Panchayat Election 2022 : କେତେ କଟିଲେ, କେତେ ରହିଲେ? ନିରାଶ ସଂରକ୍ଷିତ ପ୍ରାର୍ଥୀ
Advertisement
Article Detail0/zeeodisha/odisha1078600

Panchayat Election 2022 : କେତେ କଟିଲେ, କେତେ ରହିଲେ? ନିରାଶ ସଂରକ୍ଷିତ ପ୍ରାର୍ଥୀ

 ୮ ହଜାର ୬୪୮ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ୨୩୨ ଜିଲ୍ଲା ପରିଷଦ ସଭ୍ୟ, ୧ ହଜାର ୧୧୯ ସମିତିସଭ୍ୟ, ୧ ହଜାର ୭୫୩ ସରପଞ୍ଚ ଓ ୫ ହଜାର ୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରଜନୀତି। ପଞ୍ଚାୟତ ନିର୍ବାଚନରୁ ୨୦୨୪ ପବନର ଦିଗ ଓ ଗତି ମପା ଯିବ। ପ୍ରାର୍ଥିପତ୍ର ଯାଞ୍ଚ୍ ସରିଥିବା ବେଳେ ମଙ୍ଗଳବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏଥର ଜାତିଗତ ପ୍ରମାଣ ପତ୍ରରେ ତ୍ରୁଟି ଅଧିକାଂଶ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି। ଭୁଲ ପ୍ରମାଣ ପତ୍ର ପାଇଁ ସଂରକ୍ଷିତ ସିଟରେ ଅନେକଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି।

ରାଜ୍ୟର ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ସରିବା ପରେ ଯାଞ୍ଚ ପ୍ରକ୍ରିୟାରେ ଅନେକ ନାମାଙ୍କନ ପତ୍ର ନାକଚ ହୋଇଛି। ନାକଚ ହୋଇଥିବା ନାମାଙ୍କନକୁ ବାଦ ଦେଇ ତାଲିକା ପ୍ରକାଶ ପାଇଛି। ୮ ହଜାର ୬୪୮ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ୨୩୨ ଜିଲ୍ଲା ପରିଷଦ ସଭ୍ୟ, ୧ ହଜାର ୧୧୯ ସମିତିସଭ୍ୟ, ୧ ହଜାର ୭୫୩ ସରପଞ୍ଚ ଓ ୫ ହଜାର ୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି।

Also Read: Coronavirus Updates : ରାଜ୍ୟରେ ଦୈନିକ ମାମଲା ଯେତିକି, ମୋଟ ମୃତ୍ୟୁ ସେତିକି

ରାଜ୍ୟରେ ୨୧ ତାରିଖ ସୁଦ୍ଧା ୧ ଲକ୍ଷ ୬୨ ହଜାର ୨୯୭ ୱାର୍ଡ ମେମ୍ବର, ୩୪ ହଜାର ୬୧୩ ସରପଞ୍ଚ, ୨୮ ହଜାର ୧୫୩ ଜଣ ସମିତିସଭ୍ୟ ଓ ୩ ହଜାର ୯୯୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶନିବାର ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ହେବା ପରେ ୨୩୨ ଜିଲ୍ଲା ପରିଷଦ ସଭ୍ୟ, ୧,୧୧୯ ସମିତି ସଭ୍ୟ, ୧,୭୫୩ ସରପଞ୍ଚ ଓ ୫,୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। ଏହାବାଦ୍ ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ଜଣ ସମିତିସଭ୍ୟ ଏବଂ ୩ ହଜାର ୭୬୭ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି।

ଆସନ୍ତା ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ତେଣୁ ଏହି ସମୟ ସୀମା ମଧ୍ୟରେ ଆଉ କିଛି ପ୍ରାର୍ଥୀ ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ସମ୍ଭାବନା ରହିଛି। ମଙ୍ଗଳବାର ନାମାଙ୍କନ ପ୍ରତ୍ୟାହାର ସହ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୭ ତାରିଖ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଓ ସ୍ୱାଧିନ ଜିଲାପରିଷଦ ପ୍ରାର୍ଥୀଙ୍କୁ ଚିହ୍ନ ଆବଣ୍ଟନ କରାଯିବ। ଚିହ୍ନ ପାଇବା ପରେ ଅସଲ ଲଢେଇ ଆରମ୍ଭ ହେବ।