ୍ତିର ସହ ସହ ମହିଳା ମାନଙ୍କୁ ସରକାରୀ ଖର୍ଚ୍ଚରେ ଏକତ୍ରିତ କରିବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ? ଯଦି ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ ଏବଂ ଏହା ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆୟୋଜନ କରିନାହାନ୍ତି ତାହେଲେ ଏହାର ଖର୍ଚ୍ଚ ବିଜୁ ଜନତା ଦଳ କରୁଛି କି ? ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ନିକଟରେ ଏହି କାର୍ଯ୍ୟକ୍ରମରେ କେତେ ଅର୍ଥ ବ୍ୟୟ ହେଉଛି ତାର ସୂଚନା ଦେଉ ଏବଂ ଦଳୀୟ କାର୍ଯ୍ୟକ୍ରମରେ ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଉପସ୍ଥିତି କିପରି ସମ୍ଭବ ?
 
 ୬- ମୁଁ ଅନୁଭବ କରୁଛି ଯେ, ଓଡ଼ିଶା ବାସୀ ଆଜି ନିରବ ଦ୍ରଷ୍ଟା ହେବା ପାଇଁ ବାଧ୍ୟ ହୋଇଛନ୍ତି  କାରଣ ଆଜି ବିଜୁ ଜନତା ଦଳର ନେତୃତ୍ୱ ସମ୍ପୂର୍ଣ୍ଣ ଦୁର୍ବଳ ଏବଂ ଦୁର୍ବଳ ରାଜନୈତିକ ଇଛାଶକ୍ତି ଫଳସ୍ୱରୂପ ନିର୍ଦ୍ଧିଷ୍ଟ  ନିମ୍ନପଦସ୍ତ ଅଧିକାରୀ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଚଞ୍ଚକତାର ସହ ହରଣ କରିଛନ୍ତି ।
 
ରାଜ୍ୟ ବାସୀଙ୍କ ସାମୁହିକ ସ୍ୱାର୍ଥ ଏବଂ ରାଜ୍ୟର ଦୂରଗାମୀ ଭବିଷ୍ୟତ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ । ଏହି ପରିପ୍ରେକ୍ଷୀରେ ସ୍ୱାଭିମାନୀ ଓଡ଼ିଆ ଭାବେ ଆମ ସମସ୍ତଙ୍କ ଜାଣିବାର ଅଧିକାର ଯେ ଆମେ ଯାହାକୁ ନିର୍ବାଚିତ କରି ମୁଖ୍ୟମନ୍ତ୍ରୀ କରିଥିଲୁ ସେ ରାଜ୍ୟ ଶାସନ କରୁଛନ୍ତି ତ ? ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଯେ ସେ ଶାସନ କରୁଛନ୍ତି ଏବଂ କୌଣସି ଅଧିକାରୀ ବା ଲବି ତାଙ୍କ ପାଇଁ କାମ କରୁନାହିଁ । ଆମେ ଉପଲବ୍ଧି କରୁଛୁ ଯେ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ତା (Failed Governance Model) ଦ୍ୱାରା ନିର୍ବାଚିତ ପ୍ରତିନିଧି ମାନେ ଦୁର୍ବଳ ହୋଇଛନ୍ତି ଉଚ୍ଚପଦସ୍ତ ଅଧିକାରୀ ମାନେ ନିରର୍ଥକ ହୋଇସାରିଛନ୍ତି, ଓଡ଼ିଆ ବ୍ୟବସାୟୀ କଣ୍ଟ୍ରାକଟର ମାନେ ଅଣଦେଖା  ହୋଇଛନ୍ତି । ଯୋଜନା ଭିତ୍ତିକ ଭାବେ ଓଡ଼ିଶାର ଦୀର୍ଘକାଳୀନ ବିକାଶକୁ ବିପଥଗାମୀ କରି ରାଜ୍ୟର ସମୃଦ୍ଧି ଏବଂ ଭବିଷ୍ୟତକୁ ଘନ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଉଛି ।