Odisha Election 2024: ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ଭୋଟିଂ: ଜୟଦେବରେ ସର୍ବନିମ୍ନ ଭୋଟ
Advertisement
Article Detail0/zeeodisha/odisha2262777

Odisha Election 2024: ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ଭୋଟିଂ: ଜୟଦେବରେ ସର୍ବନିମ୍ନ ଭୋଟ

 ଭୁବନେଶ୍ୱରର ଅନ୍ୟ ତିନି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକାମ୍ରରେ ୪%, ଉତ୍ତରରେ ୮.୨୦% ଏବଂ ମଧ୍ୟ ଭୁବନେଶ୍ୱରରେ ସର୍ବାଧିକ ୧୦% ଭୋଟିଂ ରେକର୍ଡ କରାଯାଇଛି। ଖଣ୍ଡପଡ଼ାରେ ୧୧ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରରେ ୧୧,୫୦% ତେଲକୋଇରେ ୧୦ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି ।

Odisha Election 2024: ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ଭୋଟିଂ: ଜୟଦେବରେ ସର୍ବନିମ୍ନ ଭୋଟ

Odisha Election 2024: ଭୁବନେଶ୍ୱର: ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ କେନ୍ଦୁଝର ଲୋକସଭା ମଣ୍ଡଳୀରେ ଭୋଟଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ଭୋଟିଂ ରେକର୍ଡ କରାଯାଇଛି। ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁସାରେ ଭୁବନେଶ୍ୱରରେ ୬.୬%%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭% ଏବଂ ସମ୍ବଲପୁରରେ ୭.୦୯% ମତଦାନ ହୋଇଛି। 

ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦେଖିଲେ କେନ୍ଦୁଝରର ପାଟଣା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟିଂ ରେକର୍ଡ କରାଯାଇଛି। ଏଠାରେ ସମୁଦାୟ ମତଦାନ ହାର ସକାଳ ୯ଟା ସୁଦ୍ଧା ପ୍ରାୟ ୧୨.୫୦% ରହିଥିବା ନିର୍ବାଚନ କମିଶଙ୍କ ଓ୍ୱେବସାଇଟରୁ ଜଣାପଡ଼ିଛି। ଠିକ ସେହିପରି ସର୍ବନିମ୍ନ ଭୋଟିଂ ଭୁବନେଶ୍ୱରରର ଜୟଦେବ ନିର୍ବାଚନ ମଣ୍ଡଳୀରେ ହୋଇଛି। ଏଠାରେ ମତଦାନ ହାର ରହିଛି ମାତ୍ର ୨%। ଭୁବନେଶ୍ୱରର ଅନ୍ୟ ତିନି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକାମ୍ରରେ ୪%, ଉତ୍ତରରେ ୮.୨୦% ଏବଂ ମଧ୍ୟ ଭୁବନେଶ୍ୱରରେ ସର୍ବାଧିକ ୧୦% ଭୋଟିଂ ରେକର୍ଡ କରାଯାଇଛି। ଖଣ୍ଡପଡ଼ାରେ ୧୧ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରରେ ୧୧,୫୦% ତେଲକୋଇରେ ୧୦ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି ।