Kashmir Valley: ତୁଷାର ପାତରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ
Advertisement

Kashmir Valley: ତୁଷାର ପାତରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ବରଫପାତ ପ୍ରଭାବରେ ହୋଇଥିବା ଭୂସ୍ଖଳନ କାରଣରୁ ଜାମ୍ମୁ କାଶ୍ମୀରର ଜାତୀୟ ରାଜପଥ ଯାତାୟାତ ପାଇଁ ବନ୍ଦ ରହିଛି। 

Kashmir Valley: ତୁଷାର ପାତରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଶ୍ରୀନଗର: ସଦ୍ୟ କାଶ୍ମୀର ଉପତ୍ୟକାରେ ହୋଇଥିବା ତୁଷାରପାତ କାରଣରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଏହାର ପ୍ରଭାବ ବିମାନ, ସଡ଼କ ଏବଂ ବିଦ୍ୟୁତ ପ୍ରଭୃତି ସେବା ଉପରେ ଅନୁଭୂତ ହୋଇଛି। ବରଫପାତ ପ୍ରଭାବରେ ହୋଇଥିବା ଭୂସ୍ଖଳନ କାରଣରୁ ଜାମ୍ମୁ କାଶ୍ମୀରର ଜାତୀୟ ରାଜପଥ ଯାତାୟାତ ପାଇଁ ବନ୍ଦ ରହିଛି। 

ଶ୍ରୀନଗର ବିମାନ ବନ୍ଦରରୁ ଆସୁଥିବା ସମସ୍ତ ବିମାନକୁ ବାତିଲ କରାଯାଇଛି। ପାଗରେ କୌଣସି ପରିବର୍ତ୍ତନ ଆସିନଥିବା ସ୍ଥାନୀୟ ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପ୍ରବଳ ତୁଷାରପାତ ହେତୁ ବାରାମୁଲ୍ଲା ଠାରୁ ବାନିହାଲ ପର୍ଯ୍ୟନ୍ତ ଟ୍ରେନ୍ ସେବା ମଧ୍ୟ ବନ୍ଦ ହୋଇଯାଇଛି। ସରକାର ରାସ୍ତାରୁ ବରଫ ସଫା କରୁଥିବାରୁ ଶ୍ରୀନଗର ଠାରୁ ଅନ୍ୟ ଜିଲ୍ଲାକୁ ଯୋଡୁବା ରାଜପଥ ମଧ୍ୟ ବନ୍ଦ ରହିଛି।  

fallback

ତୁଷାର ପାତ କାରଣରୁ ଟ୍ରାନ୍ସମିସନ ଲାଇନ ଏବଂ ବିଦ୍ୟୁତ ଖୁଣ୍ଟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଯାହା ଫଳରେ ସମଗ୍ର କାଶ୍ମୀର ଉପତ୍ୟକା ସମେତ ରାଜଧାନୀ ଶ୍ରୀନଗର ଠାରେ ବିଦ୍ୟୁତ୍ କାଟ ଭଳି ସମସ୍ୟା ଉପୁଜିଛି। କାଶ୍ମୀର ଉପତ୍ୟକା ଦେଇ ଟ୍ରାନ୍ସମିସନ ଲାଇନରେ ୬୦% ପ୍ରତିଶତ କ୍ଷୟକ୍ଷତି ଘଟିଛି। ପ୍ରାୟ ୬୫% ବିଦ୍ୟୁତ ସେବା ବନ୍ଦ ରହିଛି। ବିଦ୍ୟୁତ ସେବାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଜାରି ରହିଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଛି।

fallback
 
ବରଫ ପାତରେ କେବଳ ପରିବହନ ଅଥବା ବିଦ୍ୟୁତ ସେବା ପ୍ରଭାବିତ ହୋଇନାହିଁ ବରଂ ଏହା ଦ୍ୱାରା ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର କୁଲଗାମ ଜିଲ୍ଲାର ଟାଙ୍ଗମର୍ଗ ଅହରବାଲ ଅଞ୍ଚଳରେ ତୁଷାରପାତ ହେତୁ ଘର ଭୁଷୁଡ଼ି ଯିବା ପରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପ୍ରଶାସନ। ପରେ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। 

ଅନ୍ୟପଟେ କାଶ୍ମୀର ଉପତ୍ୟାକାରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି ହୋଇଛି।