ଘାଟିରେ ବ୍ରେକ୍‌ ଫେଲ୍‌ କାରଣରୁ ହାଇୱା ସହ ବସ୍‌ ଦୁର୍ଘଟଣା
Advertisement
Article Detail0/zeeodisha/odisha2301010

ଘାଟିରେ ବ୍ରେକ୍‌ ଫେଲ୍‌ କାରଣରୁ ହାଇୱା ସହ ବସ୍‌ ଦୁର୍ଘଟଣା

ଘରୋଇ ବସ୍ ପାର୍ଥସାରଥୀ ପାରଳାଖେମୁଣ୍ଡିରୁ ଗଞ୍ଜାମର ଜରଡ଼ାଗଡ଼ ଅଞ୍ଚଳକୁ ଯାତ୍ରୀଙ୍କୁ ନେଇ ଆସୁଥିଲା । କିନ୍ତୁ କାନକଟା ଘାଟି ଅତିକ୍ରମ କରିବା ସମୟରେ ହଠାତ୍ ଡ୍ରାଇଭର ବସକୁ ନିୟନ୍ତ୍ରଣ କରିପାରିନଥିଲେ ।

ଘାଟିରେ ବ୍ରେକ୍‌ ଫେଲ୍‌ କାରଣରୁ ହାଇୱା ସହ ବସ୍‌ ଦୁର୍ଘଟଣା

ଗଞ୍ଜାମ: କାନକଟା ଘାଟି ନିକଟରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଅପରାହ୍ନ ସମୟରେ ବ୍ରେକ୍ ଫେଲ୍ କାରଣରୁ ହାଇୱା ସହ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସମୟରେ ପାଖାପାଖି ୩୫ରୁ ଉର୍ଦ୍ଧ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବସର ନାମ ‘ପାର୍ଥସାରଥୀ’ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଘରୋଇ ବସ୍ ପାର୍ଥସାରଥୀ ପାରଳାଖେମୁଣ୍ଡିରୁ ଗଞ୍ଜାମର ଜରଡ଼ାଗଡ଼ ଅଞ୍ଚଳକୁ ଯାତ୍ରୀଙ୍କୁ ନେଇ ଆସୁଥିଲା । କିନ୍ତୁ କାନକଟା ଘାଟି ଅତିକ୍ରମ କରିବା ସମୟରେ ହଠାତ୍ ଡ୍ରାଇଭର ବସକୁ ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ସାମ୍ନାପଟୁ ଆସୁଥିବା ଏକ ହାଇୱା ସହିତ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବସର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଥିବା ସମୟରେ ହାଇୱା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ଅଗ୍ନିଶମ ଅଧିକାରୀ ଏବଂ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ । ଏଥିସହ ସ୍ଥାନୀୟ ଲୋକେ ଉଦ୍ଧାରକାର୍ଯ୍ୟରେ ଲାଗିପଡି ବସ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଆହତ ହୋଇଥିବା ଡ୍ରାଇଭରଙ୍କ ସମେତ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଥିବା ନେଇ ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ କାନକଟା ଘାଟିରେ ଅନେକ ଦୁର୍ଘଟଣା ଘଟିଛି । ତେଣୁ ଘାଟି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏବଂ ଗାଡି ଚଳାଚଳ ଉପରେ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Also Read- Crime News: ଗଜପତିରୁ ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ

Also Read- Airtel Recharge Plan: ୪୫ ଦିନ ପର୍ଯ୍ୟନ୍ତ ରହିବେ ଟେନସନ୍ ଫ୍ରି, ଜାଣନ୍ତୁ ମିଳିବ କି ଲାଭ