ହିଜାବ ବିବାଦ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ନେତ୍ରୀ ଦେଇଥିବା ଧମକ ଉପରେ ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ।
Trending Photos
ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ସମୟରେ ହିଜାବ ବିବାଦକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ନେତ୍ରୀ ରୁବିନା ଖାନାମ ଦେଇଥିବା ଧମକ ଉପରେ ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ହିଜାବ ବିବାଦ (Hijab Controversy) ପ୍ରସଙ୍ଗରେ ମତ ରଖି ସମାଜବାଦୀ ପାର୍ଟି ନେତ୍ରୀ (Samajwadi Party Leader) ରୁବିନା ଖାନାମ (Rubina Khanam) କହିଥିଲେ ଭାରତ ହେଉଛି ଏକ ବିବିଧତାର ଦେଶ। କପାଳରେ ପଗଡି ହେଉ କିମ୍ବା ହିଜାବ ଏହା ହେଉଛି ଆମ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଉପରେ ବିବାଦ ସୃଷ୍ଟି ରାଜନୀତି କରିବା ହେଉଛି ନୀଚ୍ଚତାର ପରକାଷ୍ଠା। ମହିଳାଙ୍କୁ ଦୁର୍ବଳ ବୋଲି ଭାବି ଭୁଲ୍ କରନ୍ତୁ ନାହିଁ। ସରକାର କୌଣସି ଦଳର ହୋଇପାରେ। ଯଦି ଆମେ ଭଉଣୀ କିମ୍ବା ଆତ୍ମ ସମ୍ମାନ ଉପରେ ହାତ ରଖିବେ ତେହେଲେ ଆମେ ରେଜିଆ ସୁଲତାନ ହୋଇ ସେମାନଙ୍କ ହାତ କାଟିଦେବୁ। ଯଦି କେହି ହିଜାବ ଉପରେ ହାତ ରଖିବ ତାହଲେ ତାହାର ହାତ କାଟି ଦିଆଯିବ।
Also Read: କୋରୋନା ନୁହେଁ: ଏହି କାରଣରୁ କର୍ଣ୍ଣାଟକରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ
ହିଜାବ ବିବାଦ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ନେତ୍ରୀ ଦେଇଥିବା ଧମକ ଉପରେ ଜବାବ ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath)। ଏନେଇ ସେ କହିଛନ୍ତି ଦେଶ ଇସଲାମୀୟ ଶରିଆ ନିୟମ (Islamic Sharia Law) ନୁହେଁ ବରଂ ସମ୍ବିଧାନ (Constitution) ଦ୍ୱାରା ପରିଚାଳିତ ହେବ। ପ୍ରତ୍ୟେକ ସଂସ୍ଥା ନିଜସ୍ୱ ଡ୍ରେସ୍ କୋଡ୍ (Dress Code) ଗଠନ କରିବାର ଅଧିକାର ରହିଛି। ସମ୍ବିଧାନ ଅନୁଯାୟୀ ଏହି ବ୍ୟବସ୍ଥା ଚାଲିବ।