ବିଜେପି ନାରୀନେତ୍ରୀଙ୍କୁ ନିର୍ଯାତନା, ଦଳ ଛାଡ଼ିଲେ ମଇନା
Advertisement
Article Detail0/zeeodisha/odisha1032474

ବିଜେପି ନାରୀନେତ୍ରୀଙ୍କୁ ନିର୍ଯାତନା, ଦଳ ଛାଡ଼ିଲେ ମଇନା

ରାୟଗଡାସ୍ଥିତ ଏକ ଘରୋଇ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ ଦଳ ବିରୁଦ୍ଧରେ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ବିଜେପି ନାରୀନେତ୍ରୀଙ୍କୁ ନିର୍ଯାତନା, ଦଳ ଛାଡ଼ିଲେ ମଇନା

ରାୟଗଡା: ରାୟଗଡ଼ା ବିଜେପି ବିରୋଧରେ ମୁହଁ ଖୋଲିଛନ୍ତି ନାରୀନେତ୍ରୀ। ଦଳରେ ନିର୍ଯାତନାର ଶୀକାର ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ବେଜେପି ଦଳରେ ନାରୀନେତ୍ରୀଙ୍କୁ ଦଳର ବରିଷ୍ଠ ନେତାମାନେ ନିର୍ଯାତିତ କରୁଥିବନେଇ ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ରାୟଗଡାସ୍ଥିତ ଏକ ଘରୋଇ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ ଦଳ ବିରୁଦ୍ଧରେ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ନିର୍ଯାତନା ଦେଇଥିବା ସେ କହିଛନ୍ତି। ଏଥିପାଇଁ ସେ ବଜେପି ଦଳରୁ ଇସ୍ତଫା ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି। 

Also Read: ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଗର୍ଭବତୀଙ୍କ ଚିତ୍କାର ଶୁଣିଲେନି ଡାକ୍ତର, ଅଟୋରେ ହେଲା ପ୍ରସବ

କେନ୍ଦ୍ରସରକାର ନାରୀ ସୁରକ୍ଷା ଓ ସଶକ୍ତିକରଣ କଥା କହୁଥିବା ବେଳେ କର୍ମୀଙ୍କ ଆଚରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦଳରେ ପ୍ରତିନିଧିତ୍ଵ କରୁଥିବା ନାରୀନେତ୍ରୀ ନିଜେ ଭୟ ଅନୁଭବ କରୁଥିବା ମଇନା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଦଳରେ ଥାଇ ବିଭିନ୍ନ ଦାୟିତ୍ୱ ତୁଲାଇଥିବା ମହିଳାଙ୍କୁ ଦଳର ପୁରୁଷ କର୍ମୀମାନେ ଅପମାନ ସୂଚକ ମନ୍ତବ୍ୟ ପୋଷଣ କରିବା ସହ ଏସମ୍ପର୍କରେ ବାହାରେ କାହାକୁ ନକହିବା ପାଇଁ ମଧ୍ୟ ଚେତାବନୀ ଦେଉଛନ୍ତି। ଏନେଇ ଆଇନର ଆଶ୍ରୟ ନେବେ ବୋଲି ମଇନା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।