Odisha Election 2024: ବିଳମ୍ବିତ ରାତିଯାଏ ଭୋଟ୍‍ ଦେଲା ଓଡ଼ିଶା, ଷ୍ଟ୍ରଙ୍ଗରୁମରେ ସବୁ ଇଭିଏମ୍‍; ପ୍ରାୟ ୭୧% ମତଦାନ
Advertisement
Article Detail0/zeeodisha/odisha2264236

Odisha Election 2024: ବିଳମ୍ବିତ ରାତିଯାଏ ଭୋଟ୍‍ ଦେଲା ଓଡ଼ିଶା, ଷ୍ଟ୍ରଙ୍ଗରୁମରେ ସବୁ ଇଭିଏମ୍‍; ପ୍ରାୟ ୭୧% ମତଦାନ

Odisha Election 2024: (ଭୁବନେଶ୍ୱର) : ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହୋଇଥିବା ବେଳେ କେତେକ ବୁଥରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ହୋଇଛି । ବିଭିନ୍ନ ବୁଥରେ ରାତି ପର୍ଯ୍ୟନ୍ତ ଭୋଟରଙ୍କ ଲମ୍ବା ଲାଇନ୍ ଲାଗି ରହିଥିଲା । ବିଳମ୍ବିତ ରାତିରେ ମତଦାନ ସରିବା ପରେ ପୋଲିଂ ପାର୍ଟି ଇଭିଏମକୁ ଷ୍ଟ୍ରଙ୍ଗରୁମରେ ଜମା କରିଛନ୍ତି । ଇଲେକ୍ସନ କମିଶନଙ୍କ ତଥ୍ୟ ଅନୁସାରେ, ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୭୦.୯୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତେବେ ପୋଷ୍ଟାଲ୍‍ ବ୍ୟାଲଟକୁ ହିସାବକୁ ନିଆଯାଇନି । ୧୭ ସି ଫର୍ମ ଅନୁସନ୍ଧାନ ପରେ ଆହୁରି ବଢ଼ିପାରେ ଭୋଟିଂ ହାର ।

ସକାଳ ୭ଟା ସୁଦ୍ଧା ନିର୍ବାଚନ କମିଶନ ଅଲୋଡ୍ କରିଥିବା ତଥ୍ୟ ଅନୁସାରେ ଭୋଟ୍ ପଡ଼ିଥିବା ରାଜ୍ୟର ୬ ସଂସଦୀୟ କ୍ଷେତ୍ର ମଧ୍ୟରୁ ସମ୍ବଲପୁରରେ ସର୍ବାଧିକ ୭୬.୩୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ପୁରୀରେ ୭୩.୮୧ ପ୍ରତିଶତ, ଢେଙ୍କାନାଳରେ ୭୩.୬୯ ପ୍ରତିଶତ, କେନ୍ଦୁଝରରେ ୭୩.୩୦ ପ୍ରତିଶତ, କଟକରେ ୬୭.୩୬ ପ୍ରତିଶତ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ୬୨ ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ସେହିଭଳି ୬ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନରେ ବି ମତଦାନ ହୋଇଥିଲା । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୮୧.୨୩ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ କମ୍ ୬୩,୧୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । କଟକରେ ୬୫.୬୯ ପ୍ରତିଶତ, ଦେବଗଡ଼ରେ ୭୧.୮୪ ପ୍ରତିଶତ, ଢେଙ୍କାନାଳରେ ୭୦.୭୧ ପ୍ରତିଶତ, କେନ୍ଦୁଝରରେ ୭୩.୪୫ ପ୍ରତିଶତ, ମୟୂରଭଞ୍ଜରେ ୭୨.୨୫ ପ୍ରତିଶତ, ନୟାଗଡ଼ରେ ୭୬.୩୦ ପ୍ରତିଶତ, ପୁରୀରେ ୭୩.୯୮ ପ୍ରତିଶତ ଏବଂ ସମ୍ବଲପୁରରେ ୭୪.୧୫ ପ୍ରତିଶତ ମତଦାନ ହୋଇଛି ।
ବିଳମ୍ବିତ ରାତିରେ ମତଦାନ ସରିବା ପରେ ଷ୍ଟ୍ରଙ୍ଗରୁମକୁ ଇଭିଏମକୁ ନିଆଯାଇଛି । ତ୍ରିସ୍ତରୀୟ ସୁରକ୍ଷା ଭିତରେ ଇଭିଏମକୁ ରଖାଯାଇଛି । ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯିବ । ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନରେ ପ୍ରମୁଖ ଲୋକସଭା ପ୍ରାର୍ଥୀ ମଧ୍ୟରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, କଟକରୁ ଭର୍ତ୍ତୃହରି ମହତାବ ପ୍ରମୁଖ ରହିଛନ୍ତି । ଏସବୁ ଆସନରେ ବିଜେପି-ବିଜେଡି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି ।