'ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ଜ୍ଞାନବ୍ୟାପୀ ମସଜିଦ; ହିନ୍ଦୁଙ୍କୁ ଫେରାଇ ଦିଆଯାଉ ଜମି'
Advertisement

'ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ଜ୍ଞାନବ୍ୟାପୀ ମସଜିଦ; ହିନ୍ଦୁଙ୍କୁ ଫେରାଇ ଦିଆଯାଉ ଜମି'

 ଜ୍ଞାନବ୍ୟାପୀ ମସଜିଦ ପ୍ରାଚୀନ କାଳରେ ମନ୍ଦିର ଥିଲା। କୌଣସି  ଶାସକ ଏହି  ମନ୍ଦିର  ଭାଙ୍ଗି  ସେଠାରେ ବଳପୂର୍ବକ ମସଜିଦ ନିର୍ମାଣ କରିଥିଲେ।  ଯଦି ଏହା ପ୍ରମାଣିତ ହୋଇଯାଏ ତାହଲେ ମୁସଲିମ ସମ୍ପ୍ରଦାୟ ସେହି ଜମିକୁ ହିନ୍ଦୁପକ୍ଷକୁ ଫେରାଇ ଦେବା ଆବଶ୍ୟକ।  

'ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିଲା ଜ୍ଞାନବ୍ୟାପୀ ମସଜିଦ; ହିନ୍ଦୁଙ୍କୁ ଫେରାଇ ଦିଆଯାଉ ଜମି'

Gyanvapi Mosque Controversy:  ଜ୍ଞାନବ୍ୟାପୀ ମସଜିଦ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୁର୍ଖା ମାମଲାରେ ଧମକ ଦେଇ ଚର୍ଚ୍ଚାକୁ ଆସିଥିବା ସମାଜବାଦୀ ପାର୍ଟି ନେତ୍ରୀ ରୁବିନା ଖାନାମ।  ଏକ ଭିଡିଓ ଜାରି କରି ସେ କହିଛନ୍ତି ଯଦି ଏହା ପ୍ରମାଣିତ ହୁଏ ଯେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ ହୋଇଛି ତାହେଲେ ମୁସଲିମ ସମ୍ପ୍ରଦାୟ ସେହି ଜମିକୁ ହିନ୍ଦୁଙ୍କୁ ଦେଇ ଦେବା ଆବଶ୍ୟକ।

ଏକ ଭିଡ଼ିଓ ଜାରି କରି (Samajwadi Party Leader) ରୁବିନା ଖାନାମ (Rubina Khanam) କହିଛନ୍ତି ବର୍ତ୍ତମାନ ଜ୍ଞାନବ୍ୟାପୀ ମସଜିଦ ମାମଲା ଚାଲିଛି।  ବର୍ତ୍ତମାନ ଏହି  ମାମଲା ଚାରିଆଡ଼େ ବ୍ୟାପିବାରେ ଲାଗିଛି।   ଜ୍ଞାନବ୍ୟପୀ ମସଜିଦ ନୁହେଁ ସେଠାରେ ପ୍ରାଚୀନ କାଳରେ ମନ୍ଦିର ଥିଲା।  ମୁଁ ମାନୁଛି  ଏହି ମାମଲାରେ ହିନ୍ଦୁପକ୍ଷ ଦ୍ୱାରା ଯେଉଁ ଦାବି କରି କୁହାଯାଉଛି   ଜ୍ଞାନବ୍ୟାପୀ ମସଜିଦ ପ୍ରାଚୀନ କାଳରେ ମନ୍ଦିର ଥିଲା। କୌଣସି  ଶାସକ ଏହି  ମନ୍ଦିର  ଭାଙ୍ଗି  ସେଠାରେ ବଳପୂର୍ବକ ମସଜିଦ ନିର୍ମାଣ କରିଥିଲେ।  ଯଦି ଏହା ପ୍ରମାଣିତ ହୋଇଯାଏ ତାହଲେ ମୁସଲିମ ସମ୍ପ୍ରଦାୟ ସେହି ଜମିକୁ ହିନ୍ଦୁପକ୍ଷକୁ ଫେରାଇ ଦେବା ଆବଶ୍ୟକ।  

