Odia MPs: ଆଜି ଶପଥ ନେବେ ଓଡ଼ିଶାର ସାଂସଦ: ସମ୍ବଲପୁରୀ, ସାନ୍ତାଳି ସହ ଓଡ଼ିଆ ଭାଷାରେ କମ୍ପିବ ଲୋକସଭା
Advertisement
Article Detail0/zeeodisha/odisha2306970

Odia MPs: ଆଜି ଶପଥ ନେବେ ଓଡ଼ିଶାର ସାଂସଦ: ସମ୍ବଲପୁରୀ, ସାନ୍ତାଳି ସହ ଓଡ଼ିଆ ଭାଷାରେ କମ୍ପିବ ଲୋକସଭା

ଭୁବନେଶ୍ୱର: ଲୋକସଭାରେ ଚାଲିଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ  ରାଜ୍ୟର ୧୯ ଜଣ ସଦସ୍ୟ ଆଜି ଶପଥପାଠ କରିବେ। ଗତକାଲି ଦୁଇଜଣ ସାଂସଦ ଜୁଏଲ୍‍ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‍ ମନ୍ତ୍ରୀ ଥିବାରୁ ଶପଥ ଗ୍ରହଣ କରିଥିଲେ। ଆଜି ଦ୍ୱିତୀୟ ଦିନରେ ଅବଶିଷ୍ଟ ୧୯ ଜଣ ସଦସ୍ୟ ଦାୟିତ୍ୱ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଆ, ଇଂରାଜୀ, ସମ୍ବ

Odia MPs: ଆଜି ଶପଥ ନେବେ ଓଡ଼ିଶାର ସାଂସଦ: ସମ୍ବଲପୁରୀ, ସାନ୍ତାଳି ସହ ଓଡ଼ିଆ ଭାଷାରେ କମ୍ପିବ ଲୋକସଭା

Odia MPs: ଭୁବନେଶ୍ୱର: ଲୋକସଭାରେ ଚାଲିଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ  ରାଜ୍ୟର ୧୯ ଜଣ ସଦସ୍ୟ ଆଜି ଶପଥପାଠ କରିବେ। ଗତକାଲି ଦୁଇଜଣ ସାଂସଦ ଜୁଏଲ୍‍ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‍ ମନ୍ତ୍ରୀ ଥିବାରୁ ଶପଥ ଗ୍ରହଣ କରିଥିଲେ। ଆଜି ଦ୍ୱିତୀୟ ଦିନରେ ଅବଶିଷ୍ଟ ୧୯ ଜଣ ସଦସ୍ୟ ଦାୟିତ୍ୱ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଆ, ଇଂରାଜୀ, ସମ୍ବଲପୁରୀ ଏବଂ ସାନ୍ତାଳି ଭାଷାରେ ଏହି ସାଂସଦମାନେ ଶପଥଗ୍ରହଣ କରିବେ ବୋଲି ସୂଚନା ମିଳିଛି। 

ଗତକାଲି ଲୋକସଭାରେ ୨୮୦ ଜଣ ସାଂସଦ ଶପଥ ପାଠ କରିଥିଲେ। ପରମ୍ପରା ଅନୁସାରେ ଏହା ହେଉଛି ଲୋକସଭା ଅଧିବେଶନ ଆରମ୍ଭର ପୂର୍ବ ପର୍ବ। ଏହି ପର୍ବରେ ପ୍ରଥମେ କାମଚଳା ବାଚସ୍ପତି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲା। ରାଷ୍ଟ୍ରପତି   ଏହି ଶପଥପାଠ କରାଇବା ପରେ ସେ ଲୋକସଭାରେ ଆସନ ଅଳଂକୃତ କରିଥିଲେ। ପରେ ପ୍ୟ୍ୟାନେଲ୍‍ ସଦସ୍ୟ ରାଧାମୋହନ ସିଂହ ଏବଂ ଫଗ୍ଗନ ସିଂହ କୁଲସ୍ତେଙ୍କୁ ଶପଥ ପାଠ କରାଇଥିଲେ। ଏହାପରେ ଜଣେ ପରେ ଜଣେ ସାଂସଦଙ୍କୁ ସନ୍ଧ୍ୟା ୬ଟା ଯାଏ ଶପଥ ପାଠ କରାଯାଇଥିଲା। ଏହାପରେ ବଳକା ସାଂସଦଙ୍କୁ ଆଜି ଶପଥପାଠ କରାଇବା କାର୍ଯ୍ୟକ୍ରମ ରହିଛି। 

