ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh; କହିଲେ...
Advertisement
Article Detail0/zeeodisha/odisha989710

ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh; କହିଲେ...

 ଶତ୍ରୁ ଦେଶ ସହ ସମ୍ପର୍କ ରଖୁଥିବା ଲୋକକୁ କୌଣସି ପରିସ୍ଥିତିରେ ସମର୍ଥନ କରିପାରିବି ନାହିଁ। 

ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh; କହିଲେ...

ଚଣ୍ଡିଗଡ: ଅନେକ ବାଦ ବିବାଦ ଆଉ ଛକାପଞ୍ଝା ପରେ ଗତକାଲି ପଦରୁ ଇସ୍ତଫା ଦେଇଥିଲା ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ମାତ୍ର ଗାଦି ଛାଡି଼ବା ପରେ ସେ ତାଙ୍କର ପାରମ୍ପରିକ ପ୍ରତିତ୍ୱନ୍ଦ୍ୱୀ ତଥା ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ବିରୁଦ୍ଧରେ ବର୍ଷିଛନ୍ତି। ଏପରିକି ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି।

ପଦ ଛାଡିବା ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କ (Congress High Command) କଥାବାର୍ତ୍ତା କରିବା ବେଳେ ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ (Capt. Amarinder Singh) କହିଥିଲେ କୌଣସି ପରସ୍ଥିତିରେ ଅପମାନ ବରଦାସ୍ତ କରାଯିବନାହିଁ। ଦଳରେ ରହି ସେ ବିଭିନ୍ନ ସମୟରେ ମୁଁ ଅପମାନିତ ହୋଇଛି। ବିଗତ ୩ ମାସ ଦଳରେ ଚାଲିଥିବା ବିବାଦ କାରଣରୁ ମୁଁ ଅପମାନିତ ହେବା ସହ ମାନସିକ ନିର୍ଯାତନା ଭୋଗୁଥିଲି। 

Also Read: Punjab Political Crisis: BJP ହାତ ଧରିବେକି ବିଦାୟୀ CM Amarinder Singh?

ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ରାଜ୍ୟରେ କୃଷକଙ୍କ ବିକାଶ ପାଇଁ ଅନେକ କାମ କରିଛି। କାହା ସହିତ କୌଣସି ଭେଦଭାବ କରିନାହିଁ। ରାଜ୍ୟର ସୁରକ୍ଷା, ଶାନ୍ତି ସ୍ଥାପନ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଁ ସବୁବେଳେ ଗୁରୁତ୍ୱ ଦେଇଥିଲି।

ସେହିପରି ପାରମ୍ପରିକ ପ୍ରତିତ୍ୱନ୍ଦ୍ୱୀ ତଥା ପଞ୍ଜାବ କଂଗ୍ରେସ ସଭାପତି (Punjab Congress President) ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ଟାର୍ଗେଟ କରି ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁ ଲୋକ ମନ୍ତ୍ରୀ ଥିବା ବେଳେ ନିଜ ବିଭାଗ ସମ୍ଭାଳି ପାରୁନଥିଲା ସେ ପୁଣି ରାଜ୍ୟ ସମ୍ଭାଳିବ। ମୁଖ୍ୟମନ୍ତ୍ରୀ ଭାବେ ମୁଁ ତାକୁ କୌଣସି ପରିସ୍ଥିତିରେ ଗ୍ରହଣ କରିପାରିବି ନାହିଁ। ପଞ୍ଜାବ ଲାଗି ସିଦ୍ଧୁ ମହଙ୍ଗା ପଡିବ। ଏପରିକି ରାଜ୍ୟ ପାଇଁ ବିପର୍ଯ୍ୟୟର କାରଣ ପାଲଟିବ। 

Also Read: Punjab Politics: ପଦଛାଡି଼ବେ Amarinder Singh, ମୁଖ୍ୟମନ୍ତ୍ରୀ ଦୌଡରେ ଏହି ୩ ନେତା

ସେ ପାକିସ୍ତାନ ସେନା ମୁଖ୍ୟ (Pakistan Army Chief) କମର ଜାଭେଦ ବାଜୱା (Qamar Javed Bajwa) ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ହେଉଛନ୍ତି ତାଙ୍କର ବନ୍ଧୁ। ହେଲେ ସେମାନଙ୍କର ଏହି ବନ୍ଧୁତା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ। ଯେଉଁ ପାକିସ୍ତାନ ପ୍ରତ୍ୟେକ ଦିନ ଡ୍ରୋନ ଗ୍ରେନେଡ ସହାୟତାରେ ଆକ୍ରମଣ କରୁଛି, କାଶ୍ମୀରରେ ଦେଶର ସେନା ଜବାନଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ତାହେଲେ ଏଭଳି ଶତ୍ରୁ ଦେଶ ସହ ସମ୍ପର୍କ ରଖୁଥିବା ଲୋକକୁ ମୁଁ କେମିତି ସମର୍ଥନ କରିବି? ଯଦି ତାକୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରାଯାଏ ତାହେଲେ ଦେଶର ସୁରକ୍ଷାକୁ ନଜରରେ ରଖି ମୁଁ ଏହାକୁ ବିରୋଧ କରିବା ଜାରି ରଖିବି। କୌଣସି ପରିସ୍ଥିତିରେ ସିଦ୍ଧୁକୁ ସମର୍ଥନ କରିପାରିବି ନାହିଁ।