Advertisement
Article Detail0/zeeodisha/odisha2278505
Zee OdishaOdisha PoliticsOdisha Election 2024: ରାଜ୍ୟର ହାଇପ୍ରୋଫାଇଲ୍‍ ନିର୍ବାଚନ ମଣ୍ଡଳୀରେ କ’ଣ ରହିଛି ହାଲ୍‍?

Odisha Election 2024: ରାଜ୍ୟର ହାଇପ୍ରୋଫାଇଲ୍‍ ନିର୍ବାଚନ ମଣ୍ଡଳୀରେ କ’ଣ ରହିଛି ହାଲ୍‍?

Odisha Election 2024:ହାଇପ୍ରୋଫାଇଲ୍‍ ଆସନ ଭିତରେ କଟକ ବି ଗଣାଯାଏ। ଏଠାରେ ପୂର୍ବତନ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡଇ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ବିପକ୍ଷରେ ରହିଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ ତଥା ବିଜେଡି ଟିକଟରୁ ଲଢ଼ୁଥିବା ସଂତୃପ୍ତ ମିଶ୍ର। ୫ ହଜାରରୁ ଅଧିକ ଭୋଟରେ ଆଗୁଆ ଚାଲିଛନ୍ତି ଭର୍ତ୍ତୃହରି। 

 

Odisha Election 2024: ରାଜ୍ୟର ହାଇପ୍ରୋଫାଇଲ୍‍ ନିର୍ବାଚନ ମଣ୍ଡଳୀରେ କ’ଣ ରହିଛି ହାଲ୍‍?

Odisha Election 2024: ବରଗଡ଼ରେ ପ୍ରଦୀପ ପୁରୋହିତ ସର୍ବାଧିକ ଭୋଟରେ ଆଗୁଆ ରହିଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେଡିର ପରୀଣିତା ମିଶ୍ର। ସେ ୫୭ ହଜାର ୮୬୪ ଭୋଟରେ ପଛୁଆ ଅଛନ୍ତି। ଏହି ଆସନରେ ଜଣେ ପ୍ରମୁଖ ନେତା ହେଉଛନ୍ତି କଂଗ୍ରେସର ସଞ୍ଜୟ ଭୋଇ। ସେ ତୃତୀୟ ସ୍ଥାନରେ ରହିଛନ୍ତି। ସୁନ୍ଦରଗଡ଼ରେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଓ ବିଜେଡି ନେତା ଦିଲ୍ଲୀପ ତିର୍କୀଙ୍କୁ ୩୦ ହଜାରରୁ ଅଧିକ ଭୋଟରେ ପଛୁଆ ରଖିଛନ୍ତି ଜୁଏଲ୍‍ ଓରାମ। ଭସେ ୧ ଲକ୍ଷ ୨୪ ହଜାର ୪୧୩ ଭୋଟ ପାଇଛନ୍ତି। ହାଇ ପ୍ରୋଫାଇଲ୍‍ ଫାଇଟ୍‍ ଭିତରେ ସମ୍ବଲପୁର ସବୁଠାରୁ ଆଗରେ ରହିଥିଲା। 

ବିଜେଡିର ସାଂଗଠନିକ ସମ୍ପାଦକ ବନାମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତିକ ଲଢ଼େଇ ହେଉଥିଲା। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଧର୍ମେନ୍ଦ୍ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କଠାରୁ ୨୨ ହଜାରରୁ ଅଧିକ ଭୋଟରେ ଆଗୁଆ ଚାଲିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସର ନେତା ତଥା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ। 

