Advertisement
Article Detail0/zeeodisha/odisha2296080
Zee OdishaOdisha TrendingOdisha News: ରାଜ୍ୟରେ ପାଳନ ହେବ ‘ପିଏମ୍‍ କିସାନ’ ଦିବସ, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Odisha News: ରାଜ୍ୟରେ ପାଳନ ହେବ ‘ପିଏମ୍‍ କିସାନ’ ଦିବସ, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ବିଜେପି ସରକାରକୁ ଆସିଲେ ଚାଷୀଙ୍କ ସର୍ବନିମ୍ନ ଧାନ କିଣା ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବ ବୋଲି ଘୋଷଣା କରିଥିଲା। ଏପରିକି ପ୍ରଥମ କ୍ୟାବିନେଟ୍‍ ଏହାକୁ ଗ୍ରହଣ କରାଯାଇଛି। ହୁଏତ ‘ପିଏମ୍‍ କିସାନ’ ଦିୀବସରେ ଏହି ବାର୍ତ୍ତାକୁ ସରକାର ଘୋଷଣା କରିପାରନ୍ତି।

Odisha News: ରାଜ୍ୟରେ ପାଳନ ହେବ ‘ପିଏମ୍‍ କିସାନ’ ଦିବସ, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Odisha News: ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଦିନ ରାଜ୍ୟରେ ପିଏମ୍‍ କିସାନ ଦିବସ ପାଳନ ହେବ। ପ୍ରଥମଥର ପାଇଁ ଏହି ଦିବସ ପାଳନ କରିବାକୁ ବିଭିନ୍ନ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ପ୍ରସ୍ତୁତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀମାନେ ଜିଲ୍ଲାସ୍ତରରେ ଏହି ଦିବସ ପାଳନ କରିବାକୁ ଉସ୍ଥିତ ହେବେ ବୋଲି କୃଷି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିନେଇ ଜିଲ୍ଲା ପ୍ରଶାସନ ସଜାଗ ରହିବାକୁ କୁହାଯାଇଛି।

ନିର୍ଦ୍ଦୋଶନାମା ଅନୁସାରେ ମୁଖ୍ୟ୍ୟମନ୍ତ୍ରୀ ମୋହନ ମାଝି ବରଗଡ଼ ଜିଲ୍ଲାରେ ଏହି ଉତ୍ସବ ପାଇଁ ଯୋଗ ଦେବେ। ଅପରାହ୍ଣ ସାଢ଼େ ୪ଟାରେ ଉତ୍ସବ ଆରମ୍ଭ ହେବ। ୭ଟା ଯାଏ ଉତ୍ସବ ଚାଲିବ। ଅନ୍ୟ ଜିଲ୍ଲାଗୁଡ଼ିକରେ  ମଧ୍ୟ ଅନୁରୂପ ଭାବେ କାରତଯ୍ୟ ହେବ। ମୁଖ୍ୟମନ୍ତୟୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ମଧ୍ୟ ବରଗଡ଼ରେ ଦିବସ ପାଳନ କରିବେ। 

ପୁରୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଧାରିତ ସମୟରେ ଯୋଗ ଦେବାର କାର୍ଯ୍ରକ୍ରମ ରହିଛି। ସେହିପରି କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଠଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ୱୀରାଜ ହରିଚନ୍ଦନ, ସିଫାସ୍ଥିତ କୃଷିବିଜ୍ଞାନ କେନ୍ଦ୍ରରେ ମୁକେଶ ମହାଲିଙ୍ଗ, ଗଞ୍ଜାମରେ ବିଭୁତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣ ଚନଦ୍ର ମହାପାତ୍ର, ବଡ଼ଚଣାରେ ଗଣେଶରାମ ସିଂ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳ ସାମନ୍ତ, ଭଞ୍ଜନଗରରେ ଗୋକୂଳାନନ୍ଦ ମଲ୍ଲିକ, ଜଗତସିଂହପୁରରେ ସମ୍ପଦ ଚରଣ ସ୍ୱାଇଁ ପ୍ରମୁଖ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। 

Add Zee News as a Preferred Source

ବିଜେପି ସରକାରକୁ ଆସିଲେ ଚାଷୀଙ୍କ ସର୍ବନିମ୍ନ ଧାନ କିଣା ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବ ବୋଲି ଘୋଷଣା କରିଥିଲା। ଏପରିକି ପ୍ରଥମ କ୍ୟାବିନେଟ୍‍ ଏହାକୁ ଗ୍ରହଣ କରାଯାଇଛି। ହୁଏତ ‘ପିଏମ୍‍ କିସାନ’ ଦିୀବସରେ ଏହି ବାର୍ତ୍ତାକୁ ସରକାର ଘୋଷଣା କରିପାରନ୍ତି।

About the Author