UP Politics:ସମାଜବାଦୀ ମେଣ୍ଟ ଛାଡ଼ି ବିଜେପି ହାତ ଧରିପାରନ୍ତି ଓମ ପ୍ରକାଶ ରାଜଭର!
Advertisement

UP Politics:ସମାଜବାଦୀ ମେଣ୍ଟ ଛାଡ଼ି ବିଜେପି ହାତ ଧରିପାରନ୍ତି ଓମ ପ୍ରକାଶ ରାଜଭର!

 ମନ୍ତ୍ରୀ ବିଧାୟକଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା।  

UP Politics:ସମାଜବାଦୀ ମେଣ୍ଟ ଛାଡ଼ି ବିଜେପି ହାତ ଧରିପାରନ୍ତି ଓମ ପ୍ରକାଶ ରାଜଭର!

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜନୀତିରେ ହୋଇପାରେ ଏକ ବଡ଼ ଧରଣର ପରିବର୍ତ୍ତନ। କାରଣ ଏଭଳି ଏକ ଚର୍ଚ୍ଚା ନିକଟରେ ହୋଇଥିବା ସାକ୍ଷାତକାର ପାଇଁ ହେଉଛି। ଗତ ବୁଧବାର ରାଜଧାନୀ ଲକ୍ଷ୍ନୌସ୍ଥିତ ଭିଭିଆଇପି ଗେଷ୍ଟହାଉସ ଠାରେ   ବିଜେପି ନେତା ତଥା ଉତ୍ତର ପ୍ରଦେଶ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହଙ୍କୁ ଭେଟିଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ମନ୍ତ୍ରୀ ବିଧାୟକଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା।  

ବୁଧବାର ରାଜଧାନୀ ଲକ୍ଷ୍ନୌସ୍ଥିତ ଭିଭିଆଇପି ଗେଷ୍ଟହାଉସ  ଠାରେ ପୁଅ ଅରୁଣ ରାଜଭର ଏବଂ ଅରବିନ୍ଦ ରାଜଭରଙ୍କ ସହ ଉତ୍ତର ପ୍ରଦେଶ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହଙ୍କୁ ଭେଟିଥିଲେ ସୁହଲଦେବ ଭାରତୀୟ ସମାଜ ପାର୍ଟି ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଜାରି ରହିଛି ଚର୍ଚ୍ଚା। କାରଣ ଶାସକ ବିଜେପି ସହ ବିରୋଧି ସମାଜବାଦୀ ମେଣ୍ଟରେ ସାମିଲ ଥିବା ଏସବିଏସପି ମଧ୍ୟରେ ହୋଇଥିବା ଭେଟଘାଟକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି।    

Also Read: ବିଧାନସଭା ନିର୍ବାଚନ ସରିବା ପରେ BJP ନେତାଙ୍କ ପ୍ରସ୍ତାବ ସ୍ୱୀକାର କରିବେ କି OP Rajbhar?

ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର କହିଛନ୍ତି ନିଜ ଅଞ୍ଚଳର କିଛି ସମସ୍ୟାକୁ ନେଇ ମୁଁ ମନ୍ତ୍ରୀଙ୍କୁ ଭେଟିଛି। ସମଜବାଦୀ ମେଣ୍ଟ  ଛାଡି ଏସବିଏସପି ବିଜେପି ହାତ ଧରିବ ସମ୍ଭାବନା ଉପରେ ଜବାବ ରଖି ଓମ ପ୍ରକାଶ ରାଜଭର କହିଛନ୍ତି ରାଜନୀତିରେ ସମ୍ଭାବନା କେତେବେଳେ ଶେଷ ହୋଇନଥାଏ। 