ଇଂରାଜୀ ଆରମ୍ଭ ଅକ୍ଷର ଅନୁସାରେ ପ୍ରଥମେ ଆନ୍ଧ୍ରପ୍ରଦେଶର ସାଂସଦଙ୍କୁ ଶପଥପାଠ କରାଯାଇଥିଲା। ଏହାପରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା, ଦିଲ୍ଲୀ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ, ଝାଡ଼ଖଣ୍ଡ, କର୍ଣ୍ଣାଟକା, କେରଳ, ଲଦାଖ, ଲକ୍ଷାଦ୍ୱୀପ, ମଧ୍ୟପ୍ରଦେଶର ସାଂସଦଙ୍କୁ ଶପଥପାଠ କରାଯାଇଥିଲା।  ମହାରାଷ୍ଟ୍ର ସାଂସଦଙ୍କ ମଧ୍ୟରୁ କିଛି ସାଂସଦଙ୍କୁ ଗତକାଲି ଶପଥପାଠ କରାଇଥିଲେ। ଆଜି ମଧ୍ୟପ୍ରଦେଶ ବାକି ସାଂସଦଙ୍କ ଶପଥ ପାଠ ଶେଷ ହେବା ପରେ ଓଡ଼ଇଶା ସାଂସଦଙ୍କୁ ଶପଥପାଠ କରାଯିବ।

ଭିନ୍ନ ଭାଷା ଭିନ୍ନ ପୋଷାକ
ଶପଥପାଠ ସମାବେଶରେ କିଛି ସାଂସଦଙ୍କୁ ତାଙ୍କ ଭାଷା, ଓ ପରିପାଟିରେ ଶପଥ ଗ୍ରହଣ କରୁଥିବା ନଜରକୁ ଆସିଥିଲା। ଓଡ଼ିଶାର ଦୁଇ ସାଂସଦ ଓଡ଼ିଆରେ ଶପଥ ନେବା ସହ ଦସ୍ତଖତ ବି ଓଡ଼ିଆ ଲିପିରେ କରିଥିଲେ। ଠିକ୍‍ ସେହିପରି  ହିନ୍ଦି, ଇଂରାଜୀ ବ୍ୟତୀତ ସଂସ୍କୃତ,  ଭୋଜପୁରୀ, କୋଙ୍କଣୀ, ମରାଠି, ତେଲୁଗୁ, ମଲାୟାଲାମ, ଡୋଗ୍ରି ପ୍ରଭୃତି ଭାଷାରେ ସାଂସଦମାନେ ଶପଥ ଗ୍ରହଣ କରିଥିବା ନଜର କରାଯାଇଥିଲା। 

ଆଜି ଓଡ଼ିଶାର ସାଂସଦମାନେ ସମ୍ବଲପୁରୀ, ଓଡ଼ିଆ, ସାନ୍ତାଳି ଭାଷାରେ ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ପ୍ରଦୀପ ପୁରୋହିତ ସମ୍ବଲପୁରୀ ଭାଷାରେ ଶପଥ ଗ୍ରହଣ କରିବା ସମ୍ଭାବନା ରହିଛି। ଏହା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଭାଷା ହୋଇ ନଥିଲେ ମଧ୍ୟ ପୂର୍ବରୁ ସୁରେଶ ପୂଜାରୀ ମଧ୍ୟ ସାଂସଦ ଥିବା ସମୟରେ ଏହି ଭାଷାରେ ଶପଥ ଗ୍ରହଣ କରିଥିଲେ। ମୟୂରଭଞ୍ଜ ସାଂସଦ ନବଚରଣ ମାଝି ସାନ୍ତାଳି ଭାଷାରେ ଶପଥ ଗ୍ରହଣ କରିପାରନ୍ତି। ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିପାରନ୍ତି। ସେ ପୂର୍ବ ସଦସ୍ୟତା ସମୟରେ ସଂସ୍କୃତରେ ଲମ୍ବା ବକ୍ତବ୍ୟ ରଖି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।