Odisha Cabinet Minister Reshuffle: ଆଜି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସହ ବିଭାଗ ବଣ୍ଟନ, ଅନାଥ ହୋଇଗଲେ ସବୁ ନିଗମ
Advertisement

Odisha Cabinet Minister Reshuffle: ଆଜି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସହ ବିଭାଗ ବଣ୍ଟନ, ଅନାଥ ହୋଇଗଲେ ସବୁ ନିଗମ

ରବିବାର ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ନୂଆ ମନ୍ତ୍ରୀମାନଙ୍କ ଶପଥ ଉତ୍ସବ ହେବ। ପୂର୍ବାହ୍ନ ୧୧ଟା ୪୫ରେ ଲୋକସେବା ଭବନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶପଥ ଉତ୍ସବରେ ପ୍ରାୟ ୫୦୦ ଜଣ ଅତିଥିଙ୍କ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଫାଇଲ ଫଟୋ

Odisha Cabinet Reshuffle: ଆଜି ଅର୍ଥାତ ରବିବାର ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ନୂଆ ମନ୍ତ୍ରୀମାନଙ୍କ ଶପଥ ଉତ୍ସବ ହେବ। ପୂର୍ବାହ୍ନ ୧୧ଟା ୪୫ରେ ଲୋକସେବା ଭବନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶପଥ ଉତ୍ସବରେ ପ୍ରାୟ ୫୦୦ ଜଣ ଅତିଥିଙ୍କ ଉପସ୍ଥିତ ରହିବେ। ଅପରାହ୍ନରେ ବିଭାଗ ବଣ୍ଟନ ହେବ ବୋଲି ସୂଚନା ମିଳିଛି।

ରବିବାର ଦିନ ୧୧ଟା ୪୫ରେ ନବୀନଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଶପଥ ନେବେ। ଲୋକସେବା ଭବନରେ ରାଜ୍ୟପାଳ ଗଣଶୀ ଲାଲା ସେମାନଙ୍କୁ ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜଣ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନୂଆ କ୍ୟାବିନେଟର ମୋଟ ୨୧ ଜଣ ବିଧାୟକ ଓ ବିଧାୟିକା ଶପଥ ନେଇ ପାରନ୍ତି। ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଥିବା ବେଳେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବାର ସମ୍ଭାବନା ଅଛି। 

Also Read: ନବୀନ କ୍ୟାବିନେଟର ନବକଳେବର; ଦିଶୁନି ୩୩% ମହିଳା ସଂରକ୍ଷଣ, ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ

ବରିଷ୍ଠ ବିଧାୟକ ତଥା ପୂର୍ବତନ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନୂଆ ବାଚସ୍ପତି ହେବେ। ରଜନୀକାନ୍ତ ସିଂହ ପୂର୍ବଭଳି ଉପବାଚସ୍ପତି ରହିବେ। ଅଶୋକ ପଣ୍ଡାଙ୍କ ସମେତ ଏକାଧିକ ପୂର୍ବତନ ମନ୍ତ୍ରୀଙ୍କ ପଦନ୍ନୋତି ହୋଇପାରେ। ପ୍ରଶାନ୍ତ ମୁଦୁଲି ମୁଖ୍ୟ ସଚେତକ ହେବାକୁ ଥିବା ବେଳେ ଉପ ମୁଖ୍ୟ ସଚେତକ ପଦବୀରେ ନୂଆ ମୁହଁ ଦେଖିବାକୁ ମିଳିବ। ଅନ୍ୟପଟେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସୂର୍ଯ୍ୟନାରାଣ ପାତ୍ର କୌଣସି ସରକାରୀ ପଦବୀରେ ରହିବେ ନାହିଁ ବୋଲି ସୂଚନା ମିଳିଛି। ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଗୋଟିଏ ଆଖି ବାକ୍ଟେରିଆ ସଂକ୍ରମିତ ହୋଇଥିବା ପାତ୍ରଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।

fallback

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡିଶାର ୭ ଜଣ ବିଧାୟକ ଥିବା ବେଳେ ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛି। ବିବାଦୀୟ ମନ୍ତ୍ରୀଙ୍କୁ ଏଥର କ୍ୟାବିନେଟରୁ ବାଦ ଦିଆଯାଇଛି। ନବୀନଙ୍କ ନୂଆ ଟିମରେ ୬ ନୂଆ ମୁହଁକୁ ସ୍ଥାନ ମିଳିବ। କିଛି ପୂର୍ବତନ ମନ୍ତ୍ରୀଙ୍କୁ ପଦନ୍ନୋତି ମିଳିବାକୁ ଥିବା ବେଳେ କ୍ୟାବିନେଟରୁ ବାଦପଡିଥିବା ସଦସ୍ୟଙ୍କ ଥଇଥାନ କରାଯିବ। ଏଥିପାଇଁ ରାଜ୍ୟ ଯୋଜନା ବୋର୍ଡ ଓ ସମସ୍ତ ନିଗମର ଅଧ୍ୟକ୍ଷଙ୍କ ଦାୟିତ୍ୱ ପ୍ରତ୍ୟାହାର କରାଯାଇଛି। ଏନେଇ ଶନିବାର ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଲିଷ୍ଟରେ ଯୋଜନା ବୋର୍ଡ ସମେତ ୧୩ଟି ନିଗମ, ଆଠଟି ବିଭାଗ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ୨୩ ଜଣ ସଦସ୍ୟ ଅଛନ୍ତି।

Also Read: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ନେତାମାନେ ହେବେ ମନ୍ତ୍ରୀ! ଦେଖନ୍ତୁ ପୂରା ତାଲିକା

ସମ୍ଭାବ୍ୟ ମନ୍ତ୍ରୀ ତାଲିକା:

କ୍ୟାବିନେଟ ମନ୍ତ୍ରୀ:

(୧) ନିରଞ୍ଜନ ପୂଜାରୀ

(୨) ରଣେନ୍ଦ୍ର ପ୍ରତାପ ସ୍ୱାଇଁ

(୩) ପ୍ରମିଳା ମଲ୍ଲିକ

(୪) ଉଷା ଦେବୀ 

(୫) ପ୍ରଫୁଲ୍ଲ କୁମାର ମଲ୍ଲିକ

(୬) ପ୍ରତାପ କେଶରୀ ଦେବ

(୭) ଅତନୁ ସବ୍ୟସାଚୀ ନାୟକ

(୮) ନବକିଶୋର ଦାସ

(୯) ଅଶୋକ ଚନ୍ଦ୍ର ପଣ୍ଡା 

(୧୦) ଟୁକୁନି ସାହୁ 

(୧୧)ରାଜେନ୍ଦ୍ର ଢୋଲକିଆ

(୧୨) ପ୍ରଦୀପ କୁମାର ଅମାତ

(୧୩) ଜଗନ୍ନାଥ ସାରକା

ରାଷ୍ଟ୍ରମନ୍ତ୍ରୀ:

(୧) ସମୀର ରଞ୍ଜନ ଦାସ

(୨) ଅଶ୍ୱନି କୁମାର ପାତ୍ର

(୩) ପ୍ରତାପ ରଞ୍ଜନ ଘଡେଇ

(୪) ଶ୍ରୀକାନ୍ତ ସାହୁ 

(୫) ତୁଷାର କାନ୍ତି ବେହେରା

(୬) ରୋହିତ ପୂଜାରୀ

(୭) ରିତା ସାହୁ 

(୮) ବାସନ୍ତୀ ହେମ୍ବ୍ରମ