Russia-Ukraine War ବେଳେ କାହିଁକି ଭାଇରାଲ ହେଉଛି PM ମୋଦିଙ୍କ ୨୧ ବର୍ଷ ତଳର ଫଟୋ
Advertisement
Article Detail0/zeeodisha/odisha1125013

Russia-Ukraine War ବେଳେ କାହିଁକି ଭାଇରାଲ ହେଉଛି PM ମୋଦିଙ୍କ ୨୧ ବର୍ଷ ତଳର ଫଟୋ

ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ୨୧ ବର୍ଷ ତଳର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। 

Russia-Ukraine War ବେଳେ କାହିଁକି ଭାଇରାଲ ହେଉଛି PM ମୋଦିଙ୍କ ୨୧ ବର୍ଷ ତଳର ଫଟୋ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୨୦ ଦିନ ପୂରଣ ହୋଇଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ୨୧ ବର୍ଷ ତଳର ଫଟୋ ବର୍ତ୍ତମାନ ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଭାଇରାଲ ହେବାରେ ଲାଗିଛି। 

ଋଷିଆ ସହ ଜାରି ରହିଥିବା ଯୁଦ୍ଧରେ ଭାରତ ହସ୍ତକ୍ଷେପ କରୁ ବୋଲି ବିଶ୍ୱ ସମୁଦାୟ ସାମ୍ନାରେ ଆହ୍ୱାନ କରିଛି ୟୁକ୍ରେନ। ଅନ୍ୟପଟେ ଏହି ଯୁଦ୍ଧ ପ୍ରସଙ୍ଗରେ ଭାରତ ରଖିଥିବା ଆଭିମୁଖ୍ୟକୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛି ପାରମ୍ପରିକ ସହଯୋଗୀ ଋଷିଆ।  

ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ୨୧ ବର୍ଷ ତଳର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ବର୍ତ୍ତମାନର ଭାରତୀୟ ପ୍ରଧାନମନ୍ତ୍ରୀ ତଥା ସେତେବେଳର ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ସେତେବେଳର ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ପଛରେ ଛିଡା଼ ହୋଇଥିବାର ଦେଖିବାକୁ ମିଳିଛି। ଗତ ୨୦୦୧ ନଭେମ୍ବରରେ ଏହି ଫଟୋ ଉଠାଯାଇଥିବାର କୁହାଯାଉଛି। ସେତେବେଳେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଋଷିଆ ଗସ୍ତରେ ଥିଲେ।

Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

ପ୍ରାୟ ୨ ଦଶନ୍ଧି ପୂର୍ବରୁ ଫଟୋ ବର୍ତ୍ତମାନ କାହିଁକି ଭାଇରାଲ ହୋଇଛି। ଏକ ସମୟରେ ଯେତେବେଳେ ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ସେତେବେଳେ ସାରା ବିଶ୍ୱର ଭାରତ ଏବଂ ମୋଦି ସରକାରଙ୍କ ଆଭିମୁଖ୍ୟ ଆଡକୁ ଚାହିଁ ରହିଛି। ଏଭଳି ପରିସ୍ଥିତିରେ ଲୋକେ ବର୍ତ୍ତମାନ ଶକ୍ତିଶାଳୀ ଭାରତ ଏବଂ ମୋଦି ସରକାର କୂଟନୀତି ଏବଂ ବୈଦେଶିକ ନୀତିକୁ ପ୍ରଶଂସା କରୁଥିବା ଏହି ଫଟୋ ସେୟାର କରୁଛନ୍ତି।

ପ୍ରାୟ ୨୧ ବର୍ଷେ ଯେବେ ସେତେବେଳର ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସାକ୍ଷାତ କରିଥିଲେ ସେତେବେଳେ ଋଷିଆ ରାଷ୍ଟ୍ରାଧ୍ୟକ୍ଷ କଳ୍ପନା କରିପାରିନଥିଲେ ଯେ ଦିନେ ତାଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ସାରା ବିଶ୍ୱରେ ଜଣେ ଶକ୍ତିଶାଳୀ ନେତା ଭାବରେ ଉଭା ହେବେ। ଯେତେବେଳେ ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା ସେତେବେଳେ ସାରା ବିଶ୍ୱ ଆଶ୍ଚର୍ଯ୍ୟଚକିତ ହୋଇପଡିଥିଲା। ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏହି ସଂକଟରୁ ମୁକ୍ତି ପାଇଁ ଚିନ୍ତା କରୁଥିଲେ। ହେଲେ ଏଭଳି ଏକ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ କଥା ହୋଇଥିଲେ। ଯୁଦ୍ଧଗ୍ରସ୍ତ ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ରହିଥିବା ସମ୍ପର୍କ ବାବଦରେ ସମଗ୍ର ବିଶ୍ୱ ଅବଗତ ରହିଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଋଷିଆ ରାଷ୍ଟ୍ରପତି ପୁତିନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ। ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟଙ୍କ ନିରାପଦ ସ୍ଥାନାନ୍ତର ବାବଦରେ ଆଲୋଚନା କରିଥିଲେ। ଏକ ଆକ୍ରମଣାତ୍ମକ ରଣନୀତି ଅଧାରରେ ୟୁକ୍ରେନ ଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି "ଅପରେସନ୍ ଗଙ୍ଗା" ନାମରେ ଏକ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଥିଲେ ମୋଦି ସରକାର। 

