Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa
Advertisement
Article Detail0/zeeodisha/odisha948051

Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ହୋଇଥିବା ସାକ୍ଷାତକାର କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ହେଉଥିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା। 

Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାରରେ ନେତୃତ୍ୱ ପରିବର୍ତ୍ତନ ନେଇ ବିଗତ କିଛି ଦିନ ଧରି ଜୋରସୋରରେ ଚର୍ଚ୍ଚା ହେଉଛି। ଗତ ସପ୍ତାହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରାପ୍ପା ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥି୍ଲେ।

ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ହୋଇଥିବା ସାକ୍ଷାତକାର କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ହେଉଥିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଥିଲେ ଦଳର ଶୀର୍ଷ ନେତୃବୃନ୍ଦ ଯେଉଁ ନିଷ୍ପତ୍ତି ନେବେ ସେ ସେହି ନିର୍ଦ୍ଦେଶକୁ ପାଳନ କରିବେ। 

Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏପରି କହିଲେ CM Yediyurappa

ଆସନ୍ତା ୨୬ ତାରିଖରେ ଦଳୀୟ ସରକାରର ୨ ବର୍ଷର ପୂର୍ତ୍ତି ଅବସରରେ କର୍ଣ୍ଣାଟକ ବିଜେପି ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜ୍ୟର ନେତୃତୃ ବଦଳାଇବା ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯେଉଁ ନିଷ୍ପତ୍ତି ନେବେ ମୁଁ ତାଙ୍କ ନିର୍ଦ୍ଦେଶକୁ ପାଳନ କରିବି। ଦଳକୁ ପୁନର୍ବାର ରାଜ୍ୟରେ କ୍ଷମତାସୀନ କରାଇବା ଲାଗି ମୁଁ ଦଳର ନେତା, କର୍ମୀ, ସମର୍ଥକ, କର୍ମକର୍ତ୍ତାଙ୍କ ସହଯୋଗ ଲୋଡୁଛି।  

Also Read: ନେତୃତ୍ୱ ପରିବର୍ତ୍ତନ ନେଇ ଜୋର ଧରୁଛି ଦାବି; ଗାଦି ହରାଇବେକି CM Yediyurappa?

ନେତୃତୃ ପରିବର୍ତ୍ତନ ନେଇ ଗତକାଲି ଟ୍ୱିଟ କରି କହିଥିଲେ ବିଜେପିର ଜଣେ ବିଶ୍ୱସ୍ତ କର୍ମକର୍ତ୍ତା ଭାବେ ମୁଁ ଗର୍ବିତ। ମୋ ଲାଗି ଏହା ଗର୍ବର ବିଷୟ ମୁଁ ଉଚ୍ଚ ଆଦର୍ଶ ପାଳନ କରି ଦଳର ସେବା କରିଛି। ମୁଁ ସମସ୍ତଙ୍କୁ ନିବେଦନ କରୁଛି ସେମାନେ ଦଳର ନିୟମ ଅନୁସାରେ କାର୍ଯ୍ୟ କରନ୍ତୁ। ଏପରି କୌଣସି କାମ କରନ୍ତୁ ନାହିଁ ଯାହା ଦ୍ୱାରା ଦଳକୁ ଅପମାନିତ ହେବାକୁ ପଡି଼ବ।