ପିପିଲିରେ ପ୍ରଦୀପଙ୍କ ପଲିଟିକାଲ୍ ଉତ୍ତରାଧିକାରୀ ପ୍ରତିଭା!
Advertisement
Article Detail0/zeeodisha/odisha831995

ପିପିଲିରେ ପ୍ରଦୀପଙ୍କ ପଲିଟିକାଲ୍ ଉତ୍ତରାଧିକାରୀ ପ୍ରତିଭା!

ପିପିଲି ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜର ପ୍ରାର୍ଥୀ ଚୂଡାନ୍ତ କରିନାହାନ୍ତି। ଶାସକ BJD ଦିବାଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ପ୍ରଦୀପଙ୍କ ପତ୍ନୀ ପ୍ରତିଭା ଟିକଟ ପାଇଁ ଦାବି ଜଣାଇଛନ୍ତି। 

ଡିଜାଇନ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ପାଖେଇ ଆସୁଛି ପିପିଲି ଉପ-ନିର୍ବାଚନ। ଭୋଟ ପଡିବା ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜନୀତି ସରଗରମ ହୋଇଛି। ପିପିଲି ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜର ପ୍ରାର୍ଥୀ ଚୂଡାନ୍ତ କରିନାହାନ୍ତି। ଶାସକ BJD ଦିବାଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ପ୍ରଦୀପଙ୍କ ପତ୍ନୀ ପ୍ରତିଭା ଟିକଟ ପାଇଁ ଦାବି ଜଣାଇଛନ୍ତି। 

ବିଧାୟକ ପ୍ରଦୀପ ମହାରଥୀ (Pradip Maharathi) ଙ୍କ ମୃତ୍ୟୁ ପରେ ପିପିଲି ଆସନରେ ଉପ ନିର୍ବାଚନ (Pipili By-Poll) ହେବାକୁ ଯାଉଛି। କେଉଁ ଦଳର କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନଥିଲେ ମଧ୍ୟ ଆଶାୟୀମାନେ ଟିକଟ ପାଇଁ ମନ ବଳାଇଲେଣି। ସେପଟେ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ପିପିଲି ଆସନରେ ତାଙ୍କୁ BJD ଦଳୀୟ ପ୍ରାର୍ଥୀ କଲେ ସେ ଖୁସି ହେବେ ବୋଲି କହିଛନ୍ତି। କିନ୍ତୁ ଏ ନିଷ୍ପତ୍ତି ସେ ସୁପ୍ରିମୋ (Naveen Patnaik) ଙ୍କ ଉପରେ ଛାଡ଼ିଛନ୍ତି।

Also Read: ପିପିଲି ପାଇଁ ଲମ୍ବିଲାଣି ପ୍ରାର୍ଥୀଙ୍କ ତାଲିକା, କାହା ମୁଣ୍ଡରେ ସୁପ୍ରିମୋ ଢାଳିବେ ସୁନାକଳସ

ଅନ୍ୟପଟେ କଂଗ୍ରେସ (Congress) ର ଆଶାୟୀ ସଂଖ୍ୟା ଅନ୍ୟମାନଙ୍କଠାରୁ ଅଧିକ ଅଛି। ପିପିଲି ପାଇଁ ଦଳର ୫ ଜଣ ଆଶାୟୀ ଥିବା ବେଳେ ଦଳ କାହାକୁ ପ୍ରାର୍ଥୀ କରିବ ସ୍ଥିର କରିନାହିଁ। BJP ମଧ୍ୟ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତ ଥିବା ନେଇ ସଙ୍କେତ ଦେଇଛି। କିନ୍ତୁ ପିପିଲି (Pipili) ପାଇଁ କିଏ ଦଳର ବିଧାୟକ ଚେହେରାକୁ ତାହାକୁ ସସ୍ପେନ୍ସ ରଖିଛି। ସମୟ ଆସିଲେ ଘୋଷଣା ହେବ ବୋଲି BJPର ବରିଷ୍ଠ ନେତାମାନେ କହୁଛନ୍ତି।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ବିଧାନସଭା ଆସନ (Pipili Constituancy) ଖାଲି ପଡିଛି। ୧୯୮୫ ପରଠାରୁ କେବଳ ୯୫ ମସିହା ନିର୍ବାଚନକୁ ଛାଡ଼ିଦେଲେ ସେ ଏହି ଆସନରେ ଲଗାତାର ବିଜୟ ହୋଇଥିଲେ। ଗତ ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ବିଜେଡି ଜିତିଥିଲା। ଆଗକୁ BJDର ଗଡ଼ ପିପିଲିରେ ଉପନିର୍ବାଚନ ହେଲେ ବିରୋଧୀ, ଶାସକ ଦଳକୁ କେମିତି ସାମ୍ନା କରିବେ ତା' ଉପରେ ସମସ୍ତଙ୍କ ନଜର ରହିଛି।