Also Read: Russia Ukraine Crisis: କେଉଁଠି ଛିଡା ହୋଇଛି ଭାରତ? କୂଟନୀତି ପାଇଁ ପରୀକ୍ଷାର ସମୟ ହେଉଛି ସାମ୍ପ୍ରତିକ ପରିସ୍ଥିତି

ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଉଦ୍ଧାର ଅଭିଯାନରେ ବ୍ୟବହୃତ ହୋଇଥିବା ଭାରତୀୟ ଭାରତୀୟ ବାୟୁସେନା ବିମାନ ଯୋଗେ ଦ୍ୱାରା ୟୁକ୍ରେନ ଉଦ୍ଦେଶ୍ୟରେ ମାନବୀୟ ସହୟତା ପ୍ରଦାନ କରିଥିଲା ଭାରତ। ଋଷିଆ ସହ ଚାଲିଥିବା ଯୁଦ୍ଧରେ ଭାରତ ହସ୍ତକ୍ଷେପ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଥିଲେ। ଭାରତରେ ଅବସ୍ଥାପିତ ୟୁକ୍ରେନୀୟ ରାଷ୍ଟ୍ରଦୂତ ଭାରତର ଗୌରବମୟ ଇତିହାସ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗ ଲୋଡିଥିଲେ। ୟୁକ୍ରେନ ବ୍ୟତୀତ, ଆମେରିକା ସମେତ ବିଶ୍ୱର ବିଭିନ୍ନ ଦେଶ, ୟୁରୋପୀୟ ସଂଘରେ ସାମିଲ ଥିବା ସଦସ୍ୟ ରାଷ୍ଟ୍ର ହୃଦୟଙ୍ଗମ କରୁଛନ୍ତି  ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷିଆ ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ସମ୍ପର୍କ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଦୂର କରିବାକୁ ସକ୍ଷମ ହୋଇପାରିବ।

ୟୁକ୍ରେନ ଉପରେ ଋଷିଆ ଦ୍ୱାରା କରାଯାଇଥିବା ଆକ୍ରମଣ ଉପରେ ମିଳିତ ଜାତିସଂଘ ପକ୍ଷରୁ ଆଣାଯାଇଥିବା ସଂକଳ୍ପ ପ୍ରସ୍ତାବ ଉପରେ ମତଦାନ କରିବାରୁ ଭାରତ ଦୂରେଇ ରହିଛି। ହେଲେ ପାରସ୍ପରିକ ଆଲୋଚନା ମାଧ୍ୟମରେ ଋଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ବିଶ୍ୱ ସମୁଦାୟ ଆଗରେ ପ୍ରସ୍ତାବ ରଖିଛି ଭାରତ। ୟୁକ୍ରେନ ରାଷ୍ଟ୍ରପତି କିମ୍ବା ତାଙ୍କ ମନ୍ତ୍ରୀ ହୁଅନ୍ତୁ ସମସ୍ତେ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ତାଙ୍କ ବନ୍ଧୁ ଋଷୀୟ ରାଷ୍ଟ୍ରପତି ପୁତିନଙ୍କୁ  ଆକ୍ରମଣ ବନ୍ଦ କରିବାକୁ କୁହନ୍ତୁ। 

ଗତ ୨୦୦୧ ନଭେମ୍ବରରେ ହୋଇଥିବା ଏହି ସାକ୍ଷାତକାରକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଭୁଲି ନାହାଁନ୍ତି। ଗତ ୨୦୧୯ ବର୍ଷରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ୨୦ ତମ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ମିଳନୀ ପାଇଁ ମସ୍କୋ ଗସ୍ତ କରିଥିଲେ ସେତେବେଳେ ସେ ଚାରୋଟି ଫଟୋ ଟ୍ୱିଟ୍ କରିଥିଲେ। ଏହା ମଧ୍ୟରୁ ୨ ଫଟୋ ୨୦୦୧ ମସିହାର ହୋଇଥିବା ବେଳେ ବାକି ୨ ଫଟୋ ତାଙ୍କ ଯାତ୍ରା ସମୟର ଥିଲା। 

Also Read: Russia-Ukraine War: କେଉଁ ଶିକ୍ଷା ପାଇଲା India?

ରାଷ୍ଟ୍ରପତି ପୁତିନଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ ପ୍ରତିକ୍ରିୟା ରଖି ଋଷୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ସେତେ ମୁଁ ତାଙ୍କ ମସ୍କୋ ଯାତ୍ରା କରିଥିଲି। ମୁଁ ସେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲି ଏବଂ ଏହା ଆମର ପ୍ରଥମ ବୈଠକ ଥିଲା। ହେଲେ ସେତେବେଳେ ବନ୍ଧୁ ପୁତିନ ମୁଁ କମ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆଭାଷ ହେବାକୁ ଦେଇନଥିଲେ। ସେ ମୋ ସହ ମିତ୍ର ଭଳି ବ୍ୟବହାର କରିଥିଲେ। ଏହା ପରେ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ୱର ଦ୍ୱାର ଖୋଲିଲା।