Sangrur Bypoll: ପ୍ରାୟ ଦୁଇ ଦଶନ୍ଧି ପରେ ସିମରଞ୍ଜିତ ସିଂ ମାନ୍ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜ୍ୟର ଶାସକ ଆମ୍ ଆଦମୀ ପାର୍ଟି (AAP) ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ୫,୮୨୨ ଭୋଟରେ ପରାସ୍ତ କରି ସଂସଦକୁ ଫେରିଛନ୍ତି । ଆଧିକାରୀକ ଆକଳନ ଅନୁଯାୟୀ, ସିମରଞ୍ଜିତ ସିଂ ମାନ୍ ୨,୫୩,୧୫୪ ଭୋଟ୍ ପାଇଥିବାବେଳେ ଗୁରୁମେଲ ସିଂ ୨,୪୭,୩୩୨ ଭୋଟ୍ ପାଇଛନ୍ତି ।
Trending Photos
ନୂଆଦିଲ୍ଲୀ: Sangrur Bypoll: ସଙ୍ଗୁର ଲୋକସଭା ଆସନ (Sangrur Lok Sabha Seat) କୁ ନେଇ ହୋଇଥିବା ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି (AAP) କୁ ବଡ଼ ଝଟକା ଲାଗିଛି । ଏହି ଆସନରେ ଶିରୋମନି ଅକାଲୀ ଦଳ (ଅମୃତସର) ପ୍ରାର୍ଥୀ ୭୭ ବର୍ଷୀୟ ସିମରଞ୍ଜିତ ସିଂ ମାନ ଜିତିଛନ୍ତି । ଆପ୍ ସଙ୍ଗରୁର ଜିଲ୍ଲା ସଭାପତି ଗୁରୁମେଲ ସିଂଙ୍କୁ ମୈଦାନକୁ ଓହ୍ଲାଇଥିଲେ । ଆପ୍ ରାଜ୍ୟ ସଭା ସାଂସଦ ରାଘବ ଚଡ୍ଡା (Raghav Chadha) ଏହି ପରାଜୟ ପାଇଁ କଂଗ୍ରେସ, ଶିରୋମାନି ଅକାଲୀ ଦଳ ଏବଂ ବିଜେପି ସମେତ ଅନ୍ୟ ରାଜନୈତିକ ଦଳର ଭୋଟ୍ ଅଂଶରେ ହ୍ରାସକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ଅନ୍ୟମାନଙ୍କ ପରାଜୟ ବିଜେତା ପ୍ରାର୍ଥୀ ସିମରଞ୍ଜିତ ମାନଙ୍କ ପାଇଁ ଲାଭ ପାଲଟିଛି ।
ଚଳିତ ବର୍ଷ ଆରମ୍ଭରେ ପଞ୍ଜାବ ବିଧାନସଭା ନିର୍ବାଚନରେ AAP ଚମତ୍କାର ପ୍ରଦର୍ଶନ କରି ବିରାଟ ବିଜୟ ହାସଲ କରିଥିଲା । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଘବ ଚଡ୍ଡା ଟ୍ୱିଟରରେ କହିଛନ୍ତି ଯେ, ଯଦିଓ AAP ଏହି ଆସନ ହରାଇଛି, ତଥାପି ଏହାର ଭୋଟ୍ ଅଂଶ ୩୭ ପ୍ରତିଶତରୁ ୩୫ ପ୍ରତିଶତକୁ ହ୍ରାସ ପାଇଛି । ପଞ୍ଜାବର ରାଜ୍ୟସଭା ସାଂସଦ ଚଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ସମସ୍ତ ବିନମ୍ରତା ସହିତ ଆମେ ସଙ୍ଗୁରର ଜନାଦେଶ ସ୍ୱୀକାର କରୁଛୁ । ଆମେ ଅଧିକ ପରିଶ୍ରମ କରିବୁ । ଅକାଲୀ ଦଳ ୨୪ ପ୍ରତିଶତରୁ୬ ପ୍ରତିଶତ, କଂଗ୍ରେସ ୨୭ ପ୍ରତିଶତରୁ ୧୧ ପ୍ରତିଶତ, ଆପ୍ ୩୭ ପ୍ରତିଶତରୁ ୩୫ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟ ଦଳର ଭୋଟ୍ ସିମରଞ୍ଜିତ ସିଂ ମାନଙ୍କ ନିକଟକୁ ଯାଇଛି । ପଞ୍ଜାବ ଅନ୍ୟ ପାର୍ଟିଗୁଡ଼ିକୁ ସଫା କରିଦେଇଛି ।
ଏହା ବି ପଢ଼ନ୍ତୁ:-ଯୁବକମାନଙ୍କୁ ବର୍ବାଦ କରିଦେବ ଅଗ୍ନିପଥ ଯୋଜନା, ୪ ବର୍ଷରେ ଫେରିବ ଯଦି ହେବନି ବାହାଘର: ମେଘାଳୟ ରାଜ୍ୟପାଳ
ଏହା ବି ପଢ଼ନ୍ତୁ:-ବିଜେପିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି, ଦଳ ଏକାକୀ ନିର୍ବାଚନ ଲଢ଼ି ଦେଖୁ: JDU ବିଧାୟକ
ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଦ୍ରୌପଦୀ ମୁର୍ମୁ ଏମିତି ପିନ୍ଧି ନଥିଲେ ଧଳା ଶାଢ଼ୀ, ଜାଣନ୍ତୁ ଏହା ପଛର କାରଣ
ଆପକୁ ଅସହଜ କରୁଥିବା ପରାଜୟ ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳର ଏକପାଖିଆ ବିଜୟର ତିନି ମାସ ପରେ ମିଳିଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଭଗବନ୍ତ ମାନଙ୍କ ଦ୍ୱାରା ସଙ୍ଗୁରର ଆସନ ଖାଲି କରାଯାଇଥିଲା । ଏହି ନିର୍ବାଚନ ପଞ୍ଜାବରେ ଉଭୟ ଶାସକ AAP ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପାଇଁ ସମ୍ମାନର ଲଢ଼େଇ ଥିଲା । ଭଗବନ୍ତ ମାନ ୨୦୧୪ ଓ ୨୦୧୯ରେ ସଙ୍ଗରୁର ଲୋକସଭା ଆସନରୁ ଜିତିଥିଲେ କିନ୍ତୁ ଧୁରୀରୁ ବିଧାୟକ ଏବଂ ପରେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଲୋକସଭାରୁ ଇସ୍ତଫା ଦେଇଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୯୨ଟି ଆସନ ଜିତିଛି ।
ପ୍ରାୟ ଦୁଇ ଦଶନ୍ଧି ପରେ ସିମରଞ୍ଜିତ ସିଂ ମାନ୍ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜ୍ୟର ଶାସକ ଆମ୍ ଆଦମୀ ପାର୍ଟି (AAP) ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ୫,୮୨୨ ଭୋଟରେ ପରାସ୍ତ କରି ସଂସଦକୁ ଫେରିଛନ୍ତି । ଆଧିକାରୀକ ଆକଳନ ଅନୁଯାୟୀ, ସିମରଞ୍ଜିତ ସିଂ ମାନ୍ ୨,୫୩,୧୫୪ ଭୋଟ୍ ପାଇଥିବାବେଳେ ଗୁରୁମେଲ ସିଂ ୨,୪୭,୩୩୨ ଭୋଟ୍ ପାଇଛନ୍ତି ।