Rajya Sabha Election 2022: କଂଗ୍ରେସକୁ ଘାରିଲା କ୍ରସିଂ ଭୋଟ ଡର
Advertisement
Article Detail0/zeeodisha/odisha1210468

Rajya Sabha Election 2022: କଂଗ୍ରେସକୁ ଘାରିଲା କ୍ରସିଂ ଭୋଟ ଡର

ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକ କଂଗ୍ରେସ ବିଧାୟକ କ୍ରସିଂ ଭୋଟ କରିପାରନ୍ତି। କଂଗ୍ରେସକୁ ବିଧାୟକଙ୍କ ଉପରେ ଏବଂ ବିଧାୟକଙ୍କୁ କଂଗ୍ରେସ ଉପରେ ଭରସା ନାହିଁ।

Rajya Sabha Election 2022: କଂଗ୍ରେସକୁ ଘାରିଲା କ୍ରସିଂ ଭୋଟ ଡର

Rajya Sabha Election 2022: ହରିୟାଣାର ୨ ରାଜ୍ୟସଭା ଆସନରେ ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ଏହି ନିର୍ବାଚନ ଲାଗି ସମୟ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ମଧ୍ୟ ସେତିକି ସରଗରମ ହୋଇଉଠୁଛି। ବର୍ତ୍ତମାନ ହରିୟାଣାର କଂଗ୍ରେସ ବିଧାୟକଙ୍କୁ ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ଏକ ରିସୋର୍ଟ ଠାରେ ରଖାଯାଇଛି। 

ସଦ୍ୟ ରାଜ୍ୟସଭା ନିର୍ବାଚନକୁ ନେଇ ଛତିଶଗଡ ବିଜେପି ନେତା ଧରାମଲାଲ କୌଶିକ ଏକ ବିବୃତ୍ତି ଦେଇଛନ୍ତି। ଯାହା କଂଗ୍ରେସ ଲାଗି ଚିନ୍ତା ବଢାଇ ଦେଇପାରେ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକ କଂଗ୍ରେସ ବିଧାୟକ କ୍ରସିଂ ଭୋଟ କରିପାରନ୍ତି। କଂଗ୍ରେସକୁ ବିଧାୟକଙ୍କ ଉପରେ ଏବଂ ବିଧାୟକଙ୍କୁ କଂଗ୍ରେସ ଉପରେ ଭରସା ନାହିଁ। ବିଧାୟକଙ୍କୁ ରିସୋର୍ଟ ମଧ୍ୟରେ ରଖି କଂଗ୍ରେସ ଅନାବଶ୍ୟକ ଖର୍ଚ୍ଚ କରୁଛି। 

ବିଜେପି ନେତାଙ୍କ ବୟାନ ଉପରେ ପାଲଟା ଜବାବ ଦେଇ କଂଗ୍ରେସ ପ୍ରବକ୍ତା ଧନଞ୍ଜୟ ସିଂହ ଠାକୁର କହିଛନ୍ତି ଧର୍ମଲାଲ କୌଶିକଙ୍କ ବିବୃତ୍ତି ପ୍ରମାଣ କରିଛି ଯେ କଂଗ୍ରେସ ବିଧାୟକଙ୍କ ଦଳ ଉପରେ ବିଶ୍ୱାସ ରହିଛି ହେଲେ ବିଜେପି ଗଣତନ୍ତ୍ର ବିରୋଧୀ ଏବଂ ଜନମତକୁ ନଷ୍ଟ କରିବା ପାଇଁ କାର୍ଯ୍ୟ କରୁଛି।  

ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ରାଜନୈତିକ ଘୋଡାବେପାରକୁ ରୋକିବା ପାଇଁ ଦଳୀୟ ବିଧାୟକଙ୍କୁ ଛତିଶଗଡ ପଠାଇଛି ହରିୟାଣା କଂଗ୍ରେସ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାଧିନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କ ଲାଗି କଂଗ୍ରେସ ଚିନ୍ତା ବଢିଯାଇଛି। କାରଣ ଏହି ନିର୍ବାଚନରେ ଜେଜେପି କାର୍ତ୍ତିକେୟ ଶର୍ମାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ ଦଳୀୟ ବିଧାୟକଙ୍କୁ ନେଇ ରାଜନୈତିକ ଘୋଡାବେପାର କରା ଯାଇପାରେ ବୋଲି ସନ୍ଦେହ କରୁଛି କଂଗ୍ରେସ। ଗତ ଥର ଅନୁଷ୍ଠିତ ହେଉଥିବା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କଲମ କାଳୀ (Pen Ink) ପରିବର୍ତ୍ତନ ହେତୁ ୧୯ ଭୋଟ୍ ନାକଚ ହୋଇଯାଇଥିଲା। କଂଗ୍ରେସ ଏଥର ଏପରି ଭୁଲ ଦୋହାରଇବାକୁ ଚାହୁଁନାହିଁ।

ହରିୟାଣାରେ କଂଗ୍ରେସର ୩୧ ବିଧାୟକ ଅଛନ୍ତି। ହେଲେ ଦଳର ୨ ବିଧାୟକ କିରଣ ଚୌଧୁରୀ ଏବଂ କୁଳଦୀପ ବିଷ୍ଣୋୟୀ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଦଳର ଅନ୍ୟତମ ବିଧାୟକ ଚିରଞ୍ଜିବ ରାୟ ନିଜ  ଜନ୍ମଦିନ ପାଳନ କରିବାକୁ ଯାଇ ରାୟପୁର ଠାରେ ପହଞ୍ଚି ପାରିନାହାଁନ୍ତି। ମାତ୍ର ସେ ଦଳ ସହ ସମ୍ପୂର୍ଣ୍ଣ ରହିଥିହା କୁହାଯାଉଛି। ବର୍ତ୍ତମାନ ୨୫ ଜଣ ଦଳୀୟ ବିଧାୟକଙ୍କୁ ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ଏକ ରିସୋର୍ଟ ଠାରେ ରଖାଯାଇଛି। ଦଳର ଅନ୍ୟ ୩ ଜଣ ବିଧାୟକଙ୍କ ବାବଦରେ କୌଣସି ଖବର ମିଳିନାହିଁ।

