ଝୁଲି ରହିଛି ଇସ୍ତଫା; Sidhu ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
Advertisement

ଝୁଲି ରହିଛି ଇସ୍ତଫା; Sidhu ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ଯଦିଓ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି ମାତ୍ର ଏହାକୁ ସ୍ୱୀକାର କରିନାହାଁନ୍ତି ଦଳର ଶୀର୍ଷ ନେତୃତ୍ୱ। 

ଝୁଲି ରହିଛି ଇସ୍ତଫା; Sidhu ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବା ଏବଂ ସଦ୍ୟ ରାଜ୍ୟରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଅସନ୍ତୁଷ୍ଟ ହୋଇଉଠିଥିଲେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ। ଦଳୀୟ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଉଠିଥିବା ସିଦ୍ଧୁ ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ମାତ୍ର ଏହାକୁ ସ୍ୱୀକାର କରିନାହାଁନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ।   

ଦଳରେ ସୃଷ୍ଟି ହୋଇଥିବା ବିବାଦକୁ ରାଜ୍ୟ ସ୍ତରରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ। ଅନ୍ୟପଟେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଥିବା ସିଦ୍ଧୁଙ୍କୁ ଇସ୍ତଫାକୁ ସ୍ୱୀକାର କରିନାହାଁନ୍ତି ଦଳର ଶୀର୍ଷ ନେତୃତ୍ୱ। ଯଦି ରାଜ୍ୟ ସ୍ତରରେ ଏହି ସମସ୍ୟାର ସମାଧାନ ନହୁଏ ତାହେଲେ ଅନ୍ତିମ ପର୍ଯ୍ୟାୟରେ ଏ ମାମଲାରେ ହସ୍ତକ୍ଷେପ କରିପାରନ୍ତି କଂଗ୍ରେସ କେନ୍ଦ୍ରୀୟ ନେତୃବୃନ୍ଦ। 

ବହୁ ଛକାପଞ୍ଝା ପରେ ଶେଷରେ ପଞ୍ଜାବ କଂଗ୍ରେସ (Punjab Congress) ସଭାପତି  ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ (Navjot Singh Sidhu)। ଗତ ଜୁଲାଇ ୨୩ ତାରିଖରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସେ। ପଦ ଛାଡିବା ଅବସରରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, " ମୁଁ ଦଳରେ ରହିବି। ଆପୋଷ ବୁଝାମଣା କରିବା ଦ୍ୱାରା କୌଣସି ବ୍ୟକ୍ତିର ପତ୍ତନ ଆରମ୍ଭ ହୋଇଥାଏ। ମୁଁ  କଂଗ୍ରେସର ଭବିଷ୍ୟତ ଏବଂ ପଞ୍ଜାବର ଉନ୍ନତି ପାଇଁ କରାଯାଉଥିବା ଏଜେଣ୍ଡା ସହ କେବେ ବୁଝାମଣା କରିପାରିବି ନାହିଁ। ଏଥିପାଇଁ ଦଳର ସଭାପତି ପଦରୁ ମୁଁ ଇସ୍ତଫା ଦେଉଛି। ହେଲେ ଦଳ ପାଇଁ କାର୍ଯ୍ୟ କରିବା ଜାରି ରଖିବି। " 

Also Read: Congress: ଦଳରେ ଲାଗିରହିଛି ଛକାପଞ୍ଝା, ବଢୁଛି ଦଳୀୟ ନେତାଙ୍କ ଅସନ୍ତୋଷ

ପଞ୍ଜାବ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ସିଦ୍ଧୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଆସୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦୀର୍ଘ ଦିନ ଜାରି ରହିବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଇସ୍ତଫା ଦେବା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ  ଦୌଡରେ ସାମିଲ ହୋଇଥିଲେ ସିଦ୍ଧୁ। ମାତ୍ର ମୁଖ୍ୟମନ୍ତ୍ରୀ ପ୍ରତିଯୋଗୀତାରେ ବାଜି ମାରିନେଇଥିଲେ ଚରଣ ଜିତ ସିଂହ ଚନ୍ନୀ। ଚନ୍ନୀଙ୍କ ନେତୃତ୍ୱରେ ଗଠିତ ହୋଇଥିବା ସରକାରେ ସିଦ୍ଧୁଙ୍କ ପ୍ରଭାବ ବଢିପାରେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହାର ଫଳ ଓଲଟା ହୋଇଥିଲା। ଚନ୍ନୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପର ଠାରୁ ସିଦ୍ଧୁଙ୍କ ପ୍ରଭାବ ଦଳରେ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା।  

ଅନ୍ୟପଟେ କ୍ୟାବିନେଟ ସମ୍ପ୍ରସାରଣ ପରେ ସୋମବାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ। ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ହୋଉଉଠିଥିଲେ ସିଦ୍ଧୁ। କାରଣ ଏ ପ୍ରସଙ୍ଗରେ ତାଙ୍କର କୌଣସି ମତାମତ ନେଇନଥିଲେ ମୁଖ୍ୟମନ୍ତ୍ରୀ ଚନ୍ନୀ। ଏନେଇ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ସହ କରିଥିଲେ ଆଲୋଚନା। ଏପରିକି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ, ଆଡଭୋକେଟ ଜେନେରାଲ, ମୁଖ୍ୟ ଶାସନ ସଚିବ ଭଳି ପଦ ପାଇଁ ହୋଇଥିବା ନିଯୁକ୍ତି ପାଇଁ ତାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ମତାମତ ନନେବା ସିଦ୍ଧୁଙ୍କ ଅସନ୍ତୋଷର ଅନ୍ୟତମ କାରଣ। 

Also Read: Navjot Singh Sidhu ଜଣେ ଦେଶ ବିରୋଧି ଲୋକ: Amarinder Singh

ଯଦିଓ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁ ଇସ୍ତଫା ଦେଇଛନ୍ତି  ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରିନାହାଁନ୍ତି ଦଳର ଶୀର୍ଷ ନେତୃତ୍ୱ। ଯଦିଓ ଇସ୍ତଫାକୁ ସ୍ୱୀକାର କରାଯାଏ ତାହେଲେ ତାଙ୍କର ଭବିଷ୍ୟତର କାର୍ଯ୍ୟପନ୍ଥା କ'ଣ ରହିବ ତାହା ଉପରେ ରହିଛି ନଜର।