Odisha Politics: ବିରେନ୍ଦ୍ର ସିଂହ କାଡିଆନଙ୍କ ବଡ଼ ଖୁଲାସା, AAP ସହ ବିଜେପି ଓ କଂଗ୍ରେସ ନେତାଙ୍କ ଅଛି ଭିତିରିଆ ସମ୍ପର୍କ
Advertisement
Article Detail0/zeeodisha/odisha1312890

Odisha Politics: ବିରେନ୍ଦ୍ର ସିଂହ କାଡିଆନଙ୍କ ବଡ଼ ଖୁଲାସା, AAP ସହ ବିଜେପି ଓ କଂଗ୍ରେସ ନେତାଙ୍କ ଅଛି ଭିତିରିଆ ସମ୍ପର୍କ

ବିଜେପିର ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଙ୍କୁ ଗଣାଯାଉ ଥିବାବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ (Aparajita Sarangi) ମଧ୍ୟ ନିଜକୁ ରାଜ୍ୟରେ ଏକ ପ୍ରମୁଖ ଚେହେରା ଭାବେ ଉପସ୍ଥାପିତ କରିବାକୁ ଲଗାତର ଉଦ୍ୟମ ଜାରି ରଖିଛନ୍ତି।

Odisha Politics: ବିରେନ୍ଦ୍ର ସିଂହ କାଡିଆନଙ୍କ ବଡ଼ ଖୁଲାସା, AAP ସହ ବିଜେପି ଓ କଂଗ୍ରେସ ନେତାଙ୍କ ଅଛି ଭିତିରିଆ ସମ୍ପର୍କ

Odisha Politics, ଭୁବନେଶ୍ୱର: କଡ଼ ଲେଉଟାଇବ କି ରାଜ୍ୟ ରାଜନୀତି ନା ଯଥା ପୂର୍ବଙ୍ଗ ତଥା ପରଂ ସ୍ଥିତି ଦେଖାଯିବ? ଏହାକୁ ନେଇ ଏବେ ରାଜ୍ୟ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି। ଦୀର୍ଘ ବର୍ଷ ଧରି ବିଜେଡି ରାଜ୍ୟରେ ଶାସନ କ୍ଷମତାରେ ରହିଲେ ମଧ୍ୟ ଏବେ ବି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଜାୟ ରହିଛି। ମୁଖ୍ୟ ବିରୋଧି ଦଳ ବିଜେପି ୨୦୧୯ ପରଠୁ ଅପେକ୍ଷାକୃତ ଦୁର୍ବଳ ହୋଇଛି। ଯାହାର ସୁଯୋଗ ନେଇ ରାଜ୍ୟରେ ନୂଆ ରାଜନୈତିକ ଦଳ ସକ୍ରୀୟ ହୋଇଛି। 

ବିଜେପିର ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଙ୍କୁ ଗଣାଯାଉ ଥିବାବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ (Aparajita Sarangi) ମଧ୍ୟ ନିଜକୁ ରାଜ୍ୟରେ ଏକ ପ୍ରମୁଖ ଚେହେରା ଭାବେ ଉପସ୍ଥାପିତ କରିବାକୁ ଲଗାତର ଉଦ୍ୟମ ଜାରି ରଖିଛନ୍ତି। ଭୁବନେଶ୍ୱର ସାଂସଦ (Bhubaneswar MP) ହେଲେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜର ଯୁବ, ଛାତ୍ର ଓ ମହିଳା ସଙ୍ଗଠନକୁ ସକ୍ରୀୟ କରି ଚର୍ଚ୍ଚାରେ ରହିଛନ୍ତି। ଏପରିକି ଚାଷିଙ୍କ ମନ ଜିତିବା ପାଇଁ ସେ କାଦୁଅ ଜମିରେ ଧାନ ରୋଇଛନ୍ତି। କିନ୍ତୁ ଅପରାଜିତାଙ୍କ ଏହି କାର୍ଯ୍ୟକୁ ଦଳର ଅନ୍ୟ ଏକ ଶକ୍ତିଶାଳୀ ଗୋଷ୍ଠୀ ସମର୍ଥନ କରୁ ନ ଥିବା ସ୍ପଷ୍ଟ ହୋଇସାରିଛି। 

Also Read: ବିଜେଡିର ବିକଳ୍ପ ହେବ ଆମ ଆଦମୀ ପାର୍ଟି?

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ସେମିତି ଆକ୍ଟିଭ ଥିବା ଭଳି ଦେଖା ଯାଉନାହିଁ। ଏମିତି ଏକ ମୁହୂର୍ତ୍ତରେ କଂଗ୍ରେସ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପାଇଲା ପରେ ମଧ୍ୟ ଦଳ ସପକ୍ଷରେ କିଛି ବାତାବରଣ ତିଆରି ହୋଇପାରିନାହିଁ। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟିର ଗ୍ରାଣ୍ଡ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଛି। ଦିଲ୍ଲୀ ଓ ପଞ୍ଜାବ ପରେ ଓଡିଶା ଉପରେ ଆମ ଆଦମୀ ପାର୍ଟି ନଜର ପଡିଛି। ଏ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ରାଜ୍ୟରେ ସ୍ଥିତି ମଜବୁତ କରିବାକୁ ଆପ୍ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ କରିଛି। କାର୍ଯ୍ୟକ୍ରମରେ ଦଳର ଓଡିଶା ପ୍ରଭାରୀ ବିରେନ୍ଦ୍ର ସିଂହ କାଡିଆନ ଯୋଗ ଦେଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ହଜାରରୁ ଅଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ଭୁବନେଶ୍ୱରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଉଭା ହେବା ପାଇଁ ଆପ ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ରାଜ୍ୟର କିଛି ପ୍ରମୁଖ ରାଜନୈତିକ ଚେହେରା ଆପରେ ସାମିଲ ହେବା ସହ ଦଳ ସପକ୍ଷରେ ବାତାବରଣ ତିଆରି ହେଲେ ଦଳ ବିକଳ୍ପ ଭାବେ ଚର୍ଚ୍ଚାକୁ ଆସିପାରିବ ବୋଲି କୁହାଯାଉଛି। ସେପଟେ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିବା ଓଡିଶା ପ୍ରଭାରୀ ବିରେନ୍ଦ୍ର ସିଂହ କାଡିଆନ କହିଛନ୍ତି ଯେ, ଗୁଜରାଟରେ ଆପ୍ (AAP) ଏଥର ସରକାର ଗଢ଼ିବ ତା'ପରେ ଓଡ଼ିଶାରେ ସରକାର ଗଠନ କରିବ। ଅନେକ ବିଜେପି, କଂଗ୍ରେସ ସମେତ ଶାସକ ଦଳର ଅନେକ ନେତା ଦଳ ସହ ଯୋଗାଯୋଗରେ ରହିଛନ୍ତି ବୋଲି କାଜିଆନ କହିଛନ୍ତି। 

Also Read: Odisha Politics: କେଉଁ ଦଳକୁ ଯିବେ ସୋମ୍ୟ? ଆସିଲା ନୂଆ ଅପଡେଟ୍

କଂଗ୍ରେସ (Congress) ବିଧାୟକ ମହମ୍ମଦ ମୋକିମ ରାଜ୍ୟରେ ଆପର ମଙ୍ଗ ଧରିବା ନେଇ ଚର୍ଚ୍ଚା ତୀବ୍ର ହୋଇଥିବାବେଳେ କାଜିଆନ ଏହି ବୟାନ ଚର୍ଚ୍ଚାକୁ ଆହୁରି ଶକ୍ତିଶାଳୀ କରିଛି। ଏବେ ଆପ୍ ପ୍ରତେକ ବ୍ଲକ ସମେତ ପଂଚାୟତର ତାହାର କର୍ମୀ ସମେତ ପ୍ରଭାରୀ ପାଇଁ କାମ ଆରମ୍ଭ କରିଛି। ପ୍ରଥମେ ଦିଲ୍ଲୀ (Delhi), ପରେ ପଞ୍ଜାବ ଦଖଲ କରିଥିବା ଦଳ ଏବେ ଗୁଜରାଟ, ହିମାଚଳ ପ୍ରଦେଶ ଉପରେ ଫୋକସ କରୁଛି। ଏହାପରେ ହରିୟାଣା ଓ ଓଡ଼ିଶା ଭଳି କିଛି ରାଜ୍ୟ ଆପ୍ ଟାର୍ଗେଟରେ ରହିଛି। 

ବିଜେଡି ଏକ ପ୍ରମୁଖ ଶକ୍ତି ଭାବେ ରାଜ୍ୟରେ ଏକ ପାଖିଆ ନିଜ କାୟା ବିସ୍ତାର କରି ଚାଲିଛି। ବିଜେଡି (BJD) କୁ ବିରୋଧି ବିଜେପି କିମ୍ବା କଂଗ୍ରେସ ମାତ ଦେବା ଭଳି ଜଣାପଡୁନାହିଁ। ଏଭଳି ସ୍ଥିତିରେ ବିଜେପିର ବରିଷ୍ଠ ନେତାଙ୍କ ଭିତରେ ଲଢେଇ ଓ କଂଗ୍ରେସର ସ୍ଥାଣୁତାର ଫାଇଦା ଆପ ନେବାକୁ ପ୍ରୟାସ କରୁଛି। ଯଦି ଏଥିରେ ସଫଳ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟ ରାଜନୀତି (Odisha Politics) ପାଣିପାଗରେ ଏକ ବଡ ପରିବର୍ତ୍ତନ ଆସିବ ବୋଲି ଆଲୋଚନା ହେଉଛି।