Punjab Politics: Charanjit Singh Channi ହେଲେ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha990341

Punjab Politics: Charanjit Singh Channi ହେଲେ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ

ପଞ୍ଜାବରେ କ୍ଷମତାସୀନ ଦଳୀୟ ସରକାରର ନେତୃତ୍ୱ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରିଦେଇଛି କଂଗ୍ରେସ। 

Punjab Politics: Charanjit Singh Channi ହେଲେ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ଶପଥ ଗ୍ରହଣ କରଛନ୍ତି ନବନିଯୁକ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ। ତାଙ୍କ ସହ ସୁଖଜିନ୍ଦର ସିଂହ ରନ୍ଧାୱା ଏବଂ ଓପି ସୋନୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେପ୍ଟମ୍ବର ୨୦ ତାରିଖ ସୋମବାର ରାଜଭବନ ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଗ୍ରହଣ ସାମାରୋହରେ ଯୋଗ ଦେଇଥିଲେ ଦଳର ଅନେକ ବରିଷ୍ଠ ନେତା।

ଗତ ୨୦୦୭ ପଞ୍ଜାବ ବିଧାନସଭା ନିର୍ବାଚନରେ ସେ ସର୍ବପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୨ ନିର୍ବାଚନରେ ସେ କଂଗ୍ରେସ ହାତ ଧରିଥିଲେ। ରାଜ୍ୟର ରୂପନଗର ଜିଲ୍ଲାରେ ଅବସ୍ଥିତ ଚମକୌର ସାହିବ ନିର୍ବାଚନମଣ୍ଡଳୀରୁ ଚରଣଜିତ ସିଂହ ଚନ୍ନୀ ୨୦୦୭, ୨୦୧୨, ୨୦୧୭ ବିଧାନସଭା ନିର୍ବାଚନରେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି।  

ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସେ ବୈଷୟିକ ଶିକ୍ଷା, ଶିଳ୍ପ ତାଲିମ, ନିଯୁକ୍ତି ସୃଷ୍ଟି, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ସେ। ରାଜ୍ୟରେ ଶିରୋମଣି ଅକାଳୀ ଦଳ-ବିଜେପି ନେତୃତ୍ୱାଧିନ ଗଠବନ୍ଧନ ସରକାର କ୍ଷମତାସୀନ ଥିବା ବେଳେ ବର୍ତ୍ତମାନର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ୨୦୧୫-୧୬ ବର୍ଷରେ ରାଜ୍ୟ ବିଧାନସଭାରେ ବିରୋଧି ଦଳ ନେତା ଭାବେ କାର୍ଯ୍ୟ କରିସାରିଛନ୍ତି। ବିଧାୟକ, ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପୂର୍ବରୁ ସେ ନଗର ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି ସେ। 

Also Read: ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh

ପଞ୍ଜାବରେ କ୍ଷମତାସୀନ ଦଳୀୟ ସରକାରର (Punjab Congress Govt) ନେତୃତ୍ୱ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରିଦେଇଛି କଂଗ୍ରେସ। ଚରଣଜିତ ସିଂହ ଚନ୍ନୀଙ୍କୁ (Charanjit Singh Channi) ରାଜ୍ୟର ମୁଖ୍ୟମନ୍ତ୍ରୀ (Punjab Chief Minister) ନିଯୁକ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ (Sukhjinder Singh Randhawa) ଉପମୁଖ୍ୟମନ୍ତ୍ରୀ (Punjab Deputy Chief Minister) ପଦ ମିଳିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଦୌଡରେ ଥିବା ବ୍ରହ୍ମ ମହିନ୍ଦ୍ରାଙ୍କ (Brahma Mahindra) ସ୍ଥାନରେ ଓପି ସୋନୀ (OP Sony) ଏହି ପଦ ହାତେଇଛନ୍ତି।