କୁବେର IFS ଅଭୟକାନ୍ତଙ୍କୁ ମିଳିଥିଲା ରାଜନୈତିକ ସୁରକ୍ଷା!
Advertisement
Article Detail0/zeeodisha/odisha794011

କୁବେର IFS ଅଭୟକାନ୍ତଙ୍କୁ ମିଳିଥିଲା ରାଜନୈତିକ ସୁରକ୍ଷା!

IFS ଅଭୟକାନ୍ତ କିଭଳି ଏଭଳି ଲୁଟ କରୁଥିଲେ ଓ କେହି କେମିତି ଜାଣିପାରୁନଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

କୁବେର IFS ଅଭୟକାନ୍ତ ପାଠକ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: IFS ଅଭୟକାନ୍ତ ପାଠକଙ୍କୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା। ଏଭଳି ଅଫିସରଙ୍କୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। IFS ଅଭୟକାନ୍ତ କିଭଳି ଏଭଳି ଲୁଟ କରୁଥିଲେ ଓ କେହି କେମିତି ଜାଣିପାରୁନଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। 

ବଡଲୋକଙ୍କ ଛାୟାରେ ଅଭୟ ପାଠକ ରହୁଥିଲେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ନହେଲେ କୋଟି କୋଟି ଟଙ୍କା ଆତ୍ମସାତ୍ କରିଲେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ପାଠକ ନୁହେଁ, ତାଙ୍କ ସମ୍ପର୍କିୟଙ୍କୁ ବି ତଦନ୍ତ ପରିସରକୁ ଅଣାଯାଉ ବୋଲି ସେ ଦାବି କରିଛନ୍ତି। 

ଅନ୍ୟପକ୍ଷରେ କଂଗ୍ରେସର କହିବା କଥା, IFS ପାଠକଙ୍କ ପୁଅ କେଉଁ ବିଧାୟକ ଓ ପୁର୍ବତନ ମନ୍ତ୍ରୀଙ୍କ ଝିଅଙ୍କୁ ବାହାହେବାକୁ ଯାଉଥିଲେ ତାହାକୁ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ। ଏଥିରେ ତାଙ୍କର ହାତ ଅଛି କି ନାହିଁ ତଦନ୍ତ କରିବାକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି।

Also read- ରାଜ୍ୟ ରାଜନୀତିର ଦିଗ କୁଆଡ଼େ, ଦକ୍ଷିଣ ରାଜାଙ୍କ ହାତେ ଓଡ଼ିଶା ପ୍ରଜାଙ୍କ ଭାଗ୍ୟ !

ସେପଟେ IFS ପାଠକଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଜବାବ ଦେଇଛି ବିଜେଡି। ଆଇନ ଅନୁସାରେ ଯାହାର ଯେତିକି ସୁବିଧାସୁଯୋଗ ପାଇବା କଥା ସେତିକି ସରକାର ଯୋଗାଇ ଦିଅନ୍ତି। ଯିଏ ଉଲଘଂନ କରନ୍ତି ସେ ଦଣ୍ଡିତ ହୁଅନ୍ତି। ସେଥିପାଇଁ ପାଠକଙ୍କୁ ଭିଜିଲାନ୍ସ ଧରିଛି। ସରକାର କାହାକୁ ପ୍ରଶ୍ରୟ ଦେବାର କଥା ଉଠୁନି। ଯଦି ସରକାର ପ୍ରଶ୍ରୟ ଦେଇଥାନ୍ତେ ତାହେଲେ ତାଙ୍କୁ ଧରିଥାନ୍ତେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।

ସୂଚନାଯୋଗ୍ୟ, ବୁଧବାର କୁବେର IFS ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମେତ ଦେଶର ୧୨ଟି ସ୍ଥାନରେ ଭିଜିଲାନ୍ସ ଚଢଉ କରିଥିଲା। ଯେଉଁଥିରେ ପ୍ରାୟ ୧୫୦ ଜଣ ଅଧିକାରୀ ସାମିଲ ଥିଲେ। ଚଢଉ ବେଳେ ତାଙ୍କ ସରକାରୀ ବାସଭବନରୁ ୮ ଲକ୍ଷ ଟଙ୍କା ଓ ଏକ କିଲୋ ସୁନା ଜବତ ହୋଇଛି। ସେହିପିର ତାଙ୍କ ଡ୍ରାଇଭର୍‌ ଠାରୁ ଭିଜିଲାନ୍ସ ୨୦ ଲକ୍ଷ ଟଙ୍କା ଜବତ କରିଛି।