Nitish Kumar: 'ଉପରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ଚାହୁଁନଥିଲି'
Advertisement
Article Detail0/zeeodisha/odisha1298365

Nitish Kumar: 'ଉପରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ଚାହୁଁନଥିଲି'

Bihar CM Nitish Kumar:  ମୁଁ ଉପରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ଚାହୁଁନଥିଲି। 

Nitish Kumar: 'ଉପରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ଚାହୁଁନଥିଲି'

Nitish Kumar on BJP: ଆରଜେଡି ନେତୃତ୍ୱାଧିନ ମହାଗଠବନ୍ଧନ ସମର୍ଥନରେ ସରକାର ଗଠନ କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ତ୍ତମାନ ବିଜେପି ପକ୍ଷରୁ କରାଯାଉଥିବା ସମସ୍ତ ଦାବିକୁ ଅସ୍ୱୀକାର କରିଛନ୍ତି। ଏନେଇ ବିଜେପି ପକ୍ଷରୁ  କୁହାଯାଉଥିଲା ଯେ ନୀତୀଶ କୁମାର ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ। ମାତ୍ର ସେ ଉପରାଷ୍ଟ୍ରପତି ହୋଇ ନ ପାରିବାରୁ ବିଜେପି ସହ ମେଣ୍ଟ ଭାଙ୍ଗି ବିହାର ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିଛନ୍ତି। ବିଜେପି କରାଯାଉଥିବା ଏହି ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ। ଏନେଇ ସେ କହିଛନ୍ତି  ଏଭଳି ବୟାନବାଜି ସମ୍ପୂର୍ଣ୍ଣ ଅର୍ଥହୀନ। 

ରାଜ୍ୟରେ ଏକ ସରକାରୀ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଉପରାଷ୍ଟ୍ରପତି ହେବା ପ୍ରଶ୍ନ ଉପରେ ଜବାବ ରଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୀତୀଶ କହିଛନ୍ତି ଏହା ସବୁ ମିଥ୍ୟା। ସେମାନେ ଏହା କରୁଛନ୍ତି। ସେମାନଙ୍କୁ କହିବାକୁ ଦିଅନ୍ତୁ। ମୁଁ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ (Bihar Chief Minister) ହେବାକୁ ଚାହୁଁନଥିଲି। ହେଲେ ଯେପରି କାର୍ଯ୍ୟ ଚାଲିଥିଲା ଏବଂ ରାଜନୈତିକ ଘଟଣାକ୍ରମ ଜାରି ରହିଲା, ଆମକୁ ଏକାଠି ହେବାକୁ ପଡିଲା। ଆମେ ସମସ୍ତେ ଏକାଠି ହୋଇ କାମ କରିବା ଏବଂ ବର୍ତ୍ତମାନ ଏକଜୁଟ ହେବା। ସତ କହିବାକୁ ଗଲେ ଆମେ ରାଷ୍ଟ୍ରପତି (Indian Presidential Election 2022) ଏବଂ ଉପରାଷ୍ଟ୍ରପତି ନିର୍ବାଚନ (Indian Vice Presidential Election 2022) 
ଶେଷ ହେବା ପାଇଁ ଅପେକ୍ଷା କରିଥିଲୁ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ବର୍ତ୍ତମାନ ଆମେ ପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢିବୁ। ତାଙ୍କ ମନକୁ ଯାହା ଆସୁଛି ସେମାନେ ତାହା କୁହନ୍ତି। ସେମାନେ ଯାହା କହିବାକୁ ଚାହୁଁଛନ୍ତି ତାହା କହିପାରନ୍ତି। କହିବାକୁ ଏବଂ କରିବାକୁ ସେମାନଙ୍କର ଅଧିକାର ରହିଛି। ମୋ ଦଳର (JDU) କୌଣସି ଇଚ୍ଛା ନଥିଲା। ଆମେ ସମାନଙ୍କୁ ଜିତାଇଥିଲୁ ହେଲେ ସେମାନେ ଆମକୁ ହରାଇବାରେ ଲାଗିଥିଲେ।

Also Read: Nitish Kumar: ବିହାର ରାଜନୀତିରେ କେତେବେଳେ ପଲଟୁରାମ ଆଉ କେତେବେଳେ ସୁଶାସନ ବାବୁ

ବିଜେପି ବିରୋଧରେ ବର୍ଷି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଅମିତ ଶାହାଙ୍କ ଅଙ୍ଗଭଙ୍ଗୀରେ ଯାହା କିଛି ଥିଲା କିମ୍ବା ଯାହା ତିଛି କୁହାଗଲା ତାହା ଦ୍ୱାରା ମୋ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ମୁଁ ଆପଣଙ୍କୁ କହିବି ଯେ ବିହାରରେ ନୂତନ ସରକାରର କ୍ୟାବିନେଟ ସମ୍ପ୍ରସାରଣ ଯଥାଶୀଘ୍ର ହେବ। ଅଗଷ୍ଟ ୧୧ ତାରିଖରେ ବିହାର ରାଜନୀତିରେ ଏକ ବଡ ବିପ୍ଳବ ହୋଇଥିଲା। ଦେଶ କିପରି ସ୍ୱାଧୀନ ହେଲା ତାହା ସମସ୍ତେ ଜାଣନ୍ତି। ବିଜେପି ନେତା ମନରେ ଯାହା କିଛି ଆସେ ସେମାନେ କଥା କହିଥାନ୍ତି। ବର୍ତ୍ତମାନ ବିହାରରେ କାର୍ଯ୍ୟ ସଠିକ ଭାବେ କରାଯିବ।