ଚବିଶ ପାଇଁ ରାସ୍ତା ସଫା କରି ବିଦେଶ ଯିବେ ନବୀନ!
Advertisement
Article Detail0/zeeodisha/odisha1208464

ଚବିଶ ପାଇଁ ରାସ୍ତା ସଫା କରି ବିଦେଶ ଯିବେ ନବୀନ!

ଆସନ୍ତା ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି। ୧୦ ଦିନ ପାଇଁ ସେ ଇଟାଲି ଓ ଦୁବଇ ଗସ୍ତ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେପାଣ୍ଡିଆନ ମଧ୍ୟ ରହିବେ। 

ଫାଇଲ ଫଟୋ

ଭୁବନେଶ୍ୱର: ଦୀର୍ଘ ଦଶବର୍ଷ ପରେ ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ଆସନ୍ତା ଦୁଇ ସପ୍ତାହ ପରେ ସେ ବିଦେଶ ଗସ୍ତ କରିପାରନ୍ତି। ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ଧରି ଇଟାଲି ଓ ଦୁବଇ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ସୂଚନାନୁସାରେ, ଆସନ୍ତା ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି। ୧୦ ଦିନ ପାଇଁ ସେ ଇଟାଲି ଓ ଦୁବଇ ଗସ୍ତ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେପାଣ୍ଡିଆନ ମଧ୍ୟ ରହିବେ। ଉଭୟ ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ନବୀନ ଯୋଗ ଦେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଦୁବାଇରେ ଆୟୋଜିତ ଏକ ବିଜନେସ ମିଟରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେବେ।  

Also Read: ନବୀନ କ୍ୟାବିନେଟର ନବକଳେବର; ଦିଶୁନି ୩୩% ମହିଳା ସଂରକ୍ଷଣ, ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ

ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତ କରିବେ। ଶେଷଥର ପାଇଁ ୨୦୧୨ ମେ ମାସରେ ସେ ଲଣ୍ଡନ ଗସ୍ତ କରିଥିଲେ। କିନ୍ତୁ ତାଙ୍କର ଏହି ଗସ୍ତ ଅଧାରେ ରହିଯାଇଥିଲା। ପ୍ୟାରିମୋହନ ମହାପାତ୍ରଙ୍କ 'ମିଡନାଇଟ୍ ଅପରେସନ'ର ସୂଚନା ପାଇ ନବୀନ ରାତାରାତି ଓଡିଶା ଫେରିଥିଲେ। ସେତେବେଳେ ନବୀନଙ୍କ ବିରୁଦ୍ଧରେ ପ୍ୟାରିମୋହନ ଏକ ବଡ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଥିଲା।

fallback

କୁହାଯାଉଛି ଯେ, ୨୦୨୪ ନିର୍ବାଚନ ପାଇଁ ରାସ୍ତା ସଫା କରି ନବୀନ ପଟ୍ଟନାୟକ ବିଦେଶ ଗସ୍ତ କରିବାକୁ ଯୋଜନା କରିଛନ୍ତି। ମାହାଙ୍ଗା ଡବଲ ମର୍ଡର, ପରୀ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟା ମାମଲାକୁ ନେଇ ନବୀନ ସରକାର ଢେର ବଦନାମ ମୁଣ୍ଡାଇଛନ୍ତି। ଏହି ମାମଲା ଗୁଡିକରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଓ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଯୋଡି ହୋଇଥିଲା। ଯାହାକୁ ନେଇ ସରକାରଙ୍କୁ ବିରୋଧି ଘେରିଥିଲେ। ଏପରି କି ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ।

Also Read: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ନେତାମାନେ ହେବେ ମନ୍ତ୍ରୀ! ଦେଖନ୍ତୁ ପୂରା ତାଲିକା

ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ବିରୋଧିଙ୍କ ବିରୋଧର କୌଣସି ପ୍ରଭାବ ପଡିନାହିଁ ସତ, କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଅଡୁଆ ସାଜିବାର ସମ୍ଭାବନା ଅଛି। ସେଥିପାଇଁ ସାମାନ୍ୟ ରିସ୍କ ନନେଇ ମୁଖ୍ୟମନ୍ତ୍ରୀ ନବୀନ, ସେତେବେଳେ ବିବାଦୀୟ ତିନି ମନ୍ତ୍ରୀଙ୍କୁ ବିଦା ନକରି ଏବେ ଯୋଜନାବଦ୍ଧ ଭାବେ କ୍ୟାବିନେଟରୁ ହଟାଇ ଦେଇଛନ୍ତି। ନବୀନଙ୍କ ଏହି ରଣନୀତି 'ନା ରହିବ ବାଉଁଶ, ନା ବାଜିବ ବଇଁଶୀ' ଭଳି କାମ କରିଛି। ଆଉ ଆଗାମୀ ଦିନ ପାଇଁ ବିରୋଧିଙ୍କୁ ତୁଣ୍ଡକୁ ଚୁପ୍ କରିଦେଇଛି।