Saints of Ayodhya: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଗରେ ଏହି ଦାବି ଉଠାଇଲେ ଅଯୋଧ୍ୟା ସାଧୁସନ୍ଥ
Advertisement
Article Detail0/zeeodisha/odisha1284096

Saints of Ayodhya: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଗରେ ଏହି ଦାବି ଉଠାଇଲେ ଅଯୋଧ୍ୟା ସାଧୁସନ୍ଥ

Ram Mandir Movement: ଅଯୋଧ୍ୟା ନଗର ନିଗମ ରାମ ମନ୍ଦିର ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ପ୍ରମୁଖ ବ୍ୟକ୍ତିତ୍ୱଙ୍କ ନାମରେ ଏଠାକାର ସ୍ଥାନକୁ ନାମିତ କରିବାକୁ ଏକ ପ୍ରସ୍ତାବ ଉତ୍ତର ପ୍ରଦେଶ ସରକାରଙ୍କ ପାଖକୁ ପଠାଇ ସାରିଛି।

Saints of Ayodhya: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଗରେ ଏହି ଦାବି ଉଠାଇଲେ ଅଯୋଧ୍ୟା ସାଧୁସନ୍ଥ

UP CM Yogi Adityanath: ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ଭାବେ ଜଣାଶୁଣା ଉତ୍ତର ପ୍ରଦେଶର ଅଯୋଧ୍ୟ ଜିଲ୍ଲାରେ ଜାରି ରହିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏହି ଅବସରରେ ସେଠାକାର ସାଧୁସନ୍ଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ  ଏକ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରି ସାଧୁସନ୍ଥ ରାମ ମନ୍ଦିର ଆନ୍ଦୋଳନର ଅଂଶଗ୍ରହଣ କରିଥିବା ବିଶିଷ୍ଟ ସାଧୁସନ୍ଥଙ୍କ ନାମରେ ଅଯୋଧ୍ୟା ଠାରେ ଅବସ୍ଥିତ ବିଭିନ୍ନ ସ୍ଥାନର ନାମକରଣ କରାଯିବା ଆବଶ୍ୟକ। ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତିତ୍ୱଙ୍କ ତାଲିକାରେ ସ୍ୱର୍ଗତ ସନ୍ଥ ପରମହଂସ ରାମଚନ୍ଦ୍ର ଦାସ ଏବଂ ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲ ଅନ୍ତର୍ଭୂକ୍ତ ରହିଛନ୍ତି।

ଅଯୋଧ୍ୟାର ସାଧୁସନ୍ଥ କହିଛନ୍ତି ଯେ ରାମ ମନ୍ଦିର ଆନ୍ଦୋଳନରେ (Ram Mandir Movement) ସ୍ୱର୍ଗତ ସନ୍ଥ ପରମହଂସ ରାମଚନ୍ଦ୍ର ଦାସଙ୍କ ଅବଦାନକୁ ବର୍ଣ୍ଣନା କରାଯାଇପାରିବ ନାହିଁ। ରବିବାର ଏଠାରେ ତାଙ୍କର ୧୯ତମ ପୁଣ୍ୟତିଥି ପାଳନ କରାଯାଇଥିଲା। ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଦିବଂଗତ ଗାୟିକା ଲତା ମଙ୍ଗେସକରଙ୍କ ନାମରେ ଅଯୋଧ୍ୟାରେ ପ୍ରମୁଖ ନୂତନ ଘାଟ କ୍ରସିଂ ନାମ ପରିବର୍ତ୍ତନ କରିଛନ୍ତି। ଅଯୋଧ୍ୟା ନଗର ନିଗମ (Ayodhya Municipal Corporation) ରାମ ମନ୍ଦିର ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ପ୍ରମୁଖ ବ୍ୟକ୍ତିତ୍ୱଙ୍କ ନାମରେ ଏଠାକାର ସ୍ଥାନକୁ ନାମିତ କରିବାକୁ ଏକ ପ୍ରସ୍ତାବ ଉତ୍ତର ପ୍ରଦେଶ ସରକାରଙ୍କ ପାଖକୁ ପଠାଇ ସାରିଛି।

ଅଯୋଧ୍ୟା ନଗର ନିଗମ ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କ (Uttar Pradesh Govt) ପାଖକୁ ପଠାଯାଇଥିବା ଏହି ତାଲିକାରେ ପୁରୁଖା ବିଜେପି ନେତା (Veteran BJP Leader) ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Uttar Pradesh Chief Minister) କଲ୍ୟାଣ ସିଂହ (Kalyan Singh) ଏବଂ ବିଶ୍ୱ ହିନ୍ଦୁ ପରିଷଦ (Vishwa Hindu Parishad) ଭିଏଚପି ନେତା ଅଶୋକ ସିଂଘଲଙ୍କ (VHP Leader Ashok Singhal) ବ୍ୟତୀତ ଅନ୍ୟମାନଙ୍କ ନାମ ଅନ୍ତର୍ଭୂକ୍ତ ରହିଛି। ଏନେଇ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ ଏଠାରେ ଅବସ୍ଥିତ ଏକ ସ୍ଥାନର ନାମ ରାମ ମନ୍ଦିର ଆନ୍ଦୋଳନରେ ଜଡ଼ିତ ରହିଥିବା ମହନ୍ତ ଅଭିରାମ ଦାସଙ୍କ ନାମରେ ରଖାଯିବ।

ସେହିପରି ଅଯୋଧ୍ୟାସ୍ଥିତ ଅନ୍ୟ କେତେକ ସ୍ଥାନର ନାମ ରାଷ୍ଟ୍ରନାୟକଙ୍କ ନାମରେ ନାମିତ କରିବା ପାଇଁ ଏକ ପ୍ରସ୍ତାବ ପଠାଯାଇଛି। ଅଯୋଧ୍ୟା ନଗର ନିଗମ ଅଧିନସ୍ଥ ରତ୍ଥୱାଲୀ ୱାର୍ଡ ଅଞ୍ଚଳର ନାମ ଶହୀଦ ଅବଦୁଲ ହମିଦଙ୍କ ନାମରେ ନାମିତ କରାଯିବ। ସେହିଭଳି ବେଗମଗଞ୍ଜ ଗଢୈୟା ୱାର୍ଡ ନାମ ଆମ୍ବେଦକର ୱାର୍ଡ, ଫତେହଗଞ୍ଜ ୱାର୍ଡ ନାମ ଜୟ ପ୍ରକାଶ ନାରାୟଣ ୱାର୍ଡ ଏବଂ ହାଇଦରଗଞ୍ଜ ୱାର୍ଡ ନାମ ନାନକପୁରା ୱାର୍ଡ ନାମରେ ରଖାଯିବ। ଅଯୋଧ୍ୟା ନଗର ନିଗମରେ ମୋଟ ୬୦ ୱାର୍ଡ ରହିଛି। 

Also Read: Kalyan Singh: ତ୍ୟାଗ ପାଇଁ ମିଳିବ ସମ୍ମାନ; ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଉଠିଲା ଦାବି

Also Read: UP CM Yogi: କୁମ୍ଭ ମେଳା ବେଳେ ଲୋକଙ୍କୁ ସମୁଦ୍ର ମନ୍ଥନ ଦେଖାଇବେ ଯୋଗୀ ସରକାର