ରାହୁଲଙ୍କୁ ମହାରାଜଙ୍କ ମୁହଁତୋଡ଼ ଜବାବ
Advertisement

ରାହୁଲଙ୍କୁ ମହାରାଜଙ୍କ ମୁହଁତୋଡ଼ ଜବାବ

ପ୍ରାୟ ୧୯ ବର୍ଷ କଂଗ୍ରେସରେ ରହିବା ପରେ ଗତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିଥିଲେ। ଏହାର ପ୍ରଭାବରେ ମଧ୍ୟପ୍ରଦେଶରେ କମଳନାଥ (Kamalnath) ସରକାର ଭାଙ୍ଗିଲା ଓ BJP ପୁଣି କ୍ଷମତାକୁ ଫେରିଲା। ପରେ ଜ୍ୟୋତିରାଦିତ୍ୟ BJPରେ ସାମିଲ ହେଲେ। 

ଡିଜାଇନ ଫଟୋ

ନୂଆଦିଲ୍ଲୀ: BJP ନେତା ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସକୁ ଫେରିବା ନେଇ ଦଳରେ ଜୋରଦାର ଚର୍ଚ୍ଚା ଚାଲିଛି। ଯୁବ କଂଗ୍ରେସର କାର୍ଯ୍ୟକ୍ରମରେ ଏନେଇ ରାହୁଲ ଗାନ୍ଧି ହିଣ୍ଟ ଦେଇଥିଲେ। ତେବେ ମଙ୍ଗଳବାର ଜ୍ୟୋତିରାଦିତ୍ୟ ANIକୁ ପ୍ରତିକ୍ରିୟା ଦେଇ ନିଜ ଷ୍ଟାଣ୍ଡ କ୍ଲିଅର କରିଛନ୍ତି। ଆଉ ରାହୁଲ ଗାନ୍ଧି ତାଙ୍କୁ ଯେଉଁ କଟାକ୍ଷ କରିଥିଲେ ତାହାର ସେ ମୁହଁତୋଡ ଜବାବ ଦେଇଛନ୍ତି।

ANIକୁ ପ୍ରତିକ୍ରିୟା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) କହିଛନ୍ତି, 'ଯେତେବେଳେ ମୁଁ କଂଗ୍ରେସ (Congress) ରେ ଥିଲି, ସେତେବେଳେ ଯଦି ରାହୁଲ ଗାନ୍ଧି (Rahul Gandhi) ବର୍ତ୍ତମାନ ଭଳି ଚିନ୍ତିତ ଥାଆନ୍ତେ ତେବେ ପରିସ୍ଥିତି ଅଲଗା ହୋଇଥାନ୍ତା।' ତେବେ କଂଗ୍ରେସକୁ ଫେରିବା ନେଇ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ସିନ୍ଧିଆଙ୍କ କଥାରୁ ଏହା ସ୍ପଷ୍ଟ ହୋଇଗଲା ଯେ, ସେ କଂଗ୍ରେସରେ ଥିବା ବେଳେ ତାଙ୍କୁ ଦଳ ଅଣଦେଖା କରୁଥିଲା। 

Also Read: 'କଂଗ୍ରେସକୁ ଫେରିବେ ଜ୍ୟୋତିରାଦିତ୍ୟ'

ପ୍ରାୟ ୧୯ ବର୍ଷ କଂଗ୍ରେସରେ ରହିବା ପରେ ଗତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିଥିଲେ। ଏହାର ପ୍ରଭାବରେ ମଧ୍ୟପ୍ରଦେଶରେ କମଳନାଥ (Kamalnath) ସରକାର ଭାଙ୍ଗିଲା ଓ BJP ପୁଣି କ୍ଷମତାକୁ ଫେରିଲା। ପରେ ଜ୍ୟୋତିରାଦିତ୍ୟ BJPରେ ସାମିଲ ହେଲେ। ଆଉ ଦଳ ତାଙ୍କୁ ରାଜ୍ୟସଭା (Rajyasabha) କୁ ପଠାଇଥିଲା। ଏହାରି ପରେ ଲାଗାତାର ଜ୍ୟୋତିରାଦିତ୍ୟ କଂଗ୍ରେସର ଟାର୍ଗେଟକୁ ଆସିଛନ୍ତି।

ରବିବାର ଯୁବ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧି ନିଜର ପୂର୍ବତନ ନିଟତର ତଥା ଦଳର ସକ୍ରିୟ ନେତା ଜ୍ୟୋତିରାଦିତ୍ୟଙ୍କୁ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, କଂଗ୍ରେସରେ ଥିଲେ ସେ ଦିନେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। କିନ୍ତୁ ଏବେ ସେ BJPର ବ୍ୟାକବେଞ୍ଚର ଅଛନ୍ତି। ଜ୍ୟୋତିରାଦିତ୍ୟ ସେଠାରେ କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ, ତାଙ୍କୁ କଂଗ୍ରେସକୁ ଫେରିବାକୁ ପଡିବ।

Also Read: ମୋଦି-ମମତା-ମିଥୁନ; ପଶ୍ଚିମବଙ୍ଗ ନିର୍ବାଚନରେ କାହାର ପଡିବ ପ୍ରଭାବ?

 

କୁହାଯାଉଛି ଯେ, BJPରେ ଯୋଗ ଦେବା ପୂର୍ବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବର୍ଷେରୁ ଊର୍ଦ୍ଧ୍ୱକାଳ କଂଗ୍ରେସରେ ଅଣଦେଖାର ଶିକାର ହୋଇଥିଲେ। ଏପରି କି ତାଙ୍କୁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ମାସେ ମାସେ ସମୟ ଲାଗୁଥିଲା। ତାଙ୍କୁ ଆପଏଣ୍ଟମେଣ୍ଟ ମଧ୍ୟ ଦିଆଯାଉନଥିବା ସିନ୍ଧିଆଙ୍କ ଜଣେ ନିକଟତମ ସହଯୋଗୀ ଅଭିଯୋଗ ଆଣିଛନ୍ତି।