ମୁଖ୍ୟମନ୍ତ୍ରୀ ପଦରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ହୋଇଉଠିଛନ୍ତି ପୂର୍ବତନ ପଞ୍ଜାବ କଂଗ୍ରେସ କମିଟି ସଭାପତି।
Trending Photos
ଚଣ୍ଡିଗଡ଼: ଅନେକ ଛକାପଞ୍ଝା ଏବଂ ବହୁ କସରତ ପରେ ଶେଷରେ ପଞ୍ଜାବକୁ ମିଳିଯାଇଛି ନୂଆ ମୁଖ୍ୟମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ। ଏହି ପଦ ପାଇବା ଲାଗି ଅନେକ ନେତା ଦୌଡରେ ସାମିଲ ହୋଇଥିଲେ ମାତ୍ର ଶେଷରେ ସମସ୍ତଙ୍କୁ ଚମକାଇ ଭଳି ତାଲିକାରେ ନଥିବା ଅଥବା ଚର୍ଚ୍ଚାର ପରିସର ସେଭଳି ଆସୁନଥିବା ୩ ଜଣ ନେତା ଏହି ପଦ ହାତେଇ ନେଇଛନ୍ତି।
ଚରଣଜିତ ସିଂହ ଚନ୍ନୀଙ୍କୁ (Charanjit Singh Channi) ରାଜ୍ୟର ମୁଖ୍ୟମନ୍ତ୍ରୀ (Punjab Chief Minister) ନିଯୁକ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ (Sukhjinder Singh Randhawa) ଏବଂ ଓପି ସୋନୀ (OP Sony) ଉପମୁଖ୍ୟମନ୍ତ୍ରୀ (Punjab Deputy Chief Minister) ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ଦୌଡରେ ଥିବା ବ୍ରହ୍ମ ମହିନ୍ଦ୍ରା (Brahma Mahindra) ତାଲିକାରୁ ବାଦ ପଡିଛନ୍ତି।
ବିଦାୟ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh) ଇସ୍ତଫା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ହୋଇଥିବା ଦୌଡ ପ୍ରତିଯୋଗୀତାରେ ସାମିଲ ହୋଇଥିଲେ ପୂର୍ବତନ ପଞ୍ଜାବ କଂଗ୍ରେସ କମିଟି (Punjab Congress Committee) ସଭାପତି ସୁନୀଲ ଜାଖଡ଼ (Sunil Jakhar), ସୁଖଜିନ୍ଦର ସିଂହ ରନ୍ଧାୱା (Sukhjinder Singh Randhawa), ରାଜ୍ୟ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁ (Navjot Singh Sidhu)। ସେମାନଙ୍କୁ ଛାଡି ଦଳର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା (Rajyasabha MP Pratap Singh Bajwa) ଏବଂ ଲୋକସଭା ସାଂସଦ ରବନୀତ ସିଂହ ବିଟ୍ଟୁ (Loksabha MP Ravneet Singh Bittu) ପ୍ରମୁଖ ଏହି ଦୌଡରେ ସାମିଲ ହୋଇଥିଲେ।
Also Read: Punjab Politics: Charanjit Singh Channi ହେଲେ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ
ମାତ୍ର ସମସ୍ତଙ୍କୁ ଚମକାଇ ଚରଣଜିତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ଏବଂ ସୁଖଜିନ୍ଦର ସିଂହ ରନ୍ଧାୱା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ରନ୍ଧାୱା ଏବଂ ସୁଖବିନ୍ଦର ସିଂହ ସରକାରିଆ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସେମାନେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ପାଳନ କରିବାରେ ତାଙ୍କ ନେତୃତ୍ୱ ଉପରେ କୌଣସି ଭରସା ନାହିଁ।
ମୁଖ୍ୟମନ୍ତ୍ରୀ ପଦରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ହୋଇଉଠିଛନ୍ତି ପୂର୍ବତନ ପଞ୍ଜାବ କଂଗ୍ରେସ କମିଟି ସଭାପତି ସୁନୀଲ ଜାଖଡ଼। ବର୍ତ୍ତମାନର କଂଗ୍ରେସ ସଭାପତି ସିଦ୍ଧୁଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯିବା ବୋଲି ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress In Charge) ହରିଶ ରାୱତ (Harish Rawat) ରଖିଥିବା ବୟାନକୁ ନାପସନ୍ଦ କରିଛନ୍ତି ସେ। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ପ୍ରତିକ୍ରିୟା ରଖି ସୁଖଜିନ୍ଦର ସିଂହ ରନ୍ଧାୱା କହିଥିଲେ ଏହି ଦୌଡରେ ସିଦ୍ଧୁ ମଧ୍ୟ ସାମିଲ ହୋଇଛି। ତାହର ନଜର ମୁଖ୍ୟମନ୍ତ୍ରୀ ଆସନ ଉପରେ ରହିଥିଲା।