ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଗର୍ଭବତୀଙ୍କ ଚିତ୍କାର ଶୁଣିଲେନି ଡାକ୍ତର, ଅଟୋରେ ହେଲା ପ୍ରସବ
Advertisement
Article Detail0/zeeodisha/odisha1031925

ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଗର୍ଭବତୀଙ୍କ ଚିତ୍କାର ଶୁଣିଲେନି ଡାକ୍ତର, ଅଟୋରେ ହେଲା ପ୍ରସବ

ବୁଧବାର ମଧ୍ୟରାତ୍ରରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁର କାର୍ତ୍ତିକ ସେଠୀଙ୍କ ପତ୍ନି ଝୁନୁ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ କୁମ୍ଭର ଗ୍ରାମରୁ ଏକ ଅଟୋ ଯୋଗେ ଆଶା କର୍ମୀଙ୍କ ସହାୟତାରେ ରାତି ପ୍ରାୟ ଗୋଟାଏ ସମୟରେ ରାହାଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ନିଘୋର ନିଦ୍ରାରେ ଥିବା ଡାକ୍ତର ବାବୁ କିନ୍ତୁ ଫାଟକ ଖୋଲି ନଥିଲେ।

ଡିଜାଇନ୍ ଫଟୋ

ବ୍ରହ୍ମପୁର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଓ ରାଜ୍ୟରେ ବିଶ୍ୱସ୍ତରୀୟ ହସ୍ପିଟାଲ କରିବା କହି ନବୀନ ସରକାର ବାହା ବାହା ନେଉଛନ୍ତି। ହେଲେ ଏବେ ମଧ୍ୟ ଜନନୀ ଯନ୍ତ୍ରଣା ଥମିନାହିଁ। ପ୍ରସବ ବେଦନାରେ ରାତି ସାରା ଛଟପଟ ହୋଇ ଜଣେ ଗର୍ବବତୀ ମେଡିକାଲ ଫାଟକରେ ଡାକ୍ତରଙ୍କୁ ଅପେକ୍ଷା କରି ଶେଷରେ ଅଟୋରିକ୍ସା ଭିତରେ ସନ୍ତାନକୁ ଜନ୍ମ ଦେଇଛନ୍ତି। ଜନନୀ ଯାନ୍ତ୍ରଣାର ଏହିଭଳି ସାଙ୍ଘାତିକ ଅଭିଯୋଗ ପଦାକୁ ଆସିବା ପରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତୃଟି ଖୋଜା ଆରମ୍ଭ ହୋଇଛି। 

ହଜିଗଲା ମାନବିକତା! ଗର୍ଭବତି ମହିଳାଙ୍କ ଡାକ ସୁଣିଲେନି ଡାକ୍ତର ବାବୁ। ମେଡିକାଲ ଫାଟକ ସମ୍ମୁଖରେ ଅନ୍ଧାର ରାତିରେ ପ୍ରସବ ବେଦନାରେ ଜନନୀ ଛଟପଟ ହୋଇ ଶେଷରେ ଅଟୋ ଭିତରେ ହିଁ ପ୍ରସବ କରିଥିଲେ। ଆଉ ଆଶା ଦିଦି ଏହି ପ୍ରସବ କରାଇଥିଲେ। ଏହି ସାଂଘାତିକ ଅଭିଯୋଗ କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଇଲାକାର ନୁହେଁ ବରଂ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗାଞ୍ଜାମର ଆସିଛି।

Also Read: ମୋହରା ସାଜିଲେ ମହିଳା; ସ୍ୱାବାଲମ୍ବୀ ନାଁରେ ଦେଢ଼ କୋଟି ଟଙ୍କା ଠକେଇ

ସୂଚନା ମୁତାବକ ବୁଧବାର ମଧ୍ୟରାତ୍ରରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁର କାର୍ତ୍ତିକ ସେଠୀଙ୍କ ପତ୍ନି ଝୁନୁ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ କୁମ୍ଭର ଗ୍ରାମରୁ ଏକ ଅଟୋ ଯୋଗେ ଆଶା କର୍ମୀଙ୍କ ସହାୟତାରେ ରାତି ପ୍ରାୟ ଗୋଟାଏ ସମୟରେ ରାହାଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ନିଘୋର ନିଦ୍ରାରେ ଥିବା ଡାକ୍ତର ବାବୁ କିନ୍ତୁ ଫାଟକ ଖୋଲି ନଥିଲେ। ଘଣ୍ଟା ଘଣ୍ଟା ଧରି ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା ଯେତେ ଚିତ୍କାର କଲେ ମଧ୍ୟ କେହି ବି ମେଡିକାଲ ଫାଟକ ଖୋଲିଲେ ନାହିଁ। ଶେଷରେ ଆଶା ଦିଦି ଅଟୋ ଭିତରେ ହିଁ ପ୍ରସବ କରାଇଥିବା ଅଭିଯୋଗ ହୋଇଛି।

୧୯୯୧ ମସିହା ଠାରୁ ସ୍ଥାପନ ହୋଇଥିବା ଏହି ମେଡିକାଲ ପ୍ରଥମେ ଏକ ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉ ଥିଲା। ପରବର୍ତ୍ତୀ ସମୟରେ ସରକାର ଏହାର ତଦାରଖ ଦାୟିତ୍ୱ ନେଇଛନ୍ତି। ହେଲେ ଡାକ୍ତରଙ୍କ ମନମାନି ଯୋଗୁଁ ଅନେକ ସମୟରେ ରୋଗୀ ହୁଅନ୍ତୁ ଅବା ଗର୍ଭବତୀ ମହିଳା ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ଆସିଛି। ସେପଟେ ଅବହେଳା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଡାକ୍ତର ନାଲି ଆଖି ଦେଖାଇଛନ୍ତି।

Also Read: ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା, ବଢିବ ରାତିର ତାପମାତ୍ରା

ଗର୍ଭବତୀଙ୍କ ପ୍ରତି ଚିକିତ୍ସାରେ ଖାମଖିଆଲି ମନବୃତ୍ତି ଆପଣା ଯାଇଥିବା ଅଭିଯୋଗକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଦୁରୁତ୍ବର ସହ ଗ୍ରହଣ କରିଛନ୍ତି। ଅଭିଯୋଗକୁ ଭିତି କରି ଅବହେଳିତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତଦନ୍ତ ଲାଗି କମିଟି ଗଠନ ହୋଇଛି। ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ କହିଛନ୍ତି। ତେବେ ଜନନୀଙ୍କ ପ୍ରତି ସେବା ଯୋଗାଇ ଦେବା କ୍ଷେତ୍ରରେ ଗ୍ରାମାଞ୍ଚଳରେ ଏଭଲି ଅଭିଯୋଗ ଲଗାତାର ଆସୁଥିବା ବେଳେ ସରକାର ଏଥିରେ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି।