ଉପଯୁକ୍ତ ଦାୟାଦ ହାତକୁ ଫେରିଲା ଜମି, ଲୁଟି ନେଇଥିଲେ ଆଜମ ଖାନ
Advertisement
Article Detail0/zeeodisha/odisha1141572

ଉପଯୁକ୍ତ ଦାୟାଦ ହାତକୁ ଫେରିଲା ଜମି, ଲୁଟି ନେଇଥିଲେ ଆଜମ ଖାନ

ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ଆଜମ ଖାନ ରାଜ ପରିବାରର ଯେଉଁ ଜମି ଛଡ଼ାଇ ନେଇଥିଲା, ୧୦ ବର୍ଷ ପରେ ଫେରାଇଲା ୱାକଫ ବୋର୍ଡ: ତଦନ୍ତ ପରେ ହେଲା କାର୍ଯ୍ୟାନୁଷ୍ଠାନ। 

ଉପଯୁକ୍ତ ଦାୟାଦ ହାତକୁ ଫେରିଲା ଜମି, ଲୁଟି ନେଇଥିଲେ ଆଜମ ଖାନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଶିୟା ୱାକଫ ବୋର୍ଡ ରାମପୁର ଜିଲ୍ଲାରେ ରାଜ ପରିବାରର ସମ୍ପତ୍ତିକୁ ସପା ନେତା ଆଜମ ଖାନଙ୍କ ଦଖଲରୁ ମୁକ୍ତ କରିଛନ୍ତି। ଏହି ଜମି ଉକ୍ତ ପରିବାରକୁ ଫେରାଇ ଦିଆଯାଇଛି। ରାମପୁର ରାଜ ପରିବାର ଏବଂ ଆଜମ ଖାନଙ୍କ ଭିତରେ ପୂର୍ବରୁ ହିଁ ବହୁ ବିବାଦ ଲାଗି ରହିଛି। ଏହି ଜମି ୨୦୧୨ ମସିହାରେ ଅଖିଳେଶ ଯାଦବଙ୍କ ସରକାର କାଳରେ ଦଖଲ କରାଯାଇଥିଲା। ସେତେବେଳେ ଆଜମ ଖାନ ଥିଲେ ରାଜ୍ୟର ୱାକଫ ବୋର୍ଡ ବିଭାଗ ମନ୍ତ୍ରୀ। ତେବେ ଶିୟା ୱାକଫ ବୋର୍ଡ ଅଧ୍ୟକ୍ଷ ଅଲୀ ଜୈଦୀଙ୍କ ଅଧ୍ୟକ୍ଷତାରେ ଗତ ୩୧ ମାର୍ଚ୍ଚରେ ସମ୍ପୃକ୍ତ ଜମି ଉକ୍ତ ଶାହି ପରିବାରକୁ ଫେରାଇ ଦେବାକୁ ନିଷ୍ପତ୍ତି ହୋଇଛି। ନିଜେ ଅଲୀ ଜୈଦୀ ଗଣମାଧ୍ୟମକୁ ଏ ସୂଚନା ଦେଇଛନ୍ତି। ଏହି ଜମି ୨୦୧୨ ମସିହାରେ ଅଖିଳେଶ ଯାଦବଙ୍କ ସରକାର କାଳରେ ଜବରଦଖଲ କରିଥିଲେ ଆଜମ ଖାନ। ସେତେବେଳେ ସେ ଥିଲେ ୱାକଫ ବୋର୍ଡ ବିଭାଗର ମନ୍ତ୍ରୀ। ଶିୟା ୱାକଫ ବୋର୍ଡ ଅଧ୍ୟକ୍ଷ ଅଲୀ ଜୈଦୀଙ୍କ ଅଧ୍ୟକ୍ଷତାରେ ଗତ ୩୧ ମାର୍ଚ୍ଚରେ ସମ୍ପୃକ୍ତ ଜମି ଉକ୍ତ ଶାହି ପରିବାରକୁ ଫେରାଇ ଦେବାକୁ ନିଷ୍ପତ୍ତି ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଜମ ଖାନ ସମାଜବାଦୀ ପାର୍ଟି ସରକାର ଅମଳରେ ତତ୍କାଳୀନ ଶିୟା ୱାକଫ ବୋର୍ଡ ଅଧ୍ୟକ୍ଷ ୱାସୀମ ରିଜଭିଙ୍କୁ ନିର୍ଦ୍ଦେଶ ଦେଇ ୱାକଫ ବୋର୍ଡ ସମ୍ପତ୍ତିକୁ ବେଆଇନ ଉପାୟରେ ଛଡ଼ାଇ ନେଇଥିଲେ। ଯେଉଁଥିରେ ରହିଥିଲା କେବଳ ଶାହି ପରିବାର ସମ୍ପତ୍ତି। ତା' ଛଡ଼ା ଆଜମ ୱସୀମ ଖାନ ନାମକ ଜଣେ ବାହାର ବ୍ୟକ୍ତିଙ୍କୁ ଏ ସମ୍ପତ୍ତି ଦାୟିତ୍ୱ ନ୍ୟସ୍ତ କରିଥିଲେ। କୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସତ୍ତ୍ୱେ ୨୦୧୩ ମସିହାରେ ଆଜମ ଖାନ ଏହି ଜମିରେ ନିର୍ମିତ ଶୌକତ ଅଲୀ ବଜାରକୁ ଭାଙ୍ଗି ଦେଇଥିଲେ।

ଏହି ମାମଲାରେ ଅଧିକ ସୂଚନା ଦେଇ ଜୈଦୀ କହିଛନ୍ତି, ''ନଭେମ୍ବର ୨୦୨୧ରେ ପୁଣିଥରେ ଶିୟା ୱାକଫ ବୋର୍ଡ ଗଠନ କରାଯାଇଥିଲା। ଏହି ପୁନର୍ଗଠନ ପରେ ଶାହି ପରିବାର ଅଭିଯୋଗ ଉପରେ ୱାକଫ ସମ୍ପତ୍ତିର ବେଆଇନ ଜବରଦଖଲ ଘଟଣାର ତଦନ୍ତ କରା ଯାଇଥିଲା। ସେହି ତଦନ୍ତର ନିଷ୍କର୍ଷ ପରେ ସମାଜବାଦୀ ପାର୍ଟି ସରକାର ଅମଳରେ ନିଯୁକ୍ତି ପାଇଥିବା ୱସୀମ ଖାନଙ୍କୁ ହଟାଇ ରାଜ ପରିବାରର ହାଇଦର ଅଲୀ ଖାନ ଓରଫ ହମଜା ମିଆଁଙ୍କୁ ଦାୟିତ୍ୱ ଦିଆଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଆଜମ ଖାନ ଏକାଧିକ ଦୁର୍ନୀତି ମାମଲାରେ ଉତ୍ତର ପ୍ରଦେଶର ସୀତାପୁର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ସେ ଜେଲରେ ଥାଇ କୋର୍ଟରେ ଆବେଦନ କରିଥିଲେ, ଶପଥଗ୍ରହଣ ସମାରୋହରେ ବିଧାନସଭା ଯିବାକୁ। ମାତ୍ର କୋର୍ଟ ତାଙ୍କୁ ଏହି ଅନୁମତି ଦେବାକୁ ନାସ୍ତିବାଣୀ ପ୍ରକାଶ କରିଥିଲେ।