Maharashtra Politics: ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ଜିତାଇବାକୁ ଚାହୁଁଛନ୍ତି ରାଜ ଠାକରେ! ବିଜେପିକୁ ଚିଠି ଲେଖି କଲେ ଏହି ଅନୁରୋଧ
Advertisement
Article Detail0/zeeodisha/odisha1397853

Maharashtra Politics: ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ଜିତାଇବାକୁ ଚାହୁଁଛନ୍ତି ରାଜ ଠାକରେ! ବିଜେପିକୁ ଚିଠି ଲେଖି କଲେ ଏହି ଅନୁରୋଧ

Raj Thackeray Latter to Devendra Fadnvis: ରାଜ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଅନୁରୋଧ କରିଛନ୍ତି ଯେ ରମେଶ ଲଟକେଙ୍କ ପତ୍ନୀଙ୍କ ବିରୋଧରେ ବିଜେପି ନିଜର ପ୍ରାର୍ଥୀ ଠିଆ ନ କରିବା ଉଚିତ ଓ ଲାଟକେଙ୍କ ବିଧବା ପତ୍ନୀଙ୍କୁ ନିର୍ଦ୍ୱନ୍ଦରେ ଜିତିବାକୁ ଦିଅନ୍ତୁ ।

ସାଙ୍କେତିକ ଫଟୋ

Andheri East Bypoll: ମହାରାଷ୍ଟ୍ର (Maharashtra) ରାଜନୀତିରେ ପ୍ରତିଦିନ କିଛି ବଡ ବଡ ଘଟଣା ଦେଖିବାକୁ ମିଳୁଛି । କେତେବେଳେ ଅସଲି-ନକଲି ଶିବସେନାର ଲଢେଇ, ଆଉ କେତେବେଳେ ଉଦ୍ଧବ ଠାକରେ (Uddhav Thackeray) ଓ ଏକନାଥ ସିନ୍ଦେଙ୍କ (Eknath Shinde) ବାକ୍ ଯୁଦ୍ଧ । ତେବେ ବର୍ତ୍ତମାନ ମହାରାଷ୍ଟ୍ରର ରାଜନୀତିରେ ଅନ୍ଧେରି ଇଷ୍ଟ ବିଧାନସଭା ଉପ-ନିର୍ବାଚନକୁ (Andheri East Bypoll) ରାଜନୀତି ସରଗରମ ହୋଇଛି । ବାସ୍ତବରେ ଏହା ପୂର୍ବରୁ ରମେଶ ଲାଟେ ଶିବସେନାର ଜଣେ ବିଧାୟକ ଥିଲେ । କିନ୍ତୁ ସେ ମେ' ମାସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ତେଣୁ ବର୍ତ୍ତମାନ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ଶିବସେନା ରମେଶ ଲାଟେ ପତ୍ନୀଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ ଠାକରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ (Devendra Fadnavis) ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ରମେଶ ଲାଟେଙ୍କ ପତ୍ନୀଙ୍କ ବିରୋଧରେ ବିଜେପି ନିଜର ପ୍ରାର୍ଥୀ ନ ଦେବା ଉଚିତ ଓ ଲାଟାକେଙ୍କ ବିଧବାଙ୍କୁ ନିର୍ଦ୍ୱନ୍ଦରେ ଜିତିବାକୁ ଦିଅନ୍ତୁ ।

