Advertisement
Article Detail0/zeeodisha/odisha2270607
Zee OdishaOdisha PoliticsOdisha Election 2024: ୧ ତାରିଖରେ ଭୋଟ, ୧୦ହଜାର ବୁଥ, ୪୬୦ ପ୍ରାର୍ଥୀ ଏବଂ ୧୨୫ କମ୍ପାନୀ ସଶସ୍ତ୍ର ବାହିନୀ

Odisha Election 2024: ୧ ତାରିଖରେ ଭୋଟ, ୧୦ହଜାର ବୁଥ, ୪୬୦ ପ୍ରାର୍ଥୀ ଏବଂ ୧୨୫ କମ୍ପାନୀ ସଶସ୍ତ୍ର ବାହିନୀ

Odisha Elections 2024: ଏହି ପର୍ଯ୍ୟାୟରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜଳ କେନ୍ଦ୍ରାପଡ଼ା, ଜଗତସିଂହପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ଲାଗି ଭୋଟ ଗ୍ରହଣ ହେବ। ଏହି ନିର୍ବାଚନ ମଣ୍ଡଳୀ ୮ଟି ଜିଲ୍ଲାରେ ଥିବାରୁ ଜିଲ୍ଲା ଅନୁସାରେ ସୁରକ୍ଷାବଳ ଓ କର୍ମଚାରୀଙ୍କୁ ବୁଥକୁ ପ୍ରେରଣ ଆରମ୍ଭ ହୋଇଛି।

Odisha Election 2024
Odisha Election 2024

ଭୁବନେଶ୍ୱର: ଆସନ୍ତା ୧ ତାରିଖରେ ଭୋଟ ହେବ। ଏଥିଲାଗି ୬ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା ୪୨ ବିଧାନସଭା ଆସନ ଲାଗି କର୍ମଚାରୀ ଓ ସୁରକ୍ଷା ବଳ ପଠାଇବା ଆରମ୍ଭ ହୋଇଛି। ଏଥର ୧୦୮୮୨ ବୁଥରେ ଭୋଟଦାନ ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ହେବ, କିନ୍ତୁ ଯେଉଁ ଭୋଟର ୬ଟା ଭିତରେ ବୁଥରେ ପ୍ରବେଶ କରିଥିବେ ତାଙ୍କୁ ଭୋଟ୍‍ ଦେବାର ସୁଯୋଗ ମିଳିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। 

ଏହି ପର୍ଯ୍ୟାୟରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜଳ କେନ୍ଦ୍ରାପଡ଼ା, ଜଗତସିଂହପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ଲାଗି ଭୋଟ ଗ୍ରହଣ ହେବ। ଏହି ନିର୍ବାଚନ ମଣ୍ଡଳୀ ୮ଟି ଜିଲ୍ଲାରେ ଥିବାରୁ ଜିଲ୍ଲା ଅନୁସାରେ ସୁରକ୍ଷାବଳ ଓ କର୍ମଚାରୀଙ୍କୁ ବୁଥକୁ ପ୍ରେରଣ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ସମୁଦାୟ ୧୨୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏହି ନିର୍ବାଚନରେ ମୁତ୍ତୟନ ହୋଇଛନ୍ତି। ଏହାଙ୍କ ସହ ପୁଲିସ କର୍ମଚାରୀ ଅଲଗା ଭାବେ ମୁତ୍ତୟନ ହେବେ। ଯେଉଁ ବୁଥଗୁଡ଼ିକ ସମ୍ବେଦନଶୀଳ ସେଠାରେ ସଶସ୍ତ୍ର ବାହିନୀକୁ ମୁତ୍ତୟନ କରାଯାଇଛି। ଏହା ପୂର୍ବରୁ ଦଳଗୁଡ଼ିକ ସହ ଆଲୋଚନା କରାଯାଇଛି। 

ସବୁଠାରୁ ଅଧିକ କେନ୍ଦ୍ରୀୟବଳ ବେଲେଶ୍ୱର ଜିଲ୍ଲାରେ ମୁତ୍ତୟନ କରାଯାଇଛି। ଏଠାରେ ୨୨ କମ୍ପାନୀ  କେନ୍ଦ୍ରୀୟ ସୁରକ୍ଷାବଳ ରହିଥିବାବେଳେ, ଯାଜପୁରରେ ୨୦, ଭଦ୍ରକରେ ୧୬, କେନ୍ଦ୍ରାପଡ଼ାରେ ୧୮, ଜଗତସିଂହପୁର ୪ ବିଧାନସଭା ମଣ୍ଡଳୀ ଲାଗି ୧୨ କମ୍ପାନୀ, ମୟୁରଭଞ୍ଜ ଲାଗି ୧୮ କମ୍ପାନୀ, କଟକର ୩ ବିଧାନସଭା ମଣ୍ଡଳୀ ଲାଗି ୧୨ କମ୍ପାନୀ ଏବଂ ପୁରୀର ୨ ବିଧାନସଭା ମଣ୍ଡଳୀ ଲାଗି ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ମୁତ୍ତୟନ ହୋଇଛନ୍ତି। 

Add Zee News as a Preferred Source

ଏହି ପର୍ଯ୍ୟାୟରେ ୧୪୦୦ରୁ ଅଧିକ ମହିଳା କର୍ମଚାରୀଙ୍କୁ ବୁଥ ପରିଚାଳନା ଦାୟିତ୍ୱ ଦିଆଯାଇଛି। ୧୨ ଜଣ ସେଧୋଶ ପର୍ଯ୍ୟବେକ୍ଷକଙ୍କ ସମେତ ୩ ପୁଲିସ ପର୍ଯ୍ୟବେକ୍ଷକ ଏବଂ ୧୮ଜଣ ଖର୍ଚ୍ଚ ଆକଳନ କରିବା ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ଏହି ପର୍ଯ୍ୟାୟରେ  ୬ ଲୋକସଭା ମଣ୍ଡଳୀରେ ସବୁଠାରୁ  ଅଧିକ ଭୋଟର ରହିଛନ୍ତି। ସେମାନଙ୍କ ସଂଖ୍ୟା ୯୯ ଲକ୍ଷ ୬୧ ହଜାର। ଏଥିରୁ ପୁରୁଷ ୫୦ ଲକ୍ଷ ୮୮ ହଜାର ହୋଇଥିବାବେଳେ, ମହିଳାଙ୍କ ସଂଖ୍ୟା ହେଉଛି ୪୮ ଲକ୍ଷ ୭୨ ହଜାର। ୬୮୭ ଜଣ ତୃତୀୟ ଲିଙ୍ଗ ଅନ୍ତର୍ଭୁକ୍ତ। ଏହି ଭୋଟରମାନେ ସମୁଦାୟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିରୁ ସଂସଦୀୟ ପ୍ରାର୍ଥୀ ୬୬ଜଣ ହୋଇଥିବାବେଳେ ୩୯୪ ଜଣ  ୪୨ଟି ବିଧାନ ସଭା ଆସନ ଲାଗି ପ୍ରାର୍ଥୀ ହୋଇଛନ୍ତି।

About the Author