ମୟୂରଭଞ୍ଜରେ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ପଛରେ ରଖିଛନ୍ତି ବିଧାୟକ ନବଚରଣ ମାଝି। ବିଜେପି ନେତା ନବଚରଣ ମାଝି ସୁଦାମଙ୍କଠାରୁ ୧୮ହଜାରରୁ ଅଧିକ ଭୋଟରେ ଆଗୁଆ ଚାଲିଛନ୍ତି। ସୁଦାମ ତାଙ୍କ ପତ୍ନୀଙ୍କୁ ବିଧାୟକ ଏବଂ ନିଜେ ସାଂସଦ ପାଇଁ ଠିଆ ହୋଇଥିଲେ। 
ବାଲେଶ୍ୱରରେ ବିଜେଡି ସାଂସଦଙ୍କୁ ପଛରେ ପକାଇଛନ୍ତି ବିଜେପିର ନେତା ଅଭିମନ୍ୟୁ ସେଠୀ। ୯ ହଜାର ଭୋଟରେ ସେ ଆଗୁଆ ରହିଛନ୍ତି। ବାଲେଶ୍ୱରରେ ପୂର୍ବତନ ମନ୍ତ୍ରୀ, ସାଂସଦ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ତୃତୀୟସ୍ଥାନରେ ରହିଛନ୍ତି। 

Add Zee News as a Preferred Source

ହାଇପ୍ରୋଫାଇଲ୍‍ ଆସନ ଭିତରେ କଟକ ବି ଗଣାଯାଏ। ଏଠାରେ ପୂର୍ବତନ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡଇ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ବିପକ୍ଷରେ ରହିଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ ତଥା ବିଜେଡି ଟିକଟରୁ ଲଢ଼ୁଥିବା ସଂତୃପ୍ତ ମିଶ୍ର। ୫ ହଜାରରୁ ଅଧିକ ଭୋଟରେ ଆଗୁଆ ଚାଲିଛନ୍ତି ଭର୍ତ୍ତୃହରି। 

ଜଗତସିଂହପୁରରେ କେବେ ବିଜେପି ଭାବି ନଥିଲା ଯେ ଲୋକେ ପଦ୍ମକୁ ଭୋଟ ଦେବେ। କିନ୍ତୁ ଏଠାରେ ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ନଜରକୁ ଆସିଛି। ଏଠାରେ ପୂର୍ବତନ ସାଂସଦ ବିଭୁ ତରାଇ ୫ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। 
ପୁରୀରେ ସମ୍ବିତ ପାତ୍ର, ଭୁବନେଶ୍ୱରରେ ଅପରାଜିତା, ବ୍ରହ୍ମପୁରରେ ଡ. ପ୍ରଦୀପ କାଣିଗ୍ରାହୀ ବିଜେଡିର ହେବିଓ୍ୱେଟ୍‍ଙ୍କୁ ଧୂଳି ଚଟାଇଛନ୍ତି। ଟ୍ରଣ୍ଡ ଅନୁସାରେ ଶ୍ରୀ ପାଣିଗ୍ରାହୀ ନିକଟତମ ପ୍ରତିଦ୍ୱିନ୍ଦ୍ୱୀ ଭ୍ରୁଗୁ ବକ୍ସିପାତ୍ରଙ୍କଠାରୁ ୧୮ ହଜାର ଭୋଟରେ ଆଗୁଆ ରହିଛନ୍ତି। 

କେନ୍ଦ୍ରାପଡ଼ାରେ କଡ଼ା ଟକ୍କର ଚାଲିଛି। ବିଜେଡି ପ୍ରାର୍ଥୀ ତଥା ନବାଗତ ଅଂଶୁମାନ ଭେଟେରାନ୍‍ ବିଜେପି ନେତାଙ୍କୁ ପଛରେ ପକାଇଛନ୍ତି। ଟ୍ରେଣ୍ଡରେ କିଏ କେତେବେଳେ ଆଗ-ପଛ ହୋଇ ଚାଲିଛନ୍ତି। ବ୍ୟବଧାନ ଦୁଇ ଅଙ୍କରୁ ବଢ଼ୁ ନାହିଁ। ଅଂଶୁମାନେ  ଦିନ ସେଢ଼େ ୧୧ଟା ସୁଦ୍ଧା ମାତ୍ର ୧୪ଟି ଭୋଟରେ ଆଗୁଆ ରହିଛନ୍ତି। ଯାଜପୁର ଏବଂ କନ୍ଧମାଳକୁ ବିଜେଡି ନିଜ ଅକ୍ତିଆରରେ ରଖିପାରିଛି।

About the Author