Odisha BJP: ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
Advertisement

Odisha BJP: ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

Odisha BJP Unit: ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧିମଣ୍ଡଳୀ।

 

ଫଟୋ ସୌଜନ୍ୟ: ବିଜେପି ମିଡିଆ ସେଲ୍‌

Odisha BJP Delegation Meets State Election Commission: କୌଣସି ସାମ୍ବିଧାନିକ ପଦ ପଦବୀରେ ନାହାଁନ୍ତି। ନାଁ ସେ ସାଂସଦ ନାଁ ବିଧାୟକ। ଦଳୀୟ ନେତା ମଧ୍ୟ ନୁହଁନ୍ତି। ସେ ବିଜୁ ଜନତା ଦଳରେ ସାମାନ୍ୟ ସଦସ୍ୟ। ଶାସକ ଦଳର ସାମାନ୍ୟ ସଦସ୍ୟ ଭିକେ ପାଣ୍ଡିଆନଙ୍କୁ ପୋଲିସ ଛାଉଣୀରେ ରଖିବା ସହ ତାଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ ନିର୍ମାଣ କରାଯାଉଛି। କେଉଁ ଆଧାରରେ ତାଙ୍କୁ ଏତେ ମାତ୍ରାରେ ଜେଡ୍ କାଟେଗୋରୀ ସୁରକ୍ଷା ଦିଆଯାଉଛି? ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବ କାହିଁକି ଏବଂ କାହା ନିର୍ଦ୍ଦେଶରେ ଜେଡ୍ କାଟେଗୋରୀ ସୁରକ୍ଷା ଦେଇଛନ୍ତି? ନେତାଗିରି କରୁଥିବା ଭିକେ ପାଣ୍ଡିଆନଙ୍କ ଲୋକଙ୍କୁ ଏତେ ଭୟ କାହିଁକି? ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଏଭଳି ସୁରକ୍ଷା ଯୋଗାଇ ଦେବା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ। 

ତାଙ୍କ ଠାରୁ ତୁରନ୍ତ ସୁରକ୍ଷା ପ୍ରତ୍ୟାହାର କରାଯିବା ଆବଶ୍ୟକ। ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ବିହିତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଦାବି କରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦୃଶ୍ୟ ହୋଇଯାଇଛନ୍ତି। ଭିଡିଓ କଲ୍ ଜରିଆରେ ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ସାଜିଥିବା ଭିକେ ପାଣ୍ଡିଆନ ରିମୋର୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳିତ କରୁଛନ୍ତି। ତାଙ୍କର କାର୍ଯ୍ୟକଳାପ ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି।

Also Read: Odisha BJP: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି ପ୍ରତିନିଧିମଣ୍ଡଳୀ

 

ଶାସକ ବିଜୁ ଜନତା ଦଳକୁ ଭୋଟ ନଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଦୁର୍ଦ୍ଦଶା ଭୋଗିବ। ମିଥ୍ୟା ମାମଲାରେ ଜେଲ ପଠାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଶେରଗଡ ଥାନା ଏଏସ୍‌ଆଇ  କୃଷ୍ଣଚନ୍ଦ୍ର ଦାସ ଫୋନ କରି ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମାଆଙ୍କୁ ଏଭଳି ଧମକ ଦେଉଛନ୍ତି। ଏଭଳି ହୀନ ଏବଂ ଅଗଣତାନ୍ତ୍ରିକ ଘଟଣା ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ସହ ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୀର ମହାନ୍ତି ଦାବି କରିଛନ୍ତି।

ଭାରତୀୟ ଜନତା ପାର୍ଟି ସର୍ବଦା ମୁକ୍ତ ଏବଂ ଅବାଧ ନିର୍ବାଚନ ଚାହେଁ। ବିଜୁ ଜନତା ଦଳର ମୁଷ୍ଟିମେୟ ଅଧିକାରୀ ସରକାରୀ କଳ, ବଳ ପ୍ରୟୋଗ କରିବା ସହ ଲୋକଙ୍କୁ ଧମକାଇ ଭୋଟ ହାତେଇବାକୁ ଚାହାଁନ୍ତି । ବିଜେଡି ଏଭଳି ହୀନ କାର୍ଯ୍ୟରୁ ନିବୃତ ରହୁ ବୋଲି ସେ କହିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ସାଂସ୍କୃତିକ ପ୍ରକୋଷ୍ଠ ସଂଯୋଜିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।