ଦେବେନ୍ଦ୍ର ଫଡନାଭିସ୍ ବର୍ତ୍ତମାନ ଏହାର ଉତ୍ତର ଦେଇଛନ୍ତି । ରାଜ ଠାକରେଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, "ଆଜି ସକାଳେ ମୁମ୍ବାଇ ବିଜେପି ସଭାପତି ଆଶିଷ ଶେଲାର ରାଜ ଠାକରେଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ଆଶିଷ ତାଙ୍କୁ ବିଜେପି ପାଇଁ ସମର୍ଥନ ମାଗିଥିଲେ, ସେତେବେଳେ ରାଜ ନିଜର ଭାବନା ପ୍ରକାଶ କରିଥିଲେ ଓ ସେ ମୋତେ ମଧ୍ୟ ଚିଠି ଲେଖିଛନ୍ତି ଯେ ଆମକୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନ କରିବା ଓ ପ୍ରାର୍ଥୀ ପ୍ରତ୍ୟାହାର କରିନେବା ଉଚିତ୍ । କିନ୍ତୁ ମୁଁ ଏ ବିଷୟରେ କେବଳ କହିପାରେ ଯେ, ବିଜେପିରେ ମୁଁ ଏକାକୀ କୌଣସି ନିଷ୍ପତ୍ତି ନେଉନାହିଁ, ମୋତେ ମୋର ବରିଷ୍ଠ ଓ ସହକର୍ମୀମାନଙ୍କ ସହିତ ଆଲୋଚନା କରିବାକୁ ପଡ଼ିବ । ବର୍ତ୍ତମାନ ଆମେ ପ୍ରାର୍ଥୀ ଘୋଷଣା କରିଛୁ ଓ ସେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନ ବାଲାସାହେବଙ୍କ ଶିବସେନା ମଧ୍ୟ ଆମ ସହିତ ଅଛନ୍ତି, ତେଣୁ ଆମକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମଧ୍ୟ ଆଲୋଚନା କରିବାକୁ ପଡ଼ିବ । ତା’ପରେ ମୁଁ କୌଣସି ମତାମତ ଦେଇପାରେ ।"

ଶନିବାରଠାରୁ ମୁମ୍ବାଇରେ ଅନ୍ଧେରି ଇଷ୍ଟ ବିଧାନସଭା ଆସନ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଉଦ୍ଧବ ଠାକରେ ଶିବସେନା ଦଳର ପ୍ରାର୍ଥୀ ରିତୁଜା ଲାଟକେ ଜୋରଦାର ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଆସନ ପାଇଁ ପ୍ରଚାର ନଭେମ୍ବର ୧ ତାରିଖରେ ଶେଷ ହେବ ଓ ୩ ନଭେମ୍ବରରେ ମତଦାନ ଅନୁଷ୍ଠିତ ହେବ । ବିଜେପି ବ୍ୟବସାୟୀ ମୁର୍ଜି ପଟେଲଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରିଛି ଓ ଏକନାଥ ସିନ୍ଦେଙ୍କ ଦଳ ମଧ୍ୟ ମୁର୍ଜିଙ୍କୁ ସମର୍ଥନ ଘୋଷଣା ମଧ୍ୟ କରିଛି । ଏହା ସହିତ ରାମଦାସ ଆଠୱାଲେଙ୍କ ଆରପିଆଇ ଓ ଟାଇଗର ଆର୍ମି ସହିତ ଅନ୍ୟାନ୍ୟ ସାମାଜିକ ସଂଗଠନ ମଧ୍ୟ ମୁର୍ଜି କାକାଙ୍କ ସମର୍ଥନରେ ଆସିଛନ୍ତି । ଏଥି ସହ ଭୀମ ସେନା କଂଗ୍ରେସ, ଏନସିପି, ସମାଜବାଦି ପାର୍ଟି ସହ ଶିବସେନା ପ୍ରାର୍ଥୀଙ୍କ ସମର୍ଥନରେ ଯୋଗ ଦେଇଛନ୍ତି । ଏହିପରି, ଏହି ଆସନରେ ସିଧାସଳଖ ଲଢ଼େଇ ମହାଭିକାସ ଆଗଡି ବନାମ ସିନ୍ଦେ + ବିଜେପି ପ୍ରାର୍ଥୀ ମଧ୍ୟରେ ହେବ ।

ଏହା ବି ପଢ଼ନ୍ତୁ: Draupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ହେଲା ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଥିଲା ସମସ୍ୟା