ଛତିଶଗଡ଼ ଯାତ୍ରା କରିବା ପୂର୍ବରୁ ହରିୟାଣା କଂଗ୍ରେସ ବିଧାୟକ ଦଳର ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଏକାଠି ହୋଇଥିଲେ ଏବଂ ପରେ ବିମାନ ଯୋଗେ ସେମାନେ ରାୟପୁର ଅଭିମୁଖେ ଯାତ୍ରା କରିଥିଲେ।

ହରିୟାଣାରେ ଦୁଇଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଠାରେ ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱଦ୍ୱିତା ହେଉଛି। ନିର୍ବାଚନ ଜିତିବା ଲାଗି କୌଣସି ପ୍ରାର୍ଥୀଙ୍କୁ ୩୧ ବିଧାୟକଙ୍କ ସମର୍ଥକ ଅଛନ୍ତି। ରାଜ୍ୟ ବିଧାନସଭାରେ ଶାସକ ବିଜେପି ପାଖରେ ୪୧ ଜଣ ବିଧାୟକ ଅଛନ୍ତି। ଯାହା ଫଳରେ ରାଜ୍ୟସଭା ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀ କୃଷ୍ଣ ଲାଲ ପୱାଁରଙ୍କ ବିଜୟ ସୁନିଶ୍ଚିତ ହୋଇଯାଇଛି। ଅନ୍ୟପଟେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପାଖରେ ୩୧ ବିଧାୟକ ଅଛନ୍ତି। ସଂଖ୍ୟାବଳ ଆଧାରରେ ଦଳୀୟ ପ୍ରାର୍ଥୀ ଅଜୟ ମାକେନ୍ ମଧ୍ୟ ଜିତିବାର ସମ୍ଭାବନା ରହିଛି। ହେଲେ ଯଦି ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ୍ ଏପଟ ସେପଟ ହୋଇଯାଏ ତାହେଲେ ଏହାର ଫାଇଦା ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଜେଜେପି ସମର୍ଥନରେ ନିର୍ବାଚନ ଲଢୁଥିବା ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ଉଠାଇ ପାରନ୍ତି। ଦଳର ସମସ୍ତ ୧୦ ବିଧାୟକ କାର୍ତ୍ତିକେୟ ଶର୍ମାଙ୍କୁ ସମର୍ଥନ କରିବା ନେଇ ଜଣାଇଛି ଜେଜେପି।     

ମୋଟ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ୪୦ ବିଜେପି, ୩୧ କଂଗ୍ରେସ, ୧୦ ଜେଜେପି, ୧ ଆଇଏନଏଲଡି, ୧ ହରିୟାଣା ଲୋକ ହିତ ପାର୍ଟି ଏବଂ ୭ ସ୍ୱାଧିନ ବିଧାୟକ ଅଛନ୍ତି। ଅଜୟ ମାକେନଙ୍କ ବିଜୟ ନିଶ୍ଚିତ କରିବାକୁ ହେଲେ କଂଗ୍ରେସକୁ ଦଳର ସମସ୍ତ ୩୧ ଜଣ ବିଧାୟକଙ୍କ ଭୋଟ ପାଇବାକୁ ହେବ। ହେଲେ ବର୍ତ୍ତମାନ ଦଳୀୟ ବିଧାୟକ କୁଲଦୀପ ବିଷ୍ଣୋଇ ଦଳ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି। ଯେତେବେଳେ ରାଜ୍ୟସଭା ନିର୍ବାଚନ ଲାଗି ବିଧାୟକ ଦଳ ବୈଠକ ଡକାଯାଇଥିଲା ସେତେବେଳେ ଦଳୀୟ ବୈଠକରେ ଯୋଗ ଦେଇନଥିଲେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସ୍ୱାଧୀନ ବିଧାୟକଙ୍କ ଭୋଟ୍ ପାଇବାକୁ ଆଶା ରଖିଛି। କାର୍ତ୍ତିକେୟ ଶର୍ମା କଂଗ୍ରେସରୁ ଅତି କମରେ ଦୁଇଟି ଭୋଟ୍ ପାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଏପରି ହୁଏ ତାହେଲେ ବିଜେପିର ଦ୍ୱିତୀୟ ପସନ୍ଦ ଭୋଟ୍ ସାହାଯ୍ୟରେ ସେ ରାଜ୍ୟସଭା ନିର୍ବାଚିତ ହୋଇପାରନ୍ତି।

Also Read: ରାଜ୍ୟସଭା ନିର୍ବାଚନକୁ ନେଇ ସତର୍କ ହୋଇଉଠିଲା ହରିୟାଣା କଂଗ୍ରେସ

Also Read: Rajya Sabha Election 2022: ମତଦାନ ପୂର୍ବରୁ ସତର୍କ ହୋଇଉଠିଲା କଂଗ୍ରେସ

Also Read: Rajya Sabha Election 2022: ଘାରିଲା ପରାଜୟ ଭୟ; ରାଜ୍ୟ ବାହାରେ ରହିବେ କଂଗ୍ରେସ ବିଧାୟକ