Odisha election 2024 ଆସନ୍ତାକାଲି ଠାରୁ ଲାଗୁ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି
Advertisement
Article Detail0/zeeodisha/odisha2157615

Odisha election 2024 ଆସନ୍ତାକାଲି ଠାରୁ ଲାଗୁ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି

ଶନିବାର ଲୋକସଭା ଏବଂ ରାଜ୍ୟସଭା ପାଇଁ ନିର୍ବାଚନ ସୂଚୀ ଘୋଷଣା ହେବାକୁ ଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ସୂଚୀ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ହେବ ଯେଉଁଥିରେ ତାରିଖ ଘୋଷଣା କରାଯିବ। ଲୋକସଭା ନିର୍ବାଚନ

Odisha election 2024 ଆସନ୍ତାକାଲି ଠାରୁ ଲାଗୁ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି

Odisha election 2024 ନୂଆଦିଲ୍ଲୀ: ଶନିବାର ଲୋକସଭା ଏବଂ ରାଜ୍ୟସଭା ପାଇଁ ନିର୍ବାଚନ ସୂଚୀ ଘୋଷଣା ହେବାକୁ ଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ସୂଚୀ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ହେବ ଯେଉଁଥିରେ ତାରିଖ ଘୋଷଣା କରାଯିବ। ଲୋକସଭା ନିର୍ବାଚନ ସହିତ ସିକ୍କିମ, ଓଡିଶା, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା କରାଯିବ। 

 

ନବନିଯୁକ୍ତ ନିର୍ବାଚନ କମିଶନର ଗଣେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ କହି ରଖୁ ଯେ ସମସ୍ତ ବିରୋଧୀ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଗତ ଥର ୨୦୧୯ରେ ସାଧାରଣ ନିର୍ବାଚନ ୧୧ ଏପ୍ରିଲରୁ ୧୯ ମଇ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଏବଂ ଭୋଟ୍ ଗଣନା ମେ ୨୩ରେ ହୋଇଥିଲା।