ଜ୍ଞାନବ୍ୟାପୀ ମସଜିଦ  ମାମଲା ପୂର୍ବରୁ  ହନୁମାନ  ଚାଳିଶାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ  ପ୍ରତିକ୍ରିୟା ରଖି ଚର୍ଚ୍ଚାକୁ ଆସିଥିଲେ ସମାଜବାଦୀ ପାର୍ଟି ନେତ୍ରୀ ରୁବିନା ଖାନାମ।  ଏନେଇ ସେ କହିଥିଲେ ଯଦି ହିନ୍ଦୁ କର୍ମକର୍ତ୍ତା ଆଲିଗଡ଼ସ୍ଥିତ ୨୧ Crossing Point  ଠାରେ ହନୁମାନ ଚାଳିଶା ପାଠ କରନ୍ତି ତାହେଲେ ମୁସଲିମ ମହିଳା ମନ୍ଦିର ସାମ୍ନାରେ କୁରାନ ପଢିବେ।  ମସଜିଦ ପରିସରରୁ ଲାଉଡଲସ୍ପୀକର ହଟାଇବାକୁ ଦାବି  କରି ମୁସଲିମ ସମ୍ପ୍ରଦାୟକୁ ଜାଣିଶୁଣି ଟାର୍ଗେଟ କରାଯାଉଛି।  ଉତ୍ତର ପ୍ରଦେଶ ସରକାର ବଜରଙ୍ଗ ଦଳ  ଭଳି ଦକ୍ଷିଣପନ୍ଥୀ ସଙ୍ଗଠନ ପ୍ରତି  ନରମ ଆଭିମୁଖ୍ୟ ପୋଷଣ କରୁଛନ୍ତି।  ଏଭଳି ବିବାଦୀୟ ବୟାନ ଦେବା ଅଭିଯୋଗରେ  ସମାଜବାଦୀ ପାର୍ଟି ନେତ୍ରୀଙ୍କ ବିରୋଧରେ ସିଭିଲ ଲାଇନ ଥାନାରେ  ମାମଲା ଦାଏର କରାଯାଇଥିଲା।

Also Read: Hijab Controversy: ସମାଜବାଦୀ ପାର୍ଟି ନେତ୍ରୀଙ୍କ ଧମକ ପରେ ଜବାବ ରଖିଲେ UP CM Yogi

ହିଜାବ ବିବାଦ  ପ୍ରସଙ୍ଗରେ ମତ ରଖି ସମାଜବାଦୀ ପାର୍ଟି ନେତ୍ରୀ ରୁବିନା ଖାନାମ କହିଥିଲେ ଭାରତ ହେଉଛି ଏକ ବିବିଧତାର ଦେଶ। କପାଳରେ ପଗଡି ହେଉ କିମ୍ବା ହିଜାବ ଏହା ହେଉଛି ଆମ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଉପରେ ବିବାଦ ସୃଷ୍ଟି ରାଜନୀତି କରିବା ହେଉଛି ନୀଚ୍ଚତାର ପରକାଷ୍ଠା। ମହିଳାଙ୍କୁ ଦୁର୍ବଳ ବୋଲି ଭାବି ଭୁଲ୍ କରନ୍ତୁ ନାହିଁ। ସରକାର କୌଣସି ଦଳର ହୋଇପାରେ। ଯଦି ଆମେ ଭଉଣୀ କିମ୍ବା ଆତ୍ମ ସମ୍ମାନ ଉପରେ ହାତ ରଖିବେ ତେହେଲେ ଆମେ ରେଜିଆ ସୁଲତାନ ହୋଇ ସେମାନଙ୍କ ହାତ କାଟିଦେବୁ। ଯଦି କେହି ହିଜାବ ଉପରେ ହାତ ରଖିବ ତାହଲେ ତାହାର ହାତ କାଟି ଦିଆଯିବ।