ଅନ୍ୟପଟେ ମନ୍ତ୍ରୀ ଦୟାଶଙ୍କର ସିଂହ କହିଛନ୍ତି ସେ ବିଧାୟକ ହୋଇଥିବାରୁ ନିଜ ଅଞ୍ଚରେ ଏକ ବସ ଡିପୋ ସ୍ଥାପନ କରିବା ଦାବି ମୋତେ ଭେଟିଥିଲେ। ତାଙ୍କର ମୋର ଭେଟଘାଟ ଏପରି ହୋଇଥାଏ। ତାଙ୍କ କାର୍ଯ୍ୟାଳୟ ବଦଳରେ ବିରୋଧି ମେଣ୍ଟର ବିଧାୟକ କାହିଁକି ତାଙ୍କୁ ଗେଷ୍ଟ ହାଉସ ଠାରେ ଭେଟିଲେ ତାହାର ଜବାବ ରଖି ମନ୍ତ୍ରୀ କହିଛନ୍ତି ମୋ କାର୍ଯ୍ୟାଳୟ ବହୁତ ଭିଡ଼ଥିଲା। ସେଥିପାଇଁ ଗେଷ୍ଟ ହାଉସ ଠାରେ ଏହି ଭେଟଘାଟ ହୋଇଥିଲା। 

Also Read: ସମାଜବାଦୀ ପାର୍ଟି ହାତ ଛାଡି ପୁଣି ବିଜେପି ହାତ ଧରିବେ ଓମ ପ୍ରକାଶ ରାଜଭର!

ରାଜଧାନୀସ୍ଥିତ ଗେଷ୍ଟ ହାଉସ ଠାରେ ମନ୍ତ୍ରୀ-ବିଧାୟକ ଙ୍କ ମଧ୍ୟରେ ହୋଇଥିବା ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଥମୁନାହିଁ। କାରଣ ମନ୍ତ୍ରୀଙ୍କ ସାକ୍ଷାତ ବେଳ ଓମ ପ୍ରକାଶ ରାଜଭରଙ୍କ ୨ ପୁଅ ପୁଅ ଅରୁଣ ରାଜଭର ଏବଂ ଅରବିନ୍ଦ ରାଜଭର ମଧ୍ୟ ଉପସ୍ଥିତି ଥିଲେ। 

ଏବେ ପ୍ରଶ୍ନ ଉଠୁଛି ଯଦି ଏସବିଏସପି ଅଧ୍ୟକ୍ଷ ନିଜ  ଅଞ୍ଚଳର ସମସ୍ୟା ନେଇ ମନ୍ତ୍ରୀଙ୍କୁ ଭେଟିଥିଲେ ତାହେଲେ ସାଥିରେ ତାଙ୍କର ୨ ପୁଅଙ୍କୁ କାହିଁକି ଆଣିଥିଲେ? ଏହି ଭେଟଘାଟ ସେତେବେଳେ ହୋଇଥିଲା ଯେତେବେଳେ ଓମ ପ୍ରକାଶ ରାଜଭର ଗତ ମାର୍ଚ୍ଚରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଚର୍ଚ୍ଚାକୁ ଆସିଥିଲେ। 

Also Read: ନିର୍ବାଚନ ହାରିବା ପରେ ମେଣ୍ଟରେ ଫାଟ; ସମାଜବାଦୀ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ସହଯୋଗୀ

ସମାଜବାଦୀ ମେଣ୍ଟ ଛାଡ଼ି ବିଜେପି ହାତ ଧରିବାକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ରଖି  ଓମ ପ୍ରକାଶ ରାଜଭର କହିଛନ୍ତି ଏସବିଏସପି ସମାଜବାଦୀ ପାର୍ଟି ସହ ମେଣ୍ଟ ଜାରି ରଖିବ। ଅନ୍ୟପଟେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହେବା ପରେ ସମାଜବାଦୀ ମେଣ୍ଟରେ ରହିଥିବା ଫାଟ ସାମ୍ନାକୁ ଆସିଛି। ଚାଚା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବ ଖୋଲାଖୋଲି  ଭାବେ ପୁତୁରା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ସାରିଛନ୍ତି।