ଜନସଂଖ୍ୟା ବିସ୍ଫୋରଣ କାରଣରୁ ବଢୁଛି ଗରିବୀ: CM Yogi
Advertisement
Article Detail0/zeeodisha/odisha939951

ଜନସଂଖ୍ୟା ବିସ୍ଫୋରଣ କାରଣରୁ ବଢୁଛି ଗରିବୀ: CM Yogi

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱୟରେ ନୂତନ ଜନସଂଖ୍ୟା ଆଇନ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। 

ଜନସଂଖ୍ୟା ବିସ୍ଫୋରଣ କାରଣରୁ ବଢୁଛି ଗରିବୀ: CM Yogi

ଲକ୍ଷ୍ନୌ: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ବିଧେୟକ ୨୦୨୧-୩୦ ଉପସ୍ଥାପନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ରାଜଧାନୀ ଲକ୍ଷ୍ନୌ ଠାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜନସଂଖ୍ୟା ପକ୍ଷକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।         

ବିଶ୍ୱ ଜନସଂଖ୍ୟା ଦିବସ (World Population Day) ଅବସରରେ ଜନସଂଖ୍ୟା ବିଧେୟକ ୨୦୨୧-୩୦ (Uttar Pradesh Population Policy 2021-2030) ଉପସ୍ଥାପନ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (CM Yogi Adityanath) କହିଛନ୍ତି ବିଗତ ୪ ଦଶନ୍ଧି ଧରି ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଅନେକ ଥର ଚର୍ଚ୍ଚା କରାଯାଇଛି। ବଢୁଥିବା ଜନସଂଖ୍ୟା ଅନେକ ସମୟରେ  ଆର୍ଥିକ ବିକାଶରେ ବାଧକ ସାଜିଥାଏ। ଜନସଂଖ୍ୟା ବଢିବା ଫଳରେ ଗରିବୀ ଭଳି ସମସ୍ୟା ଉପୁଜିଥାଏ।

Also Read: UP Population Policy: ଜାଣନ୍ତୁ ଏହି ଆଇନର ବୈଶିଷ୍ଟ୍ୟ

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରବିବାର ଜନସଂଖ୍ୟା ବିଧେୟକ ଜାରି କରି ମୁଁ ନିଜେ ଖୁସି ଅଛି। ମୋତେ ବିଶ୍ୱାସ ରହିଛି ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱୟରେ ନୂତନ ଜନସଂଖ୍ୟା ଆଇନ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ସମସ୍ତ ବର୍ଗକୁ ନଜରରେ ରଖି ଏହାର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି।   

ଗତ ୨୦୧୪ ବର୍ଷ ଠାରୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠିତ ହେବା ପର ଠାରୁ ସମାଜର ସମସ୍ତ ବର୍ଗ ନିକଟରେ ବିକାଶ ପହଞ୍ଚିପାରିଛି। ଆମେ ଏହା ଉପରେ କାମ କରୁଛୁ ବୋଲି କହିଛନ୍ତି।

Also Read: ୟୁପି ଜନସଂଖ୍ୟା ବିଧେୟକ ୨୦୨୧; ଗୋଟିଏ ଶିଶୁକୁ ପ୍ରୋତ୍ସାହନ, ଦୁଇରୁ ଅଧିକ ହେଲେ ମିଳିବ ଦଣ୍ଡ

ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ବଢୁଥିବା  ଜନସଂଖ୍ୟା ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ମୂଳକାରଣ। ଉନ୍ନତ ସମାଜ ଗଠନ କରିବାକୁ ହେଲେ ଜନସଂଖ୍ୟା ସଂଖ୍ୟା ନିୟନ୍ତ୍ରଣ ଉପରେ ପ୍ରାଥମିକତା ଦେବାକୁ ହେବ। ଆସନ୍ତୁ ଜନସଂଖ୍ୟା ବିସ୍ଫୋରଣ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ବାବଦରେ ନିଜେ ସମାଜକୁ ଜାଗ୍ରତ କରାଇବା ଲାଗି ପ୍ରୟାସ